ETV Bharat / bharat

ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ, ସିଇଓଙ୍କୁ ଫେରାଦ ହେଲା ବିଜେଡି - BJD Meets CEO

author img

By ETV Bharat Odisha Team

Published : Mar 31, 2024, 1:42 PM IST

BJD accuses BJP of violating poll code: ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ସିଇଓ ନିକଟରେ ଫେରାଦ ହେଲା ବିଜେଡି । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି । ଅଧିକ ପଢନ୍ତୁ

ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ ସାମିଲ ଅଭିଯୋଗ, ସିଇଓଙ୍କୁ ଫେରାଦ ହେଲା ବିଜେଡି
ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ ସାମିଲ ଅଭିଯୋଗ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ ସାମିଲ ଅଭିଯୋଗ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (CEO) ନିକଟରେ ଫେରାଦ ହେଲା ବିଜେଡି । ବିଜେପି ନିର୍ବାଚନୀ ସଭାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହୋଇଥିବା ଅଭିଯୋଗ ଆଣି ବିଜେଡିର ଏକ ପ୍ରତିନିଧି ଦଳ ଆଜି ସିଇଓଙ୍କ ଦ୍ବାରସ୍ତ ହୋଇଛନ୍ତି । ବିଜେଡିର ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ବିଜେପିର ଏକ ନିର୍ବାଚନୀ ସଭାରେ ରେଳବାଇ ବିଭାଗର ତିନି ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଯାହାକି ଆଚରଣ ବିଧିର ଉଲ୍ଲଘଂନ ବୋଲି ଅଭିଯୋଗ ଆଣି ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଇଓଙ୍କ ନିକଟରେ ଦାବି କରିଛନ୍ତି ।


ବିଜେଡିର ଏହି ପ୍ରତିନିଧି ଦଳ ଆଜି ସିଇଓ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହି ଟିମରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ପ୍ରମୁଖ ରହିଥିଲେ । ଏନେଇ ସସ୍ମିତ ପାତ୍ର କହିଛନ୍ତି, ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲୁ । ଦୁଇ ଦିନ ତଳେ ଟାଙ୍ଗୀ ବ୍ଲକ ବଡପୋଖରିଆ ଗାଁରେ ବିଜେପିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା l ସେଠାରେ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ରହିଥିଲେ l ଏହି ସଭାରେ ରେଳବାଇ ବିଭାଗର ତିନି ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତି ରହିଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ କେହି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିପାରିବେ ନାହିଁ କିନ୍ତୁ ଭାରତୀୟ ଜନତା ପାର୍ଟି ଏହାର ଉଲ୍ଲଘଂନ କରିଛନ୍ତି ।

ତେବେ ବିଜେପି ସଭାରେ ଉପସ୍ଥିତ ସମ୍ପୃକ୍ତ ଅଫିସରମାନେ ହେଲେ ଖୋର୍ଦ୍ଧା ଡିଭିଜନର ଟିଟିଆଇ ପ୍ରଭାକର ବରାଳ, ଏସ୍ ଆର ପଟ୍ଟନାୟକ ଓ ଆଇଓଡବ୍ଲୁ ବିବି ମହାନ୍ତି । ନିର୍ବାଚନ କମିଶନ ଭାରତୀୟ ଜନତା ପାର୍ଟିର ଏଭଳି କାର୍ଯ୍ୟକୁ ସହ୍ୟ କରିବେନି ଓ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲିି ଆମେ ଆଶା କରୁଛୁ କହିଛନ୍ତି ବିଜେଡି ସାଂସଦ ସସ୍ମିତା ପାତ୍ର ।

ଏହା ମଧ୍ୟ ପଢନ୍ତୁ: ବଦଳିଲା ବିଜେଡିର ଷ୍ଟ୍ରାଟେଜି: ପୋଷ୍ଟରରୁ ପାଣ୍ଡିଆନ ଗାଏବ, ବିଜୁଙ୍କ ରି-ଏଣ୍ଟ୍ରି - Biju Babu In And Pandian Out

ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ବିଜେଡିର ଆଚରଣ ବିଧି ଉଲ୍ଲଙ୍ଘନ, କଲେଜ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲା ମ୍ୟାଜିକ କାର୍ଡ - Model Code Of Conduct Violation



ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.