ETV Bharat / bharat

ଦେଶର ପ୍ରଥମ ବନ୍ଦେ ଭାରତ 'ସ୍ଲିପର କୋଚ୍‌' ଉନ୍ମୋଚନ କଲେ ରେଳମନ୍ତ୍ରୀ

author img

By ETV Bharat Odisha Team

Published : Mar 10, 2024, 5:55 PM IST

India's first Vande Bharat Sleeper Coach
India's first Vande Bharat Sleeper Coach

India's first Vande Bharat Sleeper Coach unveiled: ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନସେଟ୍‌ର କାରବଡି ଉଦ୍‌ଘାଟନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବେଙ୍ଗାଲୁରୁର ରେଳ ୟୁନିଟରେ 'ଭରତ ଆର୍ଥ ମୋଭର୍ସ ଲିମିଟେଡ୍‌' (ବିଇଏମ୍ଏଲ୍) ଦ୍ବାରା ପ୍ରସ୍ତୁତ ହୋଇଛି ଏହି କୋଚ୍‌ । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନସେଟ୍‌ର କାରବଡି ଉଦ୍‌ଘାଟନ କରିଛନ୍ତି । ଟ୍ରେନ ସେଟ ଗୁଡିକ ବେଙ୍ଗାଲୁରୁର ରେଳ ୟୁନିଟରେ 'ଭରତ ଆର୍ଥ ମୋଭର୍ସ ଲିମିଟେଡ୍‌' (ବିଇଏମ୍ଏଲ୍) ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବେଙ୍ଗାଲୁରୁ ରେଳ ୟୁନିଟର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ଶାନ୍ତନୁ ରାୟଙ୍କ ସମେତ ରେଳ ମନ୍ତ୍ରଣାଳୟ, ଆଇସିଏଫ୍ ଏବଂ ବିଇଏମ୍ଏଲ୍ ଲିମିଟେଡର ଅଧିକାରୀମାନେ ଉପସ୍ଥିତ ଥିଲେ ।

India's first Vande Bharat Sleeper train
India's first Vande Bharat Sleeper train

ତେବେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନସେଟ୍‌ର କାରବଡିର ନିରୀକ୍ଷଣ ସମୟରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ରଖି ରେଳମନ୍ତ୍ରୀ କହିଛନ୍ତି, "ଭାରତୀୟ ରେଳବାଇ ଏବଂ ଦେଶ ପାଇଁ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର କୋଚ ଗଠନ ଆରମ୍ଭ କରିବା ଏକ ଐତିହାସିକ ମୁହୂର୍ତ୍ତ । ଏହା ନିକଟ ଭବିଷ୍ୟତରେ ବନ୍ଦେ ଭାରତ ଯାତ୍ରୀମାନଙ୍କୁ ବିଶ୍ବସ୍ତରୀୟ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବ । କାରବଡି ସଂରଚନା ଉଚ୍ଚମାନର ଷ୍ଟେନଲେସ୍‌ ଷ୍ଟିଲରେ ପ୍ରସ୍ତୁତ ହୋଇଛି । ବିଇଏମ୍ଏଲ୍ ଦ୍ବାରା ଡିଜାଇନ୍ ହୋଇଥିବା ବନ୍ଦେ ଭରତ ସ୍ଲିପର ଟ୍ରେନ୍ ଏହାର ଆଭ୍ୟନ୍ତରୀଣ, ସ୍ଲିପର ବର୍ଥ ଏବଂ ବାହ୍ୟ ଭାଗରେ ଉଭୟ ସୌନ୍ଦର୍ଯ୍ୟ ଏବଂ କାର୍ଯ୍ୟକାରିତାକୁ ପ୍ରାଧାନ୍ୟ ଦିଆଯାଇଛି । ଇଣ୍ଟରିୟର ପ୍ୟାନେଲ, ସିଟ୍ ଏବଂ ବର୍ଥ, ଇଣ୍ଟରିୟର ଲାଇଟ ଆଦି ସବୁକିଛି ସ୍ଲିପର କୋଚରେ ସଠିକ ମାନଦଣ୍ଡ ପୂରଣ କରିବା ପାଇଁ ଗୁରୁତ୍ବର ସହ ଡିଜାଇନ୍ କରାଯାଇଛି । ବିଇଏମ୍ଏଲ୍‌ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସମଗ୍ର ଟ୍ରେନ୍‌ସେଟରେ ବାହ୍ୟ ପ୍ଲଗ୍, ଡୋର, ବ୍ରେକ୍‌ ସିଷ୍ଟମ୍‌ ସହିତ ମହତ୍ବପୂର୍ଣ୍ଣ ପାର୍ଟ୍ସ ଗୁଡ଼ିକୁ ସ୍ଥାପିତ କରିଛି ।"

India's first Vande Bharat Sleeper train
India's first Vande Bharat Sleeper train

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତରୀଣ ବଜେଟ 2024: ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ, ବନ୍ଦେ ଭାରତ ବଗି ହେବ 40 ହଜାର ସାଧାରଣ ବଗି

India's first Vande Bharat Sleeper train
India's first Vande Bharat Sleeper train

ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର କାରବଡି ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିଜର ଉତ୍ସାହ ବ୍ୟକ୍ତ କରିଥିଲେ । ଯାତ୍ରୀମାନଙ୍କ ଆରାମ ପାଇଁ ବିଶ୍ବସ୍ତରୀୟ ସୁବିଧା ଏବଂ ଉଚ୍ଚ ମାନର ଇଣ୍ଟରିୟର ଡିଜାଇନ୍‌ ପାଇଁ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ ଏକ ନୂତନ ମାଇଲ ସ୍ଥାପନ କରିଛି । ବନ୍ଦେ ଭାରତ ସ୍ଲିପର ଟ୍ରେନସେଟ୍‌ର ବୈଷୟିକ ଦିଗ ଅନୁଯାୟୀ, ଏହି ଟ୍ରେନ୍ ଗୁଡିକରେ ଟ୍ରେନ୍‌ସେଟ୍‌ ପ୍ରତି ୧୬ଟି କାରବଡି ରହିବ । ଘଣ୍ଟାପ୍ରତି ସର୍ବାଧିକ ପରିଚାଳନା ଗତି (ସେବା) ୧୬୦ କିମି ଓ ଘଣ୍ଟାପ୍ରତି ସର୍ବାଧିକ ପରିଚାଳନା ଗତି (ପରୀକ୍ଷଣ) ୧୮୦ କିମି ରହିବ ।

India's first Vande Bharat Sleeper train
India's first Vande Bharat Sleeper train

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.