ETV Bharat / politics

ଥମିଲା ପ୍ରଚାର: ବ୍ୟକ୍ତିଗତ ସ୍ତରକୁ ଖସିଲା ଆରୋପ-ପ୍ରତ୍ୟାରୋପ, ସାକ୍ଷୀ ରହିଲା କେନ୍ଦ୍ରାପଡା - KENDRAPARA POLITICS

author img

By ETV Bharat Odisha Team

Published : May 30, 2024, 5:18 PM IST

KENDRAPARA POLITICS: କେନ୍ଦ୍ରାପଡ଼ା ମୁହାଁମୁହିଁ ହେଲେ ନବୀନ ଏବଂ ବୈଜୟନ୍ତ । ବ୍ୟକ୍ତିଗତ ସ୍ତରକୁ ଗଲା ଆରୋପ ପ୍ରତ୍ୟରୋପ । ସେପଟେ ରତ୍ନଭଣ୍ଡାର ବିଷୟରେ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ରାଜନୀତି ସରଗରମ ରହିଛି । ପଢନ୍ତୁ ଆରୋପ-ପ୍ରତ୍ୟାରୋପ ରାଜନୀତି ।

NAVEEN TARGETS BAIJAYANT PANDA
NAVEEN TARGETS BAIJAYANT PANDA (ETV Bharat Odisha)

କେନ୍ଦ୍ରାପଡ଼ା: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଆସନ କେନ୍ଦ୍ରାପଡା । ଶେଷ ପର୍ଯ୍ୟାୟରେ କେନ୍ଦ୍ରାପଡାରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ସରଗରମ ହୋଇଛି ରାଜନୈତିକ ମାହୋଲ । ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡିର ଗଡ଼ ଭାବେ ପରିଚିତ ଥିବାବେଳେ ଭେଦ କରିବାକୁ ଜୋରଦାର କସରତ କରୁଛନ୍ତି ବିରୋଧୀ । ପରିସ୍ଥିତି ଏପରି ହେଲାଣି ଯେ ବିଜେଡି-ବିଜେପି ମଧ୍ୟରେ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି । ଯାହା ରାଜ୍ୟ ରାଜନୀତିକୁ ଆହୁରି ଉଷ୍ଣ କରିଛି । ଦଳ ପାଇଁ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ଜୋରଦାର ପ୍ରଚାର କରିଥିଲେ । ବିରୋଧୀଙ୍କ ଆପେକ୍ଷର କଡା ଜବାବ ଦେଇଥିଲେ ନବୀନ । ଏପରିକି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜ ସମ୍ପତ୍ତି ବଢାଉଥିବା କହି ଟାର୍ଗେଟ କରିଥିଲା ବିଜେଡି ।

ସେପଟେ କେନ୍ଦ୍ରାପଡାକୁ ଅକ୍ତିଆର କରିବାକୁ ବୈଜୟନ୍ତ କସରତ ଜାରି ରଖିଥିବା ବେଳେ ବିଜେଡିକୁ କଡ଼ା ପ୍ରତିକ୍ରିୟା ଦେଇଥିଲେ । ବୈଜୟନ୍ତ ପାଇଁ ପ୍ରଚାର ମୈଦାନକୁ ବହୁ ହେଭିୱେଟ ଓହ୍ଲାଇଥିବା ବେଳେ ପ୍ରଧାନମନ୍ତ୍ରୀ ନିଜେ ଭୋଟ ମାଗିଛନ୍ତି । ବୁଧବାର କେନ୍ଦ୍ରାପଡା ଆସି ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ଆକ୍ରମଣ କରିବା ସହ ଭୋଟ ମାଗିଥିଲେ ମୋଦି । ସେହିପରି ଦଳର ଷ୍ଟାର ପ୍ରଚାରକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କେନ୍ଦ୍ରାପଡାରେ ଭୋଟ ମାଗିବା ସହ ପାଣ୍ଡିଆନ ରତ୍ନଭଣ୍ଡାର ଚାବି ଲୁଚାଇଥିବା କଥା କହିଥିଲେ ।

କେନ୍ଦ୍ରାପଡାର ଏକ ସଭାରେ ବୈଜୟନ୍ତଙ୍କୁ ଟାର୍ଗେଟ କରି କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ," କେନ୍ଦ୍ରାପଡ଼ାରୁ ଜଣଙ୍କୁ ମୁଁ ୧୦ ବର୍ଷ ପାଇଁ ସଂସଦ ପଠାଇଲି । ସେ କେବଳ ନିଜ ପାଇଁ ଓ ତାଙ୍କର କମ୍ପାନୀର ପ୍ରଫିଟ୍ ପାଇଁ କାମ କଲେ ।" ସେହିପରି ଭିକେ ପାଣ୍ଡିଆନ ମଧ୍ୟ କହିଥିଲେ," ମୁଖ୍ୟମନ୍ତ୍ରୀ ଜଣଙ୍କୁ ୧୦ ବର୍ଷ ପାଇଁ କେନ୍ଦ୍ରାପଡ଼ାରୁ ସଂସଦ ପଠାଇଥିଲେ । ସେ କେନ୍ଦ୍ରାପଡ଼ାକୁ ପୁଞ୍ଜି ନିବେଶ, ଶିଳ୍ପ ଆଣିବା ପାଇଁ କିଛି କାମ କରିଲେ ନାହିଁ । ନିଜ କମ୍ପାନୀକୁ ବୃଦ୍ଧି କଲେ । କେନ୍ଦ୍ରାପଡ଼ାକୁବାସୀଙ୍କୁ ବିଶ୍ବାସ ଘାତକତା କଲେ । ଏହା ଆମ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଦୁଃଖ ଦେଇଥିଲା । "

ଏହା ମଧ୍ୟ ପଢନ୍ତୁ .....ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ଼ ବୟାନ: 'ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହନ୍ତି, ସ୍ଥିର କରିବେ ରାଜ୍ୟବାସୀ ’ - Naveen Interview To ANI

ଏହି ଜବାବରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି," ମୁଖ୍ୟମନ୍ତ୍ରୀଙ୍କୁ ତାମିଲିଆନ ଯାହା ଶିଖାଉଛନ୍ତି ସେ ଠିକ ସେୟା କହୁଛନ୍ତି । ୧୯୭୯ ମସିହାରେ ଯେତେବେଳେ ଓଡ଼ିଶା ଏବଂ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର ବନ୍ଧକ ରହିଥିଲା । ସେ ସମୟରେ ମୋ ପିତା ଶିଳ୍ପପତି ଡ଼.ବଂଶୀଧର ପଣ୍ଡା ହିଁ ବିଜୁ ପଟ୍ଟନାୟକଙ୍କ ଅନୁରୋଧରେ ଘର ଗୁଡିକୁ ମୁକୁଳାଇଥିଲେ । ମହାପ୍ରଭୁଙ୍କ ଦୟାରୁ ଆମ ପରିବାର ପାଖରେ ଟଙ୍କାର ଅଭାବ ନଥିବାବେଳେ ସାଂସଦ ଥିବାବେଳେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ପ୍ରତି ଗାଁକୁ ପିଇବା ପାଣି ପାଇଁ ନିର୍ମାଣ କରିଥିବା ପାଣିଟାଙ୍କିକୁ ଏକ ଘରୋଇ ଇଂରାଜୀ ଦୈନିକ ଖବରକାଗଜ ପ୍ରଶଂସା କରିବା ସହ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ମୋତେ ସଂସଦରେ ପ୍ରଶଂସା କରାଯାଇଥିଲା ।"

ଅନ୍ୟପଟେ ଏକ ସାଧାରଣ ସଭାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ନେତା ପାଣ୍ଡିଆନଙ୍କୁ ଟାର୍ଗେଟ କରି ରାଜ୍ୟରେ 5T ନାମରେ ଲୁଟ୍ କରାଯାଉଛି ବୋଲି କହିଥିଲେ । ହିମନ୍ତ କହିଥିଲେ," 5Tର ଏକ ଅଂଶବିଶେଷ ସ୍ୱରୂପ Team Workରେ ବିଜେଡିର କୌଣସି ବିଧାୟକ, ସାଂସଦ କିମ୍ବା ମନ୍ତ୍ରୀ ଜଡିତ ନାହାନ୍ତି । କେବଳ ପାଣ୍ଡିଆନ ଏବଂ ତାଙ୍କ ପତ୍ନୀ Team Work କରି ଓଡିଶାକୁ ଲୁଟୁଛନ୍ତି । ରତ୍ନ ଭଣ୍ଡାର ଚାବି ହଜିଯାଇଛି । କେହି ଜାଣିନାହାନ୍ତି ଚାବି କୁଆଡ଼େ ଗଲା । ମୋ ମନରେ ସନ୍ଦେହ ଅଛି । ରତ୍ନ ଭଣ୍ଡାର ଚାବି ମଧ୍ୟ ପାଣ୍ଡିଆନ ଲୁଚେଇକି ରଖିଛନ୍ତି । ୪ ଜୁନ ପୁର୍ବରୁ ପାଣ୍ଡିଆନ ରତ୍ନ ଭଣ୍ଡାର ଚାବି ଓଡିଶା ହାଇକୋର୍ଟରେ ଜମା କରନ୍ତୁ । ନଚେତ ୧୦ ଜୁନ ବିଜେପି ସରକାର ଆସିବା ପରେ ପାତାଳରେ ରତ୍ନ ଭଣ୍ଡାର ଚାବି ଲୁଚାଇ ରଖିଥିଲେ ବି ବିଜେପି ସରକାର ବାହାର କରିବ ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.