ETV Bharat / bharat

'ମୁଁ କଂଗ୍ରେସର ଉଦ୍ଦେଶ୍ୟକୁ ପୂରଣ କରିବାକୁ ଦେବି ନାହିଁ’, କାହିଁକି ଏମିତି କହିଲେ ମୋଦି - PM Modi Karnataka Rally

author img

By ETV Bharat Odisha Team

Published : Apr 29, 2024, 4:01 PM IST

PM MODI KARNATAKA RALLY
PM MODI KARNATAKA RALLY

PM MODI KARNATAKA RALLY: କର୍ଣ୍ଣାଟକର ଜନସଭାରେ କଂଗ୍ରେସକୁ ପୁଣି ମୋଦିଙ୍କ ଟାର୍ଗେଟ । କହିଲେ 'ମୁଁ କଂଗ୍ରେସର ଉଦ୍ଦେଶ୍ୟକୁ ପୂରଣ କରିବାକୁ ଦେବି ନାହିଁ' । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ନିର୍ବାଚନୀ ରାଲିରେ ଲଗାତାର ଭାବେ କଂଗ୍ରେସ ଉପରେ ବର୍ଷୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ସୋମବାର) କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ମୋଦି କଂଗ୍ରେସର ସଂରକ୍ଷଣ ବ୍ୟବସ୍ଥା ଉପରେ ବର୍ଷିଛନ୍ତି । ଏନେଇ ମୋଦି କହିଛନ୍ତି ଯେ କଂଗ୍ରେସ କେବଳ ଭୋଟ ବ୍ୟାଙ୍କ ରାଜନୀତି ଲାଗି ଦେଶରେ ଧର୍ମ ଆଧାରିତ ସଂରକ୍ଷଣର ବ୍ୟବସ୍ଥା ଆଣିବାକୁ ଯୋଜନା କରୁଛି । କିନ୍ତୁ ମୁଁ କଂଗ୍ରେସର ଏହି ଉଦ୍ଦେଶ୍ୟକୁ କେବେ ବି ପୂରଣ ହେବାକୁ ଦେବି ନାହିଁ ।

କଣ କହିଲେ ମୋଦି:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "କଂଗ୍ରେସର ଏହି ପ୍ରସ୍ତାବ ସଂଖ୍ୟାଲଘୁଙ୍କ ହିତରେ ଅଛି । କାରଣ ଏବେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଓବିସି ବର୍ଗ ବିଜେପି ସହିତ ଅଛନ୍ତି । କଂଗ୍ରେସ କେବଳ ଭୋଟ ବ୍ୟାଙ୍କ ରାଜନୀତି ଲାଗି ଦେଶରେ ଧର୍ମ ଆଧାରିତ ସଂରକ୍ଷଣର ବ୍ୟବସ୍ଥା ଆଣିବାକୁ ଯୋଜନା କରୁଛି । କିନ୍ତୁ ମୁଁ କଂଗ୍ରେସର ଏହି ଉଦ୍ଦେଶ୍ୟକୁ କେବେ ବି ପୂରଣ ହେବାକୁ ଦେବି ନାହିଁ ।"

'ଜନତାଙ୍କ ଅଧିକାର ଛଡାଇବାକୁ ଚାହୁଁଛି କଂଗ୍ରେସ':- ମୋଦି ଆହୁରି କହିଛନ୍ତି, "କଂଗ୍ରେସ ପୂର୍ବରୁ ମଧ୍ୟ ଧର୍ମ ଆଧାରିତ ସଂରକ୍ଷଣ ପ୍ରଦାନ କରିବା ନେଇ ଏକ ଆଇନ ଲାଗୁ କରିବା ସମ୍ପର୍କରେ କହିଥିଲା । ଚଳିତ ନିର୍ବାଚନରେ ମଧ୍ୟ ଦଳ ନିଜ ନ୍ୟାୟ ପତ୍ରରେ ଏଭଳି ସଙ୍କେତ ଦେଇଛି । ମୁଁ ମୋର ଦଳିତ ଓ ପଛୁଆ ବର୍ଗ ଭାଇ ଭଉଣୀଙ୍କୁ କଂଗ୍ରେସର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବାକୁ ଚାହୁଁଛି । କିଛି ଲୋକ ଧର୍ମ ଆଧାରରେ ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ କରିବା ଲାଗି ବାବା ସାହେବ ଆମ୍ବେଦକରଙ୍କ ଦ୍ବାରା ସ୍ଥିର କରାଯାଇଥିବା ଆପଣଙ୍କ ଅଧିକାରକୁ ଛଡ଼ାଇବାକୁ ଯୋଜନା କରୁଛି ।"

ଏହା ବି ପଢନ୍ତୁ- ମହିଳାଙ୍କ ମଙ୍ଗଳସୂତ୍ର ଉପରେ କଂଗ୍ରେସ-ଇଣ୍ଡିଆ ମେଣ୍ଟର ଆଖି: ପ୍ରଧାନମନ୍ତ୍ରୀ ମୋଦି

"ସଂସଦରେ ଅଧିକାଂଶ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ସାଂସଦ ବିଜେପିରୁ ଅଛନ୍ତି । ଏଥିଲାଗି କଂଗ୍ରେସ ଭାବୁଛି ଯେ ଏସସି, ଏସଟି ଏବଂ ଓବିସି ଏବେ ବିଜେପି ସହିତ ଅଛନ୍ତି । ଏବେ କଂଗ୍ରେସ ସଂଖ୍ୟାଲଘୁଙ୍କ ବିଶ୍ବାସଭାଜନ ହେବା ଲାଗି ଏସସି, ଏସଟି ଏବଂ ଓବିସି ଲୁଟିବା ପାଇଁ ଯୋଜନା କରୁଛନ୍ତି । ଏଥିଲାଗି ଆଜି ମୁଁ ଦଳିତ, ଆଦିବାସୀ ଏବଂ ଓବିସି ଭାଇ ଭଉଣୀଙ୍କୁ ଗ୍ୟାରେଣ୍ଟି ଦେବାକୁ ଚାହୁଁଛି ଯେ ଆପଣମାନଙ୍କ ଅଧିକାରକୁ ବଞ୍ଚାଇବା ଲାଗି ମୋଦି କିଛି ବି କରିପାରିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.