ETV Bharat / bharat

ସ୍ୟାଣ୍ଡ ମାଇନିଂ ମାମଲାରେ ଅଖିଳେଶଙ୍କୁ CBI ସମନ, ଆସନ୍ତାକାଲି ହେବେ ହାଜର

author img

By ETV Bharat Odisha Team

Published : Feb 28, 2024, 4:36 PM IST

ସ୍ୟାଣ୍ଡ ମାଇନିଂ ମାମଲାରେ ଅଖିଳେଶଙ୍କୁ CBI ସମନ
ସ୍ୟାଣ୍ଡ ମାଇନିଂ ମାମଲାରେ ଅଖିଳେଶଙ୍କୁ CBI ସମନ

CBI Notice to former Uttar Pradesh CM Akhilesh Yadav on Sand Mining Case: ଆସନ୍ତାକାଲି ସିବିଆଇରେ ହାଜର ହେବେ ସପା ମୁଖ୍ୟ ଅଖିଳେଶ ଯାଦବ । ଅଧିକ ପଢନ୍ତୁ,

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ଜେରା କରିବ କେନ୍ଦ୍ରୀୟ ସଂସ୍ଥା । ଆଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ସାଣ୍ଡ ମାଇନିଂ ଘୋଟାଲା ମାମଲାରେ ତାଙ୍କୁ ଜେରା ପାଇଁ ସମନ ଜାରି କରିଛି । ଆସନ୍ତାକାଲି (29 ତାରିଖ) ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ମାମଲାରେ ଜଣେ ସାକ୍ଷୀ ଭାବେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ସମନରେ କୁହାଯାଉଛି । ହେଲେ ଏନେଇ ଅଖିଳେଶ କିମ୍ବା ପାର୍ଟି ସୂତ୍ରରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ତଦନ୍ତକାରୀ ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, 2012 ରୁ 2016 ମଧ୍ୟରେ ହମିରପୁର ଅଞ୍ଚଳରେ ବ୍ୟାପକ ବେଆଇନ ବାଲି ଖନନ ହୋଇଥିବା ଅଭିଯୋଗ ହୋଇଥିଲା । ବର୍ଷ 2019 ରେ ଏହି ମାମଲାରେ ଏକ ଏନେଇ ଏକ ଏଫଆଇଆର କରଯାଇ ମାମଲା ପଞ୍ଜିକୃତ କରାଯାଇଥିଲା । ଏହି ମାମଲାର ତଦନ୍ତ ଏବେ ସିବିଆଇ ଦ୍ବାରା ଜାରି ରହିଛି । ଏଥିରେ ଅଖିଳେଶଙ୍କୁ ଅଭିଯୁକ୍ତ ନୁହେଁ ବରଂ ଜଣେ ସାକ୍ଷୀ ଭାବେ ପକ୍ଷଭୁକ୍ତ କରାଯାଇଛି । ସିଆଆରପିସିର ଧାରା 160 ଅନୁସାରେ, କେନ୍ଦ୍ରୀୟ ସଂସ୍ଥା ଅଖିଳେଶଙ୍କୁ ଏହି ନୋଟିସ ଜାରି କରିଛି ।

2019 ରେ ତତ୍କାଳୀନ ଜିଲ୍ଲା ମାଝିଷ୍ଟ୍ରେଟ, ଖନନ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା । ବହୁ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀଙ୍କ ନାମ ମଧ୍ୟ ଏହି ଘୋଟାଲା ଅଭିଯୋଗ ସହ ଯୋଡି ହୋଇଥିଲା । ଅନେକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ଅବୈଧ ଖନନରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି ଓ ରାଜସ୍ବ ହାନୀ ହୋଇଥିବା ଅଭିଯୋଗ ହୋଇଥିଲା । ଏବେ ଏହି ମାମଲାର ତଦନ୍ତ ପୁଣି ତ୍ବାରାନ୍ବିତ ହେବାକୁ ଯାଉଛି । ଏବେ ସିଧା ସଳଖ ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶଙ୍କୁ ତଦନ୍ତକାରୀ ସଂସ୍ଥା ଜେରା କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :- ହିମାଚଳରେ ସରକାର ବଞ୍ଚାଇବାକୁ କଂଗ୍ରେସର କସରତ; ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ସୁଖୁ

ଏଠାରେ ଉଲ୍ଲେଖ୍ୟଯୋଗ୍ୟ, ବିହାରରେ ରେଳବାଇ ଜମି ଘୋଟାଲା ମାମଲାରେ ପୂର୍ବତନ ରେଳମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ, ପୁଅ ତେଜସ୍ବୀ ଓ ପତ୍ନୀ ରାବିଡି ଦେବୀ ଏବେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ରହିଛନ୍ତି । ଝାଡଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜମି ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଅବକାରୀ ଘୋଟାଲାରେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ଅଛନ୍ତି । ଏବେ ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ମଧ୍ୟ ଏହି ତାଲିକାରେ ଯୋଡି ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.