ETV Bharat / bharat

ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ, ଏଥର ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ୍‌ - Confirmed Railway Ticket

author img

By ETV Bharat Odisha Team

Published : Apr 24, 2024, 3:29 PM IST

Updated : Apr 24, 2024, 3:41 PM IST

Railway Ticket
Railway Ticket

Confirmed Railway Ticket: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଥର ସବୁ ଆଶାୟୀ ଯାତ୍ରୀଙ୍କୁ ମିଳିବ ତୁରନ୍ତ ଟିକଟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦେଶବାସୀଙ୍କ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଣିଲେ ବଡ଼ ଭେଟି । ସବୁ ଆଶାୟୀ ଯାତ୍ରୀଙ୍କୁ ମିଳିବ ତୁରନ୍ତ ଟିକଟ । ଅର୍ଥାତ୍ ଯାତ୍ରୀଙ୍କୁ ଆଉ ୱେଟିଂରେ ରହିବାକୁ ପଡ଼ିବ ନାହିଁ । ନିର୍ଦ୍ବନ୍ଦ୍ବରେ ସମସ୍ତ ଯାତ୍ରୀଙ୍କ ଟିକଟ କନଫର୍ମ ହୋଇଯିବ । ଏଭଳି ସୁବିଧା ୫ ବର୍ଷ ମଧ୍ୟରେ ଉପଲବ୍ଧ ହେବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହାସହ ଆହୁରି ଅଧିକ ସଂଖ୍ୟକ ରେଳ ଚଳାଚଳ କରାଯିବ ବୋଲି ମଧ୍ୟ କହିଛନ୍ତି ରେଳମନ୍ତ୍ରୀ । ଏହାଦ୍ବାରା ସମସ୍ତ ରେଳ ଯାତ୍ରୀ ଉପକୃତ ହେବେ ବୋଲି ଆଶା ରହିଛି ।

ଏନେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଜନକଲ୍ୟାଣକାରୀ ଯୋଜନା ଆଣିଛନ୍ତି । ରେଳ କ୍ଷେତ୍ରରେ ମଧ୍ୟ ରୂପାନ୍ତରଣ ହୋଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ହେବାକୁ ଯାଉଛି ଏକ ବଡ଼ ଧରଣ ରୂପାନ୍ତରଣ । ସମସ୍ତ ଯାତ୍ରୀଙ୍କ ଟିକଟ କନଫର୍ମ ହେବ । ଯାତ୍ରୀମାନଙ୍କୁ ଆଉ ପୂର୍ବରୁ ପରି ୱେଟିଂ ଲିଷ୍ଟରେ ରହିବାକୁ ପଡିବ ନାହିଁ । ନିଜ ଗନ୍ତବ୍ୟସ୍ଥଳକୁ ସୁବିଧାରେ ପହଞ୍ଚି ପାରିବେ ଯାତ୍ରୀ ।"

ଏହା ବି ପଢନ୍ତୁ...ଓଡ଼ିଶାରେ ୨ ନୂଆ ରେଳ ପ୍ରକଳ୍ପ ଘୋଷଣା କଲେ ଅଶ୍ବିନୀ ବୈଷ୍ଣବ
ଏହା ବି ପଢନ୍ତୁ...ଦେଶର ପ୍ରଥମ ବନ୍ଦେ ଭାରତ 'ସ୍ଲିପର କୋଚ୍‌' ଉନ୍ମୋଚନ କଲେ ରେଳମନ୍ତ୍ରୀ

ସେ ଆହୁରି କହିଛନ୍ତି, "୨୦୧୪ରୁ ୨୦୨୪ ମଧ୍ୟରେ ୩୧ ହଜାର କିଲୋମିଟରର ନୂତନ ଟ୍ରାକ୍ ନିର୍ମାଣ ହୋଇଛି । ଯେଉଁଥିରୁ ୫ ହଜାର କିଲୋମିଟର ଇଲେଟ୍ରିଫାଏଡ ରହିଛି । ଗତ ୧୦ ବର୍ଷ ମଧ୍ୟରେ ୫୪ ହଜାର ନୂଆ କୋଚ୍ ଗଠିତ ହୋଇଛି । " ସେହିପରି ଦେଶର ପ୍ରଥମ ବୁଲେଟ୍ ଟ୍ରେନ ୨୦୨୬ରେ ଗଡ଼ିବ ବୋଲି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ବୁଲେଟ୍ ଟ୍ରେନ ଅହମ୍ମଦାବାଦରୁ ମୁମ୍ବାଇ ଯାତ୍ରା କରିବ । ଏଥିପାଇଁ ୨୯୦ କିଲୋମିଟରରୁ ଅଧିକ କାମ ସରିଛି । ବର୍ତ୍ତମାନ ୧୨ଟି ଷ୍ଟେସନରେ ଦ୍ରୁତ ଗତିରେ କାମ ଚାଲିଛି । ୨୦୨୬ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବା ନେଇ ଲକ୍ଷ୍ୟ ରହିଛି । ୨୦୨୬ରେ ଅର୍ଥାତ୍ ଆଉ ୨ ବର୍ଷ ପରେ ଦେଶକୁ ମିଳିବ ପ୍ରଥମ ବୁଲେଟ୍ ଟ୍ରେନ ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ଦେଶରେ ପର୍ଯ୍ୟାୟକ୍ରମେ ନିର୍ବାଚନ ଜାରି ରହିଥିବାବେଳେ କେନ୍ଦ୍ରର ଏଭଳି ଘୋଷଣା ଅନେକ ଗୁରୁତ୍ବ ବହନ କରୁଛି ।

Last Updated :Apr 24, 2024, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.