ETV Bharat / bharat

କେନ୍ଦ୍ରୀୟ ସଶସ୍ତ୍ର ବଳ ଓ ଆସାମ ରାଇଫଲରେ ନିଯୁକ୍ତି ପାଇଛନ୍ତି 41 ହଜାର ମହିଳା: କେନ୍ଦ୍ର

author img

By ETV Bharat Odisha Team

Published : Feb 6, 2024, 3:44 PM IST

Women personnel in Central Armed Police Forces: କେନ୍ଦ୍ରୀୟ ସଶସ୍ତ୍ର ବଳ ଓ ଆସାମ ରାଇଫଲରେ ନିଯୁକ୍ତି ପାଇଛନ୍ତି 41 ହଜାର ମହିଳା । ସଂସଦରେ ଜଣାଇଲା କେନ୍ଦ୍ର । ଅଧିକ ପଢନ୍ତୁ

କେନ୍ଦ୍ରୀୟ ସଶସ୍ତ୍ର ବଳ ଓ ଆସାମ ରାଇଫଲରେ ନିଯୁକ୍ତି ପାଇଛନ୍ତି 41 ହଜାର ମହିଳା: କେନ୍ଦ୍ର
କେନ୍ଦ୍ରୀୟ ସଶସ୍ତ୍ର ବଳ ଓ ଆସାମ ରାଇଫଲରେ ନିଯୁକ୍ତି ପାଇଛନ୍ତି 41 ହଜାର ମହିଳା: କେନ୍ଦ୍ର

ନୂଆଦିଲ୍ଲୀ:କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସରେ ମହିଳାଙ୍କୁ ସାମିଲ କରାଯିବା ନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ନିକଟରେ ଏହି ସବୁ ଫୋର୍ସରେ ରେକର୍ଡ ସଂଖ୍ଯକ ମହିଳା ମଧ୍ୟ ସାମିଲ ହୋଇଛନ୍ତି । ଏବେ ବିଭିନ୍ନ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (CAPF) ଓ ଆସାମ ରାଇଫଲରେ ମୋଟ 41,606 ମହିଳା ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରତ ଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ଆଜି ଲୋକସଭାରେ ଜଣେ ସାଂସଦଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ରାୟ କହିଛନ୍ତି, ଏବେ ଦେଶରେ ପ୍ରାୟ 40 ହଜାରରୁ ଅଧିକ ମହିଳା ସଶସ୍ତ୍ର ବଳରେ ନିୟୋଜିତ ରହିଛନ୍ତି । କେନ୍ଦ୍ରୀୟ ରିଜର୍ଭ ଫୋର୍ସ (ସିଆରପିଏଫ), ବିଏଏସଏଫ, ଆଟିବିପି,ଏସଏସବି ଓ ଆସାମ ରାଇଫଲରେ ଏହି ମହିଳା ଅଧିକାରୀ ଓ କର୍ମଚାରୀ ନିୟୋଜିତ ରହିଛନ୍ତି । କେନ୍ଦ୍ରୀୟ ଫୋର୍ସରେ ଭର୍ତ୍ତି ହେବା ପାଇଁ ମହିଳାଙ୍କ ପାଇଁ ସୁବିଧା ସୁଯୋଗ କେନ୍ଦ୍ର ସରକାର ସୃଷ୍ଟି କରିଛନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ଗଣମାଧ୍ୟମରେ ପ୍ରଚାର ପ୍ରସାର ମଧ୍ୟ କରାଯାଉଛି । ଅଧିକରୁ ଅଧିକ ଯୁବତୀମାନେ ପ୍ରତିରକ୍ଷା କ୍ଷେତ୍ରରେ ନିୟୋଜିତ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ମନ୍ତ୍ରୀ କହିଛନ୍ତି, ଏହି ଭର୍ତ୍ତି ପାଇଁ ଆବେଦନ କରିବା ବେଳେ ମହିଳାମାନଙ୍କ ଫି’ ଛାଡ କରାଯାଇଛି । କେବଳ ଫି’ ନୁହେ ବରଂ ମହିଳା ପ୍ରାର୍ଥୀଙ୍କ ପାଇଁ ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ଓ ଫିଜିକାଲ ଏଫିସିଏନସି ଟେଷ୍ଟରେ ମଧ୍ୟ ପୂର୍ବାପେକ୍ଷା କୋହଳ କରାଯାଇଛି । ଏହି ଚୟନ ପ୍ରକ୍ରିୟା ବେଳେ ପ୍ୟାନେଲରେ ମହିଳା ଅଧିକାରୀ ମଧ୍ୟ ରହିବେ । ପୂରା ଚୟନ ପ୍ରକ୍ରିୟା ବେଳେ ମହିଳାଙ୍କ ପ୍ରତି ସମସ୍ତ ଦିଗକୁ ଅନୁକୂଳ କରଯାଉଛି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୬୦ ଗୁରୁତର

ଏଠାରେ ଉଲ୍ଲେଖଯୋଗ୍ଯ ଯେ, ନିକଟରେ ଶେଷ ହୋଇଥିବା 26 ଜାନୁଆରୀ ପରେଡରେ ମଧ୍ୟ ନାରୀଶକ୍ତିର ଝଲକ ଦେଖିବାକୁ ମିଳିଥିଲା । ତିନିସେନାର ମହିଳା କଣ୍ଟିନଜେଣ୍ଟ କର୍ତ୍ତବ୍ୟପଥରେ ଆୟୋଜିତ ପରେଡରେ ଅଂଶଗ୍ରହଣ କରିଥିଲେ । ନିକଟରେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ) ରେ ମଧ୍ୟ ମହିଳାଙ୍କ ଭର୍ତ୍ତିକୁ ଅନୁମତି ଦେଇଥିଲା କେନ୍ଦ୍ର । ଯାହାକୁ ସେତେବେଳେ ନାରୀ ସଶକ୍ତିକରଣର ଏକ ପ୍ରମୁଖ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ଏବେ ବିଭିନ୍ନ କେନ୍ଦ୍ରୀୟ ଫୋର୍ସରେ ମହିଳାଙ୍କ ଅଂଶଗ୍ରହଣ ମଧ୍ୟ ପୂର୍ବାପେକ୍ଷା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.