ETV Bharat / bharat

ଅନ୍ତରୀଣ ବଜେଟ 2024: ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ, ବନ୍ଦେ ଭାରତ ବଗି ହେବ 40 ହଜାର ସାଧାରଣ ବଗି

author img

By ETV Bharat Odisha Team

Published : Feb 1, 2024, 12:32 PM IST

Updated : Feb 1, 2024, 1:07 PM IST

Railway budget 2024: କେନ୍ଦ୍ର ବଜେଟ 2024ରେ ରେଳ ବିଭାଗକୁ ବଡ଼ ଉପହାର । ବନ୍ଦେ ଭାରତ ବଗିରେ ପରିଣତ ହେବ 40 ହଜାର ସାଧାରଣ ବଗି । ଫୋକସରେ ସୁରକ୍ଷିତ ରେଳ ଯାତ୍ରା । ଅଧିକ ପଢନ୍ତୁ

Railway budget 2024
Railway budget 2024

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ଗୁରୁବାର) ସଂସଦରେ ଅନ୍ତରୀଣ ବଜେଟ ବା କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ । ଯେଉଁଥିରେ ରେଲୱେକୁ ମିଳିଛି ବଡ଼ ଉପହାର । ଲୋକସଭାରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରି କହିଛନ୍ତି ଯେ ଆଗାମୀ ଆର୍ଥିକ ବର୍ଷରେ ପିଏମ ଗତିଶକ୍ତି ଯୋଜନା ଅଧୀନରେ 3ଟି ନୂଆ ରେଲୱେ ଇକୋନୋମିକ କରିଡର ନିର୍ମାଣ କରାଯିବ । ଏହାସହିତ 40 ହଜାର ସାଧାରଣ ବଗିକୁ ବନ୍ଦେ ଭାରତ ବଗିରେ ପରିଣତ କରାଯିବ । ଫୋକସରେ ରହିବ ପାସେଞ୍ଜର ଟ୍ରେନ ଅପରେସନରେ ସୁଧାର ଓ ସୁରକ୍ଷିତ ଯାତ୍ରା ।

Railway budget 2024
କେନ୍ଦ୍ର ବଜେଟ 2024ରେ ରେଳ ବିଭାଗକୁ ବଡ଼ ଉପହାର

ଗତବର୍ଷ ରେଲୱେ ବଜେଟ:- ମୋଦି ସରକାର ଗତ ବର୍ଷ ରେଲୱେକୁ ଅଧିକ ଗୁରୁତ୍ବ ଦେଇଥିଲେ । ଗତବର୍ଷ 2023ରେ ମୋଟ 45 ଲକ୍ଷ କୋଟି ବଜେଟ ଉପସ୍ଥାପନ ହୋଇଥିଲା । ଯେଉଁଥିରେ ରେଲୱେକୁ ମିଳିଥିଲା 2.4 ଲକ୍ଷ କୋଟି । ମୋଦି ସରକାରଙ୍କ କାର୍ଯ୍ୟକାଳରେ ରେଲୱେ ଆବଣ୍ଟନ ଲଗାତର ଭାବେ ବୃଦ୍ଧି ପାଇଛି । 5ବର୍ଷ ପୂର୍ବେ ଅର୍ଥାତ 2019ରେ ରେଲୱେକୁ 69,967 କୋଟି ଆବଣ୍ଟନ ହୋଇଥିଲା । ଏହାପରେ 2020ରେ ରେଲୱେକୁ 70,250 କୋଟି ଆବଣ୍ଟନ କରାଯାଇଥିବା ବେଳେ 2021ରେ ପ୍ରଥମ ଥର ଲାଗି ରେଲୱେ ବଜେଟ 1 ଲକ୍ଷ କୋଟି ପାର କରିଥିଲା । 2023ରେ ରେଲୱେ ବଜେଟ 2 ଲକ୍ଷ କୋଟି ପାର କରିଥିଲା ।

ଏହା ବି ପଢନ୍ତୁ- ଆଜି କେନ୍ଦ୍ର ବଜେଟ; ମହିଳାଙ୍କ ବିକାଶ, ଭିତ୍ତିଭୂମିକୁ ଫୋକସ୍, କୃଷିକୁ ମିଳିପାରେ ପ୍ରାଧାନ୍ୟ

ଏହା ବି ପଢନ୍ତୁ- Budget 2023: 2.4 ଲକ୍ଷ କୋଟିର ରେଳ ବଜେଟ, ନୂଆ ଯୋଜନା ପାଇଁ 75 ହଜାର କୋଟି

2017ରେ କେନ୍ଦ୍ରୀୟ ବଜେଟରେ ସାମିଲ ହୋଇଥିଲା ରେଲୱେ:- ମୋଦି ସରକାର ପୁରୁଣା ପ୍ରଥାର ସମାପ୍ତି କରି ରେଲୱେ ବଜେଟକୁ କେନ୍ଦ୍ରୀୟ ବଜେଟରେ ସାମିଲ କରିଥିଲେ । ପୂର୍ବରୁ ରେଳ ବଜେଟ ଲାଗି ଅଲଗା ବଜେଟ ଉପସ୍ଥାପନ କରାଯାଉଥିଲା । ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଯେଉଁ ସାଧାରଣ ବଜେଟ ଉପସ୍ଥାପନ କରିଥିଲେ, ସେଥିରେ ରେଲୱେ ବଜେଟକୁ ସାମିଲ କରାଯାଇଥିଲା ।

ସୂଚନା ଥାଉ କି ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ନୂଆ ସରକାର ଗଠନ ହେବା ପରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 1, 2024, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.