ETV Bharat / sukhibhava

Online Gaming: ଅନଲାଇନ ଗେମରୁ ପିଲାଙ୍କୁ କିପରି ଦୂରେଇ ରଖିବେ, ଜାଣନ୍ତୁ ଉପାୟ

author img

By

Published : Jul 13, 2023, 12:16 PM IST

ଅନଲାଇନ ଗେମ ପାଇଁ ସ୍ମୃତିଶକ୍ତି ହରାଉଛନ୍ତି କିଶୋର-କିଶୋରୀ । ଛୁଆଙ୍କୁ ଗେମରୁ ଦୂରେଇ ରଖିବା ପାଇଁ ପିତାମାତାଙ୍କ ମୁଖ୍ୟ ଭୂମିକା ରହିଛି । ଜାଣି ନିଅନ୍ତୁ କିଛି ଉପାୟ । ଯାହା ଆପଣ ପିଲାକୁ ଅନଲାଇନ ଗେମରୁ ଦୂରେଇ ରଖିବାରେ ସହାୟକ ହେବ ।

Online Gaming
Online Gaming

ହାଇଦ୍ରାବାଦ: ଅନଲାଇନ୍ ଶିକ୍ଷା ହେତୁ ଲାପଟପ୍ ଏବଂ ମୋବାଇଲ୍ ଭଳି ଉପକରଣ ଉପରେ ଛାତ୍ରମାନଙ୍କର ନିର୍ଭରଶୀଳତା ଯଥେଷ୍ଟ ବୃଦ୍ଧି ପାଇଛି । ଅଧିକାଂଶ ଛାତ୍ର ଏହି ଉପକରଣ ଗୁଡ଼ିକରେ ଅଧ୍ୟୟନ କରୁଛନ୍ତି ଏବଂ ଏହା ମଧ୍ୟରେ ମୋବାଇଲ୍ ଗେମ୍ ଖେଳିବା ମଧ୍ୟ ଆରମ୍ଭ କରନ୍ତି । ଅନେକ ପିତାମାତା ସ୍ବୀକାର ମଧ୍ୟ କରିଛନ୍ତି ଯେ ଗତ 2 ବର୍ଷରେ ଅର୍ଥାତ୍ କୋରୋନା ସମୟରେ ସେମାନଙ୍କର ପିଲାମାନେ ଅନଲାଇନ୍ ଗେମିଂ ନିଶାର ଶିକାର ହୋଇଥିଲେ । ଯେଉଁଥିରୁ ଏବେବି ମୁକୁଳି ପାରିନାହାନ୍ତି । ଜାଣିନିଅନ୍ତୁ କିଛି ଉପାୟ । ଯାହା ପିଲାଙ୍କୁ ଏହି ନିଶା କବଳରୁ ଦୂରେଇ ରଖିବାରେ ସହାୟକ ହେବ ।

କୋରାନା କାଳରୁ ଛୋଟ ଛୁଆଙ୍କ କ୍ଷେତ୍ରରେ ମୋବାଇଲର ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଆଜି ଯାଏଁ ମଧ୍ୟ ପିଲାମାନେ ଏହାର ବ୍ୟବହାରକୁ କମାଇ ନାହାନ୍ତି । ଛୁଆଙ୍କ ଉପରେ ଏହାର ଗମ୍ଭୀର ପ୍ରଭାବ ପଡୁଛି । କେତେକ କ୍ଷେତ୍ରରେ ଛୋଟ ଛୁଆମାନେ ନିଜର ସ୍ମୃତିଶକ୍ତି ହରାଇ ବସୁଥିବା ବେଳେ ଅନ୍ୟ କିଛି ଜଣ ଜୀବନ ମଧ୍ୟ ହାରୁଛନ୍ତି । ତେବେ ରାଜସ୍ଥାନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଆଲୱାରର ଜଣେ ଛାତ୍ର ଅନଲାଇନ ଗେମ ଖେଳି ମାନସିକ ଅବସାଦ କାରଣରୁ ନିଜ ସ୍ମୃତି ଶକ୍ତି ହରାଇ ବସିଥିବା ବେଳେ ନିଜ ଲୋକଙ୍କୁ ମଧ୍ୟ ଚିହ୍ନିବା ଆସମ୍ଭବ ହୋଇପଡିଛି ।

ଏନେଇ ଛାତ୍ରଜଣକର ସ୍କୁଲ ଶିକ୍ଷକ କହିଛନ୍ତି, " ଆମ ସ୍କୁଲର ଏକ ଛାତ୍ର ପବଜି ଏବଂ ଫ୍ରି ଫାୟାର ଖେଳି ନିଜର ସ୍ମୃତିଶକ୍ତି ହରାଇ ବସିଛି । ପଡିଶା ଘରୁ ୱାଇଫାଇ ଆଣି ଗେମ ଖେଳି ଖେଳି ମାନସିକ ଚାପରେ ଏଭଳି ହୋଇଯାଇଛି ।"

ଲଗାତାର ହାରିବା କାରଣରୁ ମସ୍ତିଷ୍କ ଉପରେ ପ୍ରଭାବ ପଡିଛି: ସ୍କୁଲ ଶିକ୍ଷକ ଆହୁରି ମଧ୍ୟ କହିଛନ୍ତି, " ଲଗାତାର ହାରିବା କାରଣରୁ ଏହାର ସିଧାସଳଖ ମସ୍ତଷ୍କ ଉପରେ ପଡୁଥିଲା । ଫଳରେ ଶାରିରୀକ ଏବଂ ମାନସିକ ସନ୍ତୁଳନ ହରାଇବା କାରଣରୁ ସ୍ମୃତି ଶକ୍ତି ହରାଇ ବସିଛି । ଏବେ ସେ ନିଜକୁ ନିଜେ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡିଛି ।" ଜାଣିରଖିବା ଉଚିତ ଯେ, ଏଭଳି ପରିସ୍ଥିତିରେ ପିଲାକୁ ଡରାଇବା ଗାଳି କରିବା ବଦଳରେ ସ୍ନେହର ସହ କଥା ହେବା ଉଚିତ୍‌ । ଯଦି ଜଣେ ଛୁଆ ଗେମରୁ ହାରିବା ଯୋଗୁଁ ସ୍ମୃତିଶକ୍ତି ହରାଇ ବସିଥିଲେ ଏଭଳି ସ୍ଥିତିରେ ତାଙ୍କୁ ଏଭଳି ଗେମ ଖେଳାଇବା ଉଚିତ ଯେଉଁଥିରେ କି ସେ ଜିତିପାରିବ । ଫଳରେ ମନକୁ ଶାନ୍ତି ମିଳିବା ସହ ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡିବ।

ମୋବାଇଲ ଅନଲାଇନ ଗେମର ପ୍ରଭାବ: ମୋବାଇଲ ଅନଲାଇନ ଗେମ ଯୋଗୁଁ ଛୁଆ ନିଜର ହିତାହିତ ଜ୍ଞାନ ହରାଇ ବସୁଛନ୍ତି । ମୋବାଇଲ ଗେମର ନିଶାରୁ ବାହାର କରିବା ପାଇଁ ପରିବାରର ସଦସ୍ୟଙ୍କ ମୁଖ୍ୟ ଭୂମିକା ରହିବା ଆବଶ୍ୟକ । ଦରକାର ନଥିବେ ଛୁଆଙ୍କୁ ମୋବାଇଲ ଠାରୁ ଦୂରେଇ ରହିବା ଆବଶ୍ୟକ । ସମୟ ଥାଉ ଥାଉ ସଚେତନତା ଅବଲମ୍ବନ ନକଲେ ସମସ୍ୟା ସୃଷ୍ଟି ହୋଇପାରେ । ଏଭଳି ସ୍ଥିତିରେ ଛୁଆଙ୍କୁ ପରିବାର ସହ ସମୟ ଅତିବାହିତ କରିବା ଆବଶ୍ୟକ । ପିଲାମାନଙ୍କ ସହିତ କିଛି ନୂତନ ସୃଜନଶୀଳ କାର୍ଯ୍ୟ କରିବାକୁ ପ୍ରେରଣା ଦେବା ଉଚିତ୍‌ । ସକାଳେ ପିଲାମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ ଏବଂ ସକାଳେ ଓ ସନ୍ଧ୍ୟାରେ ସେମାନଙ୍କୁ ମୋବାଇଲ୍ ଠାରୁ ଦୂରରେ ରଖନ୍ତୁ । ସକାଳ ଚାଲିବା ସମୟରେ, ପିଲାମାନଙ୍କୁ ସତେଜ ପବନ ଏବଂ ପକ୍ଷୀଙ୍କ ବିଷୟରେ କୌତୁହଳପୂର୍ଣ୍ଣ ସୂଚନା ଦିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: Online Game Side Effect: ଅନଲାଇନ୍ ଗେମ୍ କାରଣରୁ ମାନସିକ ଚାପରେ ରହୁଛନ୍ତି କିଶୋର-କିଶୋରୀ

କିଛି ସମୟ ଅଧ୍ୟୟନ କରିବା ପରେ, କିଛି ସମୟ ଖେଳିବାକୁ ଦିଅନ୍ତୁ । ଯାହାଫଳରେ ପିଲାମାନେ ଯେକୌଣସି ସମୟରେ ଅନଲାଇନ୍ ଗେମରେ ବ୍ୟସ୍ତ ରହିବେ ନାହିଁ । ସମୟ ସୀମା ସ୍ଥିର କଲେ ପିଲାମାନେ କେବଳ ସୀମିତ ସମୟ ପାଇଁ ଅନଲାଇନ୍ ଗେମ୍ ଖେଳିବାକୁ ସମର୍ଥ ହେବେ । ଯଦି ଲାପଟପ୍ କିମ୍ବା ଫୋନରେ ଅନଲାଇନ ଗେମ୍ ଖେଳନ୍ତି, ତେବେ ଏକ ନିର୍ଦ୍ଦିଷ୍ଟ ସୀମା ପରେ, ତାଙ୍କଠାରୁ ଫୋନ୍ କିମ୍ବା ଲାପଟପ୍ ଆଣି ଦେବା ଉଚିତ୍‌। ଯଦି କ୍ରମାଗତ ଭାବେ ସମୟସୀମାକୁ ହ୍ରାସ କରାଯାଏ ତେବେ ପିଲାମାନେ ଅନଲାଇନ ଗେମଠାରୁ ଦୂରେଇ ରହିପାରିବେ ।

ଅଲସନ୍ଧ୍ୟା ସମୟରେ ଛୁଆଙ୍କୁ ବଗିଚା କାମରେ ସାମିଲ କରନ୍ତୁ । ପ୍ରକୃତି ଏବଂ ଜୀବଜନ୍ତୁଙ୍କ ବିଷୟରେ କିଛି ଜ୍ଞାନ ଦିଅନ୍ତୁ। ପରିବାରର ମୁଖ୍ୟ ଯଦି ମୋବାଇଲର ବ୍ୟବହାର କମ କରିବେ ତେବେ ପିଲାଙ୍କୁ ମଧ୍ୟ ଏହାର ପ୍ରଭାବ ପଡିବ ନାହିଁ। ଏହାସହ ଘରେ ଏକ ଗୃହପାଳିତ ପଶୁ ରହିବା ଦ୍ବାରା ଅନଲାଇନ ଗେମ ଠାରୁ ଦୂରେଇ ରହିପାରିବେ ଛୁଆ । ପାଠ ପରେ ମିଳୁଥିବା ଫ୍ରି ଟାଇମରେ ଛୁଆମାନେ ପଶୁମାନଙ୍କ ସହ ସମୟ ବିତାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.