ETV Bharat / bharat

ହିମାଚଳରେ ସରକାର ବଞ୍ଚାଇବାକୁ କଂଗ୍ରେସର କସରତ; ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ସୁଖୁ

author img

By ETV Bharat Odisha Team

Published : Feb 28, 2024, 1:34 PM IST

Updated : Feb 28, 2024, 2:37 PM IST

Himachal CM Sukhwinder Singh to Resign : ଆଜି ଇସ୍ତଫା ଦେଇପାରନ୍ତି ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ଏହାରି ଭିତରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ନା ମୋତେ କେହି ଇସ୍ତଫା ମାଗିଛନ୍ତି ନା ମୁ କାହାକୁ ଇସ୍ତଫା ଦେଇଛି। ଆମେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବୁ ଆମେ ଜିତିବୁ । ଅଧିକ ପଢନ୍ତୁ

CM Sukhwinder Singh
CM Sukhwinder Singh

ଶିମଲା: ହିମାଚଳ ପ୍ରଦେଶରେ ରାଜନୈତିକ ସଙ୍କଟ । ସତ ହୋଇପାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଦାବି । ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ! କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ନିଯୁକ୍ତି କରାଯାଇଥିବା ପର୍ଯ୍ୟବେକ୍ଷକ ଏବଂ ଦଳୀୟ ବିଧାୟକଙ୍କ ସହିତ ହୋଇଥିବା ବୈ"କରେ ପ୍ରସ୍ତାବ ଦେଇଛନ୍ତି ସୁଖୁ ।' ମୁଁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ରହିଥିବା କଥା ସେ କହିଛନ୍ତି '। କେବଳ ଘୋଷଣା କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧ ଭାବେ ରାଜ୍ୟପାଳଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ନାହାନ୍ତି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ସୂତ୍ରରୁ ସୂଚନା ରହିଛି । ପ୍ରକାଶଥାଉକି, ଡି କେ ଶିବକୁମାର ଏବଂ ଭୁପେନ୍ଦ୍ର ସିଂ ହୁଡା ପର୍ଯ୍ୟବେକ୍ଷକ ଭାବେ ଶିମଲାରେ ପହଞ୍ଚି ଥିଲେ । କ୍ରୋଧିତ କଂଗ୍ରେସ ବିଧାୟକଙ୍କୁ ମନେଇବା ପାଇଁ ଦିଲ୍ଲୀରୁ ଆସିଥିଲେ ପର୍ଯ୍ୟବେକ୍ଷକ ।

ଏହା ମଧ୍ୟ ପଢନ୍ତୁ: ହିମାଚଳରେ ଭୁଶୁଡ଼ିବ କି ସୁଖୁ ସରକାର? ରାଜ୍ୟପାଳଙ୍କ ଦ୍ବାରସ୍ଥ ହେଲା ବିଜେପି, ଫ୍ଲୋର ଟେଷ୍ଟ ଦାବି

ଏହା ମଧ୍ଯ ପଢ଼ନ୍ତୁ: ହିମାଚଳ ରାଜନୀତି ହଲଚଲ; ମନ୍ତ୍ରୀପଦରୁ ଇସ୍ତଫା ଦେଲେ ବିକ୍ରମାଦିତ୍ୟ ସିଂ, ବିଜେପିର 15 ବିଧାୟକ ସସପେଣ୍ଡ

ସରକାରକୁ ବଞ୍ଚାଇବା ପାଇଁ କସରତ ଆରମ୍ଭ କରିଛି କଂଗ୍ରେସ ପାର୍ଟି । କ୍ରୋଧିତ କଂଗ୍ରେସ ବିଧାୟକଙ୍କୁ ମନେଇବା ପାଇଁ ପର୍ଯ୍ୟଟକମାନେ ଦିଲ୍ଲୀରୁ ଆସି କସରତ ଆରମ୍ଭ କରି ସାରିଛନ୍ତି । କ୍ରସ ଭୋଟିଂ ଦେଇଥିବା ବିଧାୟକଙ୍କ ମନରେ ପୁଣି ଥରେ ବିଶ୍ବାସ ଜନ୍ମାଇବା ପାଇଁ ଅଣ୍ଟା ଭିଡିଛି ଦଳ । ଖେଳା ଯାଉଛି ଗେମ୍ କାର୍ଡ । ଜଣେ ଆଉଟ ଆଉ ଜଣେ ଇନ, କିନ୍ତୁ ଜାରି ରହିବ ମ୍ୟାଚ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂଙ୍କୁ ହଟାଇ ଆଉ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରି ଦଳକୁ ରଖିବା ପାଇଁ ମାଇଣ୍ଡ ଗେମ୍ ଜାରି ରହିଛି । ଅନ୍ୟପଟେ ଆଜି 15 ଜଣ ବିଜେପି ବିଧାୟକଙ୍କୁ ବିଧାନସଭାରୁ ସସପେଣ୍ଡ କରିଛନ୍ତି ବାଚସ୍ପତି। ସଂଖ୍ୟା ଗରିଷ୍ଠତା ଦର୍ଶାଇବା ପାଇଁ ଏହା ଏକ ପ୍ରକାର ଗେମ୍ ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମଧ୍ୟ ଇସ୍ତଫା ଦେବା ପାଇଁ ରାଜି ହୋଇଛନ୍ତି । ସନ୍ଧ୍ୟା ସୁଦ୍ଧା ସେ ଇସ୍ତଫା ଦେଇପାରନ୍ତି । ଦେଖିବାକୁ ବାକି ରହିଲା କେଉଁ ମୋଡ ନେଉଛି ହିମାଚଳ ରାଜନୀତି ।

ତେବେ ଏହାରି ଭିତରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ମୁଁ ଭୟଭୀତ ହେବା ବ୍ୟକ୍ତି ନୁହେଁ । ମୁଁ ନିଶ୍ଚିତ ଯେ, ବଜେଟ ଭୋଟିଂରେ ଆମେ ନିଶ୍ଚିତ ଜିତିବୁ । ବିଜେପି ଭାବୁଛି ଏହା ଅସମ୍ଭବ । ବିଜେପି ଇସ୍ତଫାକୁ ନେଇ କେବଳ ଗୁଜବ ସୃଷ୍ଟି କରୁଛି । ଏହା କଂଗ୍ରେସ ଉପରେ ଏକ ଚାପ ସୃଷ୍ଟି କରିପାରେ କିନ୍ତୁ କଂଗ୍ରେସ ଦଳ ଏକଜୁଟ ହୋଇ ରହିଛି । ସବୁ ସମସ୍ୟାର ସମାଧାନ ହେବ । ବିଜେପି ସହିତ ଯେଉଁ ବିଧାୟକମାନେ ରହିଛନ୍ତି, ସେମାନଙ୍କ ସହିତ ମୁଁ ସମ୍ପର୍କରେ ରହିଛି । ବିଜେପି କେବଳ ଡ୍ରାମା କରୁଛି, ସେମାନେ ଭଲ କଳାକାର ଅଟନ୍ତି । କିନ୍ତୁ କଂଗ୍ରେସ ସରକାର ପୁରା 5 ବର୍ଷ ପର୍ଯ୍ୟନ୍ତ ଚାଲିବ । ନା ମୋତେ କେହି ଇସ୍ତଫା ମାଗିଛନ୍ତି ନା ମୁ କାହାକୁ ଇସ୍ତଫା ଦେଇଛି। ଆମେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବୁ ଆମେ ଜିତିବୁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 28, 2024, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.