ETV Bharat / state

ଜୀବନ ନେଲା ଅନଲାଇନ ଗେମ ! ଲକ୍ଷାଧିକ ଟଙ୍କା ହରାଇବା ପରେ ଚରମ ନିଷ୍ପତ୍ତି ନେଲେ କଲେଜ ଛାତ୍ର

author img

By

Published : Jul 27, 2023, 8:46 AM IST

ଅନଲାଇନ ଗେମ ଖେଳି ହେଲେ ସର୍ବସ୍ବାନ୍ତ । ମାନସିକ ଭାରସାମ୍ୟ ହରାଇ ଜଣେ କଲେଜ ଛାତ୍ର ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଅନଲାଇନ ଗେମ ଖେଳି ହେଲେ ସର୍ବଶାନ୍ତ
ଅନଲାଇନ ଗେମ ଖେଳି ହେଲେ ସର୍ବଶାନ୍ତ

ବାଲେଶ୍ବର: ଆଜିର ଯୁବପିଢିଙ୍କୁ କିମିଆ କରିଛି ଅନଲାଇନ ଗେମ । ଯାହା ସେମାନଙ୍କ କ୍ଷେତ୍ରରେ ଘାତକ ସାବ୍ୟସ୍ତ ହେଉଛି । ଅନଲାଇନ ଗେମ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଜୀବନ ହାରିବାକୁ ପଛାଉ ନାହାନ୍ତି ଯୁବପିଢି । ଏମିତି ଏକ ଘଟଣା ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଅନଲାଇନ ଗେମ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରି ଦେଇଛନ୍ତି କଲେଜ ଛାତ୍ର । ମୃତକ ହେଲେ ସୋର ଥାନା ଗୁଡ଼ ଗ୍ରାମର 19 ବର୍ଷୀୟ ଉଦୟ କୁମାର ବେହେରା ।

ସୂଚନା ଅନୁସାରେ, ଉଦୟ ବାସୁଦେବପୁର ଏବି କଲେଜରେ ସ୍ନାତକ ଦ୍ୱିତୀୟ ବର୍ଷର ଛାତ୍ର । ସେ ହଷ୍ଟେଲରେ ରହି ପାଠ ପଢୁଥିଲେ । ଗତ ଦୁଇଦିନ ତଳେ ସେ ଘରକୁ ବୁଲିବା ପାଇଁ ଆସିଥିଲେ । ଘରେ ଥିବା ବେଳେ ସେ ଅନଲାଇନ ଗେମ ବହୁମାତ୍ରାରେ ଖେଳୁଥିବା ତାଙ୍କ ପରିବାର ଦେଖିଥିଲେ । ଯାହାକୁ ନେଇ ତାଙ୍କ ମାତାଙ୍କୁ ଅନେକ ଥର ବାରବାରଣ ମଧ୍ୟ କରିଥିଲେ । ହେଲେ ଉଦୟ ଗେମ ଖେଳିବା ଛାଡି ନଥିଲେ । ଶେଷରେ ଗେମ ଖେଳୁଖେଳୁ କେତେବେଳେ ସେ ଲକ୍ଷାଧିକ ଟଙ୍କା ହରାଇ ଦେଲେ ସେ ଜାଣି ପାରିଲେ ନାହିଁ । ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହରାଇଥିବାରୁ ଅନେକ ସମୟରେ ଉଦୟ ମାନସିକ ଚାପରେ ରହୁଥିଲେ ।

ଏହା ବି ପଢନ୍ତୁ: Online Gaming: ଅନଲାଇନ ଗେମରୁ ପିଲାଙ୍କୁ କିପରି ଦୂରେଇ ରଖିବେ, ଜାଣନ୍ତୁ ଉପାୟ

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ପରିବାର ସମସ୍ତେ ଶୋଇଥିଲେ। ସକାଳେ ଉଦୟଙ୍କୁ ଡାକିବା ପାଇଁ ତାର ଶୋଇବା ଘରକୁ ଯିବା ସମୟରେ ଉଦୟର ମୃତଦେହ ଦେଖିବାକୁ ପାଇଥିଲେ । ପରେ ଗ୍ରାମବାସୀ ଓ ସମ୍ପର୍କୀୟମାନେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲା, ୩ ଅଭିଯୁକ୍ତ ଗିରଫ

ପ୍ରକାଶ ଥାଉକି, ଅନେକ ଅଭିନେତାମାନେ ଅନଲାଇନ ଗେମ ଖେଳିବା ପାଇଁ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଟଙ୍କା ରୋଜଗାର ପାଇଁ ଅଭିନୟ କରୁଥିବା ବେଳେ ଏହାର ପ୍ରଭାବରେ ଯୁବପିଢି ଆସି ଏହି ଭଳି ଭାବେ ଅର୍ଥ ହରାଇବା ସର୍ବସ୍ବାନ୍ତ ହେଉଛନ୍ତି । ଏହାସହ ମାନସିକ ଚାପର ରହି ଜୀବନ ଦେବାକୁ ପଛାଉ ନାହାଁନ୍ତି । ଏଥିପାଇଁ ସଚେତନତାର ଆଵଶ୍ୟକତା ରହିଥିବା ବେଳେ ଅନଲାଇନ ଗେମ କିମ୍ବା ଟ୍ରେଡିଂ ଆଦିରୁ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇ ପଡିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.