ETV Bharat / bharat

ଆହୁରି ଘାଣ୍ଟିବ ED: 4 ଦିନ ବଢିଲା କେଜ୍ରିଓ୍ବାଲଙ୍କ ରିମାଣ୍ଡ - Delhi Liquor Policy Case

author img

By ETV Bharat Odisha Team

Published : Mar 28, 2024, 4:38 PM IST

4 ଦିନ ବଢିଲା କେଜ୍ରିଓ୍ବାଲଙ୍କ ରିମାଣ୍ଡ
4 ଦିନ ବଢିଲା କେଜ୍ରିଓ୍ବାଲଙ୍କ ରିମାଣ୍ଡ

Arvind Kejriwal's Custody Extended By 4 Days: କେଜ୍ରିଓ୍ବାଲଙ୍କୁ ଆହୁରି ଘାଣ୍ଟିବ ଇଡି । ଆଜି ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ପହିଲା ପର୍ଯ୍ୟନ୍ତ ବଢିଲା ରିମାଣ୍ଡ ଅବଧି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ କେଜ୍ରିଓ୍ବାଲଙ୍କୁ 2ୟ ପର୍ଯ୍ୟାୟ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 21 ତାରିଖରେ ଗିରଫ ହେବା ପରେ 22ରେ ତାଙ୍କୁ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରଯାଇଥିଲା । ପ୍ରଥମ ପର୍ଯ୍ୟାୟରେ 6ଦିନ ଅର୍ଥାତ 28 ତାରିଖ (ଆଜି) ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ପଠାଇଥିଲେ କୋର୍ଟ । ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ପୁଣି ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଇଥିଲା କେନ୍ଦ୍ରୀୟ ସଂସ୍ଥା । ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ପୁଣି 7ଦିନ ରିମାଣ୍ଡ ଆବେଦନ କରିଥିଲା ଇଡି । ଆଜି 2ୟ ପର୍ଯ୍ୟାୟରେ ତାଙ୍କୁ କୋର୍ଟ ଆଉ 4ଦିନ ଇଡି ରିମାଣ୍ଡରେ ପଠାଇଛନ୍ତି । ଏବେ ଏପ୍ରିଲ ପହିଲା ପର୍ଯ୍ୟନ୍ତ କେଜ୍ରିଓ୍ବାଲ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଜେରା ହେବେ ।


ଆଜି ଏହି ଶୁଣାଣି ବେଳେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଲ ମଧ୍ୟ କୋର୍ଟରେ ପହଞ୍ଚିଥିଲେ । କେଜ୍ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମେଶ ଗୁପ୍ତା ପକ୍ଷ ରଖିଥିଲେ । ଏହି କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଓ ରାଜନୈତିକ ଷଡଯନ୍ତ୍ର ବୋଲି ସଲିସେଟର ଜେନେରାଲ ଏସ.ଭି ରାଜୁ ଇଡି ପକ୍ଷରୁ ମାମଲା ପରିଚାଳନା କରି ପ୍ରତିପକ୍ଷଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ । ପ୍ରାଥମିକ ତଦନ୍ତରେ ଦୁର୍ନୀତି ପ୍ରମାଣ ମିଳିବା ପରେ ହିଁ ଗିରଫଦାରୀ ହୋଇଛି ବୋଲି କହିଥିଲେ । ସେହିପରି ଡିଜିଟାଲ ଡାଟାକୁ ମଧ୍ୟ ଯାଞ୍ଚ କରାଯାଉଛି । ଏହା ସମ୍ପର୍କରେ ଖୁବଶିଘ୍ର ତଥ୍ୟ କୋର୍ଟରେ ହାଜର କରାଯିବ ।

ଏହା ମଧ୍ୟ ପଢନ୍ତୁ :- BJPରେ ମିଶିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତ୍ରୀ ବେଶ୍ରା - Bhartruhari Mahtab join BJP

ତେବେ ଆଜି ଅନ୍ୟ ଏକ ମାମଲାରେ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ହୋଇକୋର୍ଟରୁ ଆଶ୍ବସ୍ତି ମିଳିଛି । ଗିରଫଦାରୀ ହେବା ପରେ ମୁଖ୍ୟମନ୍ତ୍ରୀ ଆସନ ନଛାଡିବା ନେଇ ଏକ ଜନସ୍ବାର୍ଥ ମାମଲା ମଧ୍ୟ ଦାଏର ହୋଇଥିଲା । ଆଜି ଏହାକୁ ଖାରଜ କରାଯାଇଛି । ଇଡି କଷ୍ଟଡିରେ ଥିବା କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସାମ୍ବିଧାନିକ ଦୃଷ୍ଟିରୁ ନିହାତି ଜରୁରୀ ନୁହେଁ ବୋଲି କୋର୍ଟ ଗ୍ରହଣ କରିଛନ୍ତି । ଅନ୍ୟପଟେ କେଜ୍ରିଓ୍ବାଲ କୌଣସି ପରସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିସାରିଛି ଦଳ ଆମ ଆଦମୀ ପାର୍ଟି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.