ETV Bharat / bharat

ଆସନ ବିବାଦର ଅନ୍ତ, ଉତ୍ତର ପ୍ରଦେଶରେ ଏକାଠି ଲଢିବେ କଂଗ୍ରେସ-ସପା

author img

By ETV Bharat Odisha Team

Published : Feb 21, 2024, 7:28 PM IST

ଆସନ ବିବାଦର ଅନ୍ତ, ଉତ୍ତର ପ୍ରଦେଶରେ ଏକାଠି ଲଢିବେ କଂଗ୍ରେସ- ସପା
ଆସନ ବିବାଦର ଅନ୍ତ, ଉତ୍ତର ପ୍ରଦେଶରେ ଏକାଠି ଲଢିବେ କଂଗ୍ରେସ- ସପା

Akhilesh Yadav 'Confirms' SP-Congress Alliance for 2024 Lok Sabha Polls: ଉତ୍ତର ପ୍ରଦେଶରେ ଶେଷ ହେଲା ଆସନ ବିବାଦ । ଏକାଠି ଲଢିବେ କଂଗ୍ରେସ- ସପା, ସ୍ପଷ୍ଟ କଲେ ଅଖିଳେଶ ଯାଦବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି (ସପା) ମଧ୍ୟରେ ଗତ କିଛି ଦିନ ଧରି ଜାରି ରହିଥିବା ଆସନ ବୁଝାମଣା ବିବାଦର ଅନ୍ତ ଘଟିଛି । ରାଜ୍ୟରେ କଂଗ୍ରେସ ଓ ସପା ଏକାଠି ନିର୍ବାଚନ ଲଢିବା ନେଇ ‘ସପା’ ମୁଖ୍ୟ ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି । ଅଖିଳେଶ କହିଛନ୍ତି, କୌଣସି ବିବାଦ ନାହିଁ । ଖୁବଶିଘ୍ର ସବୁକିଛି ସ୍ପଷ୍ଟ ହୋଇଯିବ । ମେଣ୍ଟରେ ଆସନ ବୁଝାମଣା ନେଇ କୌଣସି ବିବାଦ ନାହିଁ । ରାଜ୍ୟରେ ସପା ଓ କଂଗ୍ରେସ ମେଣ୍ଟରେ ହିଁ ନିର୍ବାଚନ ଲଢିବେ ।

ଅଖିଳେଶ ଏହି ସୂଚନା ଦେବା ସମୟରେ କୌଣସି ସିଟ ସେୟାରିଂ ତଥ୍ୟ ସାର୍ବଜନୀନ କରିନାହାନ୍ତି । କେବଳ ଖୁବଶିଘ୍ର ଏ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିବା ନେଇ ସେ କହିଛନ୍ତି । ସପା କେତେ ଆସନରେ ଲଢିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଅଖିଳେଶ କହିଛନ୍ତି, ସମାଜବାଦୀ ପାର୍ଟି ଯେତେ ସମ୍ଭବ, ସେତେ ଅଧିକ ଆସନରେ ନିର୍ବାଚନ ଲଢିବାକୁ ଯାଉଛି । ଅଖିଳେଶଙ୍କ ପକ୍ଷରୁ ଗତକାଲି ସଂଧ୍ୟା ପର୍ଯ୍ୟନ୍ତ 15 ଆସନରେ ଲଢିବାକୁ କଂଗ୍ରେସକୁ ପ୍ରସ୍ତାବ ଦେଇଥିଲା । କଂଗ୍ରେସ ଏହି ପ୍ରସ୍ତାବ ଗ୍ରହଣ କରିବା ସହ ଅଖିଳେଶଙ୍କ ପ୍ରସ୍ତାବିତ କିଛି ଆସନରେ ପରିବର୍ତ୍ତନ ପାଇଁ ଦାବି କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ 'ହିଞ୍ଜିଳିରୁ ଆରମ୍ଭ ହେବ ମିଶନ, ଭୁବନେଶ୍ୱରରେ ହେବ ଶେଷ'

ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବିବାଦର ସମାଧାନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କର ବଡ ଭୂମିକା ରହିଛି । ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଜାରି ରହିଥିବା ବିବାଦ ସମାଧାନ ଦିଗରେ ପ୍ରିୟଙ୍କା ସପା ମୁଖ୍ୟ ଅଖିଳେଶଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଆଉ କିଛି ସମୟ ମଧ୍ଯରେ ମେଣ୍ଚରେ ଆସନ ବୁଝାମଣା ଅଙ୍କ ସ୍ପଷ୍ଟ ହୋଇପାରେ । ଉଭୟ ଦଳ ବିବାଦ ନାହିଁ ବୋଲି କହିଥିବା ବେଳେ ପ୍ରାର୍ଥୀ କିମ୍ବା ଆସନ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ସମାଜବାଦୀ ପାର୍ଟି ଏପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟର ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସକୁ ଦଳ ମହଲତ ଦେଇଥିଲେ ସୁଦ୍ଧା କଂଗ୍ରେସ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନଖଥିଲା । କାଲି ସଂଧ୍ୟାରେ ଦଳର ବରିଷ୍ଠ ନେତା ତଥା ଜାତୀୟ ସାଧାରଣ ସମ୍ପାଦକ କେସି ବେଣୁଗୋପାଲ କହିଥିଲେ, ଖୁବଶିଘ୍ର ଚୂଡାନ୍ତ ନିଷ୍ପତ୍ତି ସାମ୍ନାକୁ ଆସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.