ETV Bharat / bharat

ED ପରେ ବାନ୍ଧିଲା CBI: ଜେଲ ଭିତରେ ପୁଣି ଥରେ ଗିରଫ ହେଲେ କବିତା - K Kavitha Arrested By CBI

author img

By ETV Bharat Odisha Team

Published : Apr 11, 2024, 4:54 PM IST

ED ପରେ CBI: ଜେଲ ଭିତରେ ପୁଣି ଥରେ ଗିରଫ ହେଲେ କବିତା
ED ପରେ CBI: ଜେଲ ଭିତରେ ପୁଣି ଥରେ ଗିରଫ ହେଲେ କବିତା

Kavitha Arrested By CBI Inside Jail: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଜୁଡିସିଆଲ କଷ୍ଟଡିରେ ପୁଣି ଥରେ ଗିରଫ ହେଲେ BRS ନେତ୍ରୀ କବିତା । ପୂର୍ବରୁ ଗିରଫ କରିଥିଲା ଇଡି । ଏବେ ସିବିଆଇ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ବିଚାର ବିଭାଗୀୟ ଜେଲରେ ଥିବା ତେଲେଙ୍ଗାନା ଏମଏଲଏସି କେ.କବିତାଙ୍କୁ ପୁଣି ଗିରଫ କଲା ‘ସିବିଆଇ’ । ଏବେ କବିତା ଗିରଫ ହୋଇ ତିହାର ଜେଲରେ ଅଛନ୍ତି । ନିକଟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତାଙ୍କୁ ଜେଲରେ ଜେରା ମଧ୍ୟ କରିଥିଲା । ଆଜି ତାଙ୍କୁ ଦ୍ବିତୀୟ ଥର ପାଇଁ ଗିରଫ କରାଯାଇଛି ।

ଗତମାସ (ମାର୍ଚ୍ଚ) 15 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ କବିତାଙ୍କ ହଇଦ୍ରାବାଦ ସ୍ଥିତ ବାସଭବନରେ ଚଢାଉ କରିବା ସହ ଏକାଧିକ ଘଣ୍ଟା ଜେରା କରିଥିଲା । ସଂଧ୍ୟାରେ ତାଙ୍କୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଇଥିଲା । 16 ତାରିଖରେ ତାଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ସଂସ୍ଥା । ଏହା ପରେ ସେ ଏକାଧିକ ପର୍ଯ୍ୟାୟରେ ‘ଇଡି’ ରିମାଣ୍ଡରେ ଜେରା ମଧ୍ୟ ହୋଇସାରିଛନ୍ତି । ଏବେ ସେ ତିହାର ଜେଲରେ ବିଚାର ବିଭାଗୀୟ ବନ୍ଦୀ ଭାବେ ଅଛନ୍ତି । ପୂର୍ବରୁ କବିତାଙ୍କୁ ଏହି ମାମଲାରେ ଉଭୟ ସିବିଆଇ ଓ ଇଡି ଏକାଧିକ ଥର ସମନ ଜାରି କରିଥିଲା । କୌଣସି ସମନରେ କବିତା ହାଜର ହୋଇନଥିଲେ ବରଂ କେନ୍ଦ୍ରୀୟ ସଂସ୍ଥାର ନୋଟିସକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସେ ଜଣେ ମହିଳା ହୋଇଥିବାରୁ ତାଙ୍କୁ ତାଙ୍କୁ ବାସଭବନରେ ଜେରା କରିବାକୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ସେ ଆବେଦନରେ ଦର୍ଶାଇଥିଲେ । ମାତ୍ର କୋର୍ଟରୁ କୌଣସି ଆଶ୍ବସ୍ତି ମିଳିନଥିଲା ।

ପୂର୍ବରୁ ଏହି ଘୋଟାଲାରେ ହାଇଦ୍ରାବାଦର ବ୍ୟବସାୟୀ ବୁଚି ବାବୁଙ୍କୁ ମଧ୍ୟ ଗିରଫ କରାଯାଇଛି । ତାଙ୍କ ସହ କବିତାଙ୍କୁ ସହ-ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ସିବିଆଇ ଓ ଇଡି ଅଭିଯୋଗ କରିଛନ୍ତି ଯେ, କବିତା ସାଉଥ ଗ୍ରୁପ ନାମକ କମ୍ପାନୀର ଅଂଶୀଦାର ଥିଲେ । ଏହି ସଂସ୍ଥା ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ସମ୍ପୃକ୍ତ ଥିଲା । ଆମ ଆଦମୀ ପାର୍ଟି ଏହି କମ୍ପାନୀ (ସାଉଥ ଗ୍ରୁପ) ଠାରୁ ୧୦୦ କୋଟି ଟଙ୍କା ସଂଗ୍ରହ କରିଛି । ଏହି ଗ୍ରୁପ ସହ ବିଆରଏସ ନେତ୍ରୀ କବିତା, ଆନ୍ଧ୍ର ୱାଇଏସଆର ସାଂସଦ ମାଗୁନ୍ତ ଶ୍ରୀନିବାସୁଲୁ ରେଡ୍ଡୀ ଓ ତାଙ୍କ ପୁଅ ସମ୍ପୃକ୍ତ ଥିଲେ । ଏହି ଘଟଣାରେ ପୂର୍ବରୁ ଆନ୍ଧ୍ର ସାଂସଦଙ୍କ ପୁଅକୁ ଇଡି ଗିରଫ କରିସାରିଛି ।

ଏହା ମଧ୍ୟ ପଢନ୍ତୁ :- ‘ଇଦ’ରେ ଦିଦିଙ୍କ ଖୋଲା ଚେତାବନୀ: ‘ରକ୍ତ ବୁହାଇବୁ ପଛେ, CAA, NRC, UCC ଲାଗୁ ହେବାକୁ ଦେବୁନି’ - Mamata Banerjee at Eid

ଗିରଫଦାରୀ ଓ ତଦନ୍ତ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ କବିତା କୋର୍ଟଙ୍କୁ ପତ୍ର ଲେଖି କହିଛନ୍ତି, ଏହି ମାମଲାରେ ମିଡିଆ ଟ୍ରାଏଲ ଚାଲିଛି । ସେ ତାଙ୍କର ମୋବାଇଲ ଫୋନ, ବ୍ୟାଙ୍କ ପାସବୁକ ପରି ସମସ୍ତ ସାମଗ୍ରୀ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିସାରିଛନ୍ତି । ହେଲେ ଏହି ମାମଲାରେ ତାଙ୍କ ବ୍ୟକ୍ତିଗତ ତଥ୍ୟ ଗଣମାଧ୍ୟମରେ ପ୍ରଘଟ କରାଯାଇଛି । କିଛି ଗଣମାଧ୍ୟମରେ ତାଙ୍କ ମୋବାଇଲ ଫୋନର ତଥ୍ୟ ସମ୍ପର୍କରେ ମଧ୍ୟ ଖବର ପ୍ରସାରିିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.