ETV Bharat / bharat

'ଭାରତର ବାରଣ ପରେ ବି ଅପରାଧିକ ମାମଲାରେ ଜଡ଼ିତ ଲୋକଙ୍କୁ ଭିସା ଦେଉଛି କାନାଡା' - Jaishankar slams Justin Trudeau

author img

By ETV Bharat Odisha Team

Published : May 5, 2024, 5:21 PM IST

JAISHANKAR SLAMS JUSTIN TRUDEAU: ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ମାମଲାରେ 3 ଭାରତୀୟ ଗିରଫ ପରେ କାନାଡା ଉପରେ ବର୍ଷିଲେ ଏସ ଜୟଶଙ୍କର । କହିଲେ ଭାରତର ବାରଣ ପରେ ବି ଅପରାଧିକ ମାମଲାରେ ଜଡ଼ିତ ଲୋକଙ୍କୁ ଭିସା ଦେଉଛି କାନାଡା । ଅଧିକ ପଢନ୍ତୁ

JAISHANKAR
JAISHANKAR ((File Photo: ANI))

ଭୁବନେଶ୍ବର: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡାର ସମ୍ପର୍କରେ ତିକ୍ତତା ବୃଦ୍ଧି ପାଉଛି । ଏହି ହତ୍ୟାକାଣ୍ଡରେ ବିନା ପ୍ରମାଣରେ ଭାରତକୁ ଦାୟୀ କରିଆସୁଥିବା କାନାଡା ଗତକାଲି 3 ଜଣ ଭାରତୀୟଙ୍କୁ ଗିରଫ କରିଛି । ଏହା ଉପରେ କ୍ରମାଗତ ଭାବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କାନାଡାକୁ ସମାଲୋଚନା କରିଛନ୍ତି । ଭାରତ ବାରମ୍ବାର ବାରଣ କରିବା ପରେ ବି ପଞ୍ଜାବରେ ଅପରାଧିକ ମାମଲାରେ ଜଡ଼ିତ ଲୋକଙ୍କୁ କାନାଡା ଭିସା ପ୍ରଦାନ କରୁଛି ବୋଲି ଜୟଶଙ୍କର କହିଛନ୍ତି ।

ନିଜ୍ଜାର ହତ୍ୟାକାଣ୍ଡ ଘଟଣାରେ 3 ଭାରତୀୟଙ୍କୁ ଗିରଫ କରିବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ତାଙ୍କ ଦେଶ ହେଉଛି ଆଇନ ଶାସିତ ଦେଶ । ଯାହାର ସ୍ବାଧୀନ ନ୍ୟାୟିକ ପ୍ରଣାଳୀ ଥିବା ବେଳେ ଏହାର ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ମୌଳିକ ପ୍ରତିବଦ୍ଧତା ପ୍ରଦାନ କରେ । କାନାଡ ନାଗରିକ ନିଜ୍ଜାରକୁ ଗତ ବର୍ଷ ଜୁନ 18 ତାରିଖରେ ବ୍ରିଟିଶ କଲମ୍ବିଆ ସୁରେ ସ୍ଥିତ ଏକ ଗୁରୁଦ୍ବାର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ନେଇ ଭାରତୀୟ ଏଜେଣ୍ଟକୁ ଦାୟୀ କରିଥିଲା କାନାଡା ।

ଏନେଇ ଜୟଶଙ୍କର କହିଛନ୍ତି, "ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ଏଭଳି ଲୋକ କେତେକ ଦେଶରେ ନିଜକୁ ରାଜନୈତିକ ସ୍ତରରେ ସଂଗଠିତ କରନ୍ତି । କିଛି ଗଣତାନ୍ତ୍ରିକ ଦେଶ ଗୁଡ଼ିକ ମଧ୍ୟରୁ କିଛି ଦେଶର ରାଜନେତାମାନେ ବିଶ୍ବାସ କରିବାକୁ ଲାଗିଲେ ଯେ ଯଦି ସେମାନେ ଏହି ଲୋକମାନଙ୍କୁ ଅବମାନନା କରନ୍ତି କିମ୍ବା ଏହି ଲୋକମାନଙ୍କ ପ୍ରତି ଦୃଷ୍ଟି ଦିଅନ୍ତି, ତେବେ ତାଙ୍କୁ ରାଜନୈତିକ ସ୍ତରରେ ଫାଇଦା ମିଳିବ । କାରଣ ଏହି ନେତାଙ୍କ ଜରିଆରେ ସେମାନଙ୍କୁ ସାମ୍ପ୍ରଦାୟିକ ଭୋଟ ବ୍ୟାଙ୍କ ମିଳିବ । ଏଭଳି ବିଚାରାଧାରା ରଖୁଥିବା ଦେଶଗୁଡ଼ିକରେ ଉଗ୍ରବାଦୀମାନେ ରାଜନୀତିରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ।"

ଏହା ବି ପଢନ୍ତୁ- 'କାନାଡାରେ ଯାହା କିଛି ଘଟୁଛି ତାହା କେବଳ ସେମାନଙ୍କର ଆଭ୍ୟନ୍ତରୀଣ ରାଜନୀତି'

ଜୟଶଙ୍କର ଆହୁରି କହିଛନ୍ତି, "ଆମର ବଡ଼ ସସମ୍ୟା ହେଉଛି କାନାଡା । ଏବେ କାନାଡାରେ କ୍ଷମତାରେ ଥିବା ଦଳ ଏବଂ କାନାଡାର ଅନ୍ୟ ଦଳଗୁଡ଼ିକ ଏହି ପ୍ରକାରର ଉଗ୍ରବାଦ, ବିଚ୍ଛିନ୍ନତାବାଦ ଏବଂ ହିଂସାକୁ ସମର୍ଥନ କରୁଥିବା ବ୍ୟକ୍ତିମାନେ 'ଫ୍ରି ସ୍ପିଚ୍‌' ନାମରେ ଏକ ନିର୍ଦ୍ଦିଷ୍ଟ ବୈଧତା ପ୍ରଦାନ କରୁଛନ୍ତି । ଯେତେବେଳେ ଆପଣ ସେମାନଙ୍କୁ କିଛି କୁହନ୍ତି, ସେ ଗଣତାନ୍ତ୍ରିକ ଦେଶ ଓ ଫ୍ରି ସ୍ପିଚ କଥା କୁହନ୍ତି । କିନ୍ତୁ ସେମାନେ ବୁଝିବା ଆବଶ୍ୟକ ଯେ, ଏହା ଆଉ ଏକ ଦୁନିଆ ନୁହେଁ ଯିଏ କି ଏକପାଖିଆ ଚାଲିବ । ଯଦି ସେଠାରେ କିଛି ଘଟେ ତେବେ ତାହାର ପ୍ରଭାବ ବାକି ଦେଶରେ ମଧ୍ୟ ପଡ଼ିବ । ସେଠାରେ ମଧ୍ୟ ନ୍ୟୁଟନ ଲ' ଲାଗୁ ହେବ। ଏ ନେଇ ଅନ୍ୟ ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବ । ଅନ୍ୟମାନେ ଏହାର ପ୍ରତିବାଦ କରିବେ ।"

କାନାଡା ଅପରାଧିକ ମାମଲାରେ ଜଡିତ ଥିବା ବ୍ୟକ୍ତିଙ୍କୁ ନିଜ ଦେଶକୁ ସ୍ବାଗତ କରୁଛି । ଏନେଇ ଭାରତର ବାରଣ ସତ୍ତ୍ବେ ଏପରି କରିଚାଲିଛି । ଉଦାହରଣ ସ୍ବରୂପ କାନାଡାରେ ଥିବା ଭାରତୀୟ ଦୂତାବାସ ଆକ୍ରମଣ ନେଇପାରିବା । ସେଠାକାର ବୈଦେଶିକ ମନ୍ତ୍ରୀକୁ ମଧ୍ୟ ମୁଁ କହିଛି ଯେ ଯଦି ତାହା ଆପଣଙ୍କ ଦୂତାବାସ, ଆପଣଙ୍କ ଜାତୀୟ ପତାକା ହୋଇଥାନ୍ତା ତେବେ ଆପଣ କିପରି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତେ । ଏ ନେଇ ଭାରତ ନିଜର ଆଭିମୁଖ୍ୟ ସଦାବେଳେ ସ୍ପଷ୍ଟ କରିଆସିଛି ବୋଲି କହିଛନ୍ତି ଜୟଶଙ୍କର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.