ETV Bharat / state

ଅନଲାଇନ ଗେମ ହେଲା କାଳ, ଟଙ୍କା ହରାଇବା ପରେ ଚରମ ନିଷ୍ପତ୍ତି ନେଲେ ଛାତ୍ର

author img

By ETV Bharat Odisha Team

Published : Feb 8, 2024, 6:59 PM IST

Dhenkanal Suicide
Dhenkanal Suicide

Dhenkanal Youth Dies By Suicide: ଅନଲାଇନ ଗେମ ନେଲା ଛାତ୍ରଙ୍କ ଜୀବନ । ବାପା ଦେଇଥିବା ଟଙ୍କା ହରାଇବା ପରେ ଛାତ୍ର ନେଲେ ଚରମ ନିଷ୍ପତ୍ତି । ଅଧିକ ପଢନ୍ତୁ

ଢେଙ୍କାନାଳ: ଅନଲାଇନ ଗେମନେଲା ଛାତ୍ରଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବେଢାପାଳ ଗ୍ରାମରେ ଘଟିଛି । ବେଢାପାଳ ଗ୍ରାମର ସୁଶାନ୍ତ ମହାରଣାଙ୍କ ପୁଅ ସତ୍ୟବ୍ରତ ମହାରଣା ଯୁକ୍ତ ୩ ବିଜ୍ଞାନ ଶେଷବର୍ଷର ଛାତ୍ର ଥିଲେ । କଲେଜରେ ପାଠପଢା ସାଙ୍ଗଙ୍କୁ ଅନେକ ସମୟ ମୋବାଇଲରେ ଗେମ ଖେଳନ୍ତି । ଏହି ମୋବାଇଲ ଗେମ ଖେଳିବା ସତ୍ୟବ୍ରତଙ୍କ ପାଇ କାଳ ସାଜିଥିଲା । ଅନଲାଇନ ଗେମରେ ଟଙ୍କା ହରାଇବା ପରେ ସେ ଜୀବନ ହାରିଥିବା ପରିବାର ପକ୍ଷରୁ କୁହାଯାଇଛି ।

ଜିଲ୍ଲା ଭୁବନ ବ୍ଲକର ବେଢାପାଳ ଗ୍ରାମର ସୁଶାନ୍ତ ମହାରଣାଙ୍କ କଲେଜ ପଢୁଆ ପୁଅ ସତ୍ୟବ୍ରତ ମୋବାଇଲରେ ଅନଲାଇନ ଗେମ୍ ଖେଳି ଟଙ୍କା ହରାଇବା ପରେ ଛାତ୍ର ଜଣଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ସତ୍ୟବ୍ରତ ନିକଟସ୍ଥ କଲେଜରେ ପାଠ ପଢିବାକୁ ଯିବା ସମୟରେ ବାପା ୨୦ ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ ପାଇଁ ଦେଇଥିଲେ । ହେଲେ ସେହି ଟଙ୍କାକୁ ସତ୍ୟବ୍ରତ ଡିପୋଜିଟ ନକରି ଗେମଖେଳି ହାରି ଯାଇଥିଲେ । ବାପାଙ୍କୁ ମୁହଁ ଦେଖାଇ ପାରିବେ ନାହିଁ ସେହି ଭୟ ତାଙ୍କୁ ଲାଗି ରହିଥିଲା । ଯଦି ବାପା ପଚାରିବେ ଟଙ୍କା ଡିପୋଜିଟ ନକରି କଣ କଲୁ ସେହି ଭୟ ତାଙ୍କୁ ଘାରିଥିଲା । ଯାହାଫଳରେ ସତ୍ୟବ୍ରତ ଗ୍ରାମ ନିକଟରେ ଥିବା ଭାଲୁଖାଇ ଜଙ୍ଗଲରେ ଜୀବନ ହାରିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଜୀବନ ନେଲା ଅନଲାଇନ ଗେମ ! ଲକ୍ଷାଧିକ ଟଙ୍କା ହରାଇବା ପରେ ଚରମ ନିଷ୍ପତ୍ତି ନେଲେ କଲେଜ ଛାତ୍ର

ପରିବାରଲୋକ ବହୁତ ଖୋଜାଖୋଜି କରି ଜଙ୍ଗଲରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ସତ୍ୟବ୍ରତଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତେବେ ପୁଅକୁ ହରାଇ ପରିବାର ଲୋକେ ମର୍ମାହତ ହୋଇପଡିଛନ୍ତି । ଏହାସହ ଯୁବବର୍ଗମାନଙ୍କୁ ଏହି ଅନଲାଇନ ଗେମରୁ ନିବୃତ ରହିବାକୁ ଅନୁରୋଧ କରିଛନ୍ତି ସତ୍ୟବ୍ରତଙ୍କ ପରିବାର ଲୋକେ ।

ଏହା ବି ପଢନ୍ତୁ- Online Gaming: ଅନଲାଇନ ଗେମରୁ ପିଲାଙ୍କୁ କିପରି ଦୂରେଇ ରଖିବେ, ଜାଣନ୍ତୁ ଉପାୟ

ଆଜିର ଯୁବପିଢି ଅଧିକାଂଶ ସମୟ ସ୍ମାର୍ଟଫୋନ ବ୍ୟବହାରରେ ଅତିବାହିତ କରୁଥିବା ନଜିର ରହିଛି । କିଛି ଯୁବପିଢି ଅନଲାଇନ ଗେମ ଖେଳିବାକୁ ମଧ୍ୟ ବେଶ ପସନ୍ଦ କରନ୍ତି । ଅନଲାଇନ ଖେଳ ନିଶାରେ ଯୁବପିଢି ନିଜ ହୋସ ହରାଇଥାନ୍ତି । ଅନେକ ସମୟରେ କିଶୋର କିଶୋରୀମାନେ ପିତାମାତାଙ୍କ ବ୍ୟାଙ୍କରୁ ଗେମରେ ଟଙ୍କା ଲଗାଇଥାନ୍ତି । ଆଉ ଟଙ୍କା ହାରିବା ପରେ ପିତାମାତାଙ୍କୁ ସାମ୍ନା କିପରି କରିବେ ଏହା ଭାବି ଏଭଳି ଚରମ ନିଷ୍ପତ୍ତି ନେଉଥିବା ନଜିର ରହିଛି । ଏଭଳି ସ୍ଥିତିରେ ପିଲାଙ୍କ କାର୍ଯ୍ୟକଳାପ ଓ ଗତିବିଧି ଉପରେ ପିତାମାତା ଧ୍ୟାନ ଦେବା ଆବଶ୍ୟକ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.