ETV Bharat / bharat

ଆଗ୍ରାରୁ ଉଦ୍ଧାର ହେଲା ନାବାଳିକା, ବେଶ୍ୟାବୃତ୍ତି ପାଇଁ ପ୍ରେମିକ କରିଦେଇଥିଲା ବିକ୍ରି

author img

By ETV Bharat Odisha Team

Published : Feb 25, 2024, 7:58 PM IST

Agra Girl Sold to Brothel: ସୈତାନ ସାଜିଲା ପ୍ରେମିକ । ପ୍ରେମ ଆଳରେ ନାବାଳିକାକୁ ବେଶ୍ୟାବୃତ୍ତି ପାଇଁ କଲା ବିକ୍ରି । ଶନିବାର ଦିନ ପୋଲିସ ଚଢାଉ କରି ନାବାଳିକାକୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ

ଆଗ୍ରାରୁ ଉଦ୍ଧାର ହେଲା ନାବାଳିକା, ପ୍ରେମିକ କରିଦେଇଥିଲା ବେଶ୍ୟାଳୟରେ ବିକ୍ରି
ଆଗ୍ରାରୁ ଉଦ୍ଧାର ହେଲା ନାବାଳିକା, ପ୍ରେମିକ କରିଦେଇଥିଲା ବେଶ୍ୟାଳୟରେ ବିକ୍ରି

ଲକ୍ଷ୍ନୌ: ଆଗ୍ରା ନାଁ କହିଲେ ସାମନାକୁ ଆସିଯାଏ ସୁନ୍ଦରତାର ଅପ୍ରତିମ ସ୍ମାରକୀ ତାଜମହଲ । ମୋଗଲ ବାଦଶାହ ଶାହଜାହନ ଏବଂ ତାଙ୍କ ବେଗମ ମୁମତାଜଙ୍କ ପ୍ରେମର ପ୍ରତୀକ ଭାବେ ସାରା ବିଶ୍ବରେ ତାଜମହଲର ଖ୍ୟାତି ରହିଛି । ତେବେ ସେହି ପ୍ରେମର ନଗରୀ ଆଗ୍ରାରେ ଘଟିଛି ପ୍ରେମର ଏକ କଳଙ୍କିତ ଅଧ୍ୟାୟ । ହୃଦୟ ଦେଇ ଭଲ ପାଇଥିବା ପ୍ରେମିକାକୁ ମିଳିଛି ଧୋକା । ପ୍ରେମିକାର ଭରସାକୁ ଭାଙ୍ଗି ତାକୁ ବେଶ୍ୟାବୃତ୍ତି ପାଇଁ ବିକ୍ରି କରିଛି ଧୋକେବାଜ ପ୍ରେମିକ ।

ଏହା ମଧ୍ୟ ପଢନ୍ତୁ ... ଆସାମରେ ରବ୍ଦ ହେଲା ମୁସଲିମ ବିବାହ-ଛାଡପତ୍ର ଆଇନ

ସୂଚନା ଅନୁଯାୟୀ ଗତ ଶନିବାର ଦିନ ଆଗ୍ରାର ତାଜଗଞ୍ଜର ବସଇ ସ୍ଥିତ ଏକ କୋଠାରେ ପୋଲିସ ଚଢାଉ କରିଥିଲା । ସେଠାରେ ଜଣେ ନାବାଳିକାକୁ ଉଦ୍ଧାର କରିବା ସହ ୨ ଜଣ ମହିଳା ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସର କହିବା ମୁତାବକ, ନାବାଳିକା ଜଣକ ୧୭ ବର୍ଷର ହୋଇଥିବା ବେଳେ ତାଙ୍କ ଘର ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଅବସ୍ଥିତ । ପୀଡିତାଙ୍କ ପିତାଙ୍କ ଦେହ ସବୁବେଳେ ଖରାପ ରହୁଥିଲା । ସେଥିପାଇଁ ସେ ନିଜ ବାପାଙ୍କ ଚିକିତ୍ସା ପାଇଁ ସେହି ଅଞ୍ଚଳର ଆକାଶ ନାମକ ଯୁବକଠାରୁ କରଜ ନେଇଥିଲେ । କରଜର ସୁଧ ନେବା ପାଇଁ ଆକାଶ ନିୟମିତ ଆସୁଥିବା ବେଳେ ପୀଡିତାଙ୍କୁ ନିଜ ପ୍ରେମଜାଲରେ ଫସାଇଥିଲା । ମିଠା ମିଠା ବାହାନା କରି ଆକାଶ ପୀଡିତାଙ୍କୁ ନିଜ ସହିତ ଆଗ୍ରାକୁ ନେଇ ଯାଇଥିଲା । କିଛି ଦିନ ନିଜ ସହିତ ରଖିବା ପରେ ପୀଡିତାଙ୍କୁ ବେଶ୍ୟାଳୟରେ ବିକ୍ରି କରିଦେଇଥିଲା ପ୍ରେମିକ ।

ବେଶ୍ୟାଳୟର ମାଲିକାଣୀ ନୂତନ ପୀଡିତାଙ୍କୁ ବନ୍ଧକ ବନେଇ ଜୋରବରଦସ୍ତି ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ । ଉଦ୍ଧାର କରିବା ସମୟରେ ନିଜ ଉପରେ ହୋଇଥିବା ନିର୍ମମ ଅତ୍ୟାଚାରର ଘଟଣା କହିବା ମାତ୍ରେ ପୀଡିତା ନିଜ ଲୁହକୁ ସମ୍ଭାଳି ପାରିନଥିଲେ । ପୋଲିସ ବର୍ତ୍ତମାନ ନାବାଳିକାଙ୍କ କାଉନସେଲିଂ କରୁଛି । ଏହା ସହିତ ତାର ପରିବାର ବର୍ଗଙ୍କ ସହିତ ଯୋଗାଯୋଗ ମଧ୍ୟ କରାଯାଇଛି । ଆଗ୍ରାର ଫ୍ରିଡମ ଫର୍ମ ନାମକ ଏକ ସଂସ୍ଥାଠାରୁ ସୂଚନା ପାଇ ତାଜଗଞ୍ଜ ପୋଲିସ ଓ ମାନବ ଚାଲାଣ ନିରୋଧୀ ଟିମ୍ ମିଳିତ ଭାବେ ସଦର ବଜାର ଏସିପି ପିୟୂଷ କାନ୍ତ ରାୟଙ୍କ ନେତୃତ୍ବରେ ବେଶ୍ୟାଳୟ ଉପରେ ରେଡ କରିଥିଲେ । କିନ୍ତୁ ପୋଲିସ ପହଞ୍ଚିବା ଆଗରୁ କୋଠାର ମାଲିକାଣୀ ନୂତନ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରୁ ପୋଲିସ ପିପଲ ମଣ୍ଡି ନିବାସୀ ଦୀପକ, କାଶ୍ମିରୀ ବଜାର ନିବାସୀ ଫୈଜାନ, ତାଜଗଞ୍ଜ ନିବାସୀ ଆଦିଲ ସମେତ ଅନ୍ୟ ୨ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ନୂତନକୁ ପୋଲିସ ଖୋଜିବାପାଇଁ ପ୍ରୟାସ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.