ETV Bharat / state

ତତଲା କଡେଇରେ ବଲାଙ୍ଗୀର, ଅଂଶୁଘାତରେ 3 ମୃତ ! - Sunstroke death in Balangir

author img

By ETV Bharat Odisha Team

Published : May 30, 2024, 6:26 PM IST

Heat wave In Balangir: ତତଲା କଡେଇରେ ବଲାଙ୍ଗୀର । ତାପମାତ୍ରା ଦିନକୁ ଦିନ ରେକର୍ଡ ବ୍ରେକ କରୁଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ତିନି ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବାର ଅଭିଯୋଗ । ଅଧିକ ପଢ଼ନ୍ତୁ

3 death in Sunstroke
3 death in Sunstroke (ETV Bharat Odisha)

ବଲାଙ୍ଗୀର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏଥିରୁ ନିସ୍ତାର ପାଇନି ବଲାଙ୍ଗୀର ଜିଲ୍ଲା । ବିଗତ ତିନି ଦିନ ହେବ ଏଠି ପାରଦ ଉପର ମୁହାଁ ଥିବା ବେଳେ ବିଭିନ୍ନ ସ୍ଥାନରେ ତାପମାତ୍ରା 45 ଡିଗ୍ରୀ ଉପରେ ରହିଛି । ତେବେ ଏହାରି ମଧ୍ୟରେ ଆଜି ତିନି ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।

Heat wave In Balangir (ETV Bharat Odisha)

ଅଭିଯୋଗ ଅନୁସାରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ରାଣୀ ପାଲି ଗ୍ରାମର ରାମଚନ୍ଦ୍ର ଗଡତିଆ, ବଲାଙ୍ଗୀର ବେହେରା ପାଲି ଗ୍ରାମର ଅଶୋକ ନାୟକ ଓ ସିକାଛିଡାର ଜିତେନ୍ଦ୍ର ପ୍ରସାଦଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବାର ତାଙ୍କ ସମ୍ପର୍କୀୟ ଆଜି ଅଭିଯୋଗ ଆଣିଛନ୍ତି । ତେବେ ଅଭିଯୋଗ ଅନୁସାରେ ରାଣୀ ପାଲିର ରାମ ଚନ୍ଦ୍ର ଗଡତିଆ ଗାଧୋଇବାକୁ ଯାଇଥିବା ବେଳେ ଟାଣ ଖରାରେ ରାସ୍ତାରେ ଅସୁସ୍ଥ ହୋଇ ଅଚେତ୍ ହୋଇଥିଲେ । ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବାର କହିଛନ୍ତି ତାଙ୍କ ପୁଅ ଆନନ୍ଦ ଗଡତିଆ ।

ସେହିପରି ବେହେରା ପାଳିତ ଅଶୋକ ନାୟକ କାମ କରି ଘରକୁ ଫେରୁଥିବା ବେଳେ ଗାଁ ପାକ ଏକ ପଡିଆ ନିକଟରେ ସେ ଟଳି ପଡ଼ିଥିଲେ । ପରେ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ମଧ୍ୟ ଅଂଶୁଘାତରେ ମୃତ୍ୟୁ ହୋଇଥିବାର ତାଙ୍କ ସ୍ତ୍ରୀ ସବିତା ନାୟକ ଅଭିଯୋଗ ଆଣିଛନ୍ତି । ସେମାନେ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ସହଯୋଗ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ଏହା ମଧ୍ୟ ପଡ଼ନ୍ତୁ.. ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - 4 Death In Sunstroke In Odisha

ସମାନ ଭାବରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିକା ଛିଡା ଗ୍ରାମରେ ଥିବା ଦେଶୀ ମଦ ଭାଟି ମ୍ୟାନେଜର ଜିତେନ୍ଦ୍ର ତିୱାରୀ ଭାଟିରେ ଥିବା ବେଳେ ଅଚେତ୍ ହୋଇ ଯାଇଥିଲେ । ସେପଟେ ତାଙ୍କ ସହ କର୍ମୀ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ୍ ଆଣିଥିବା ବେଳେ ସେଠି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ମୃତ ଜିତେନ୍ଦ୍ର ତିୱାରୀ ୟୁପି ରାଜ୍ୟ ଔରଙ୍ଗାବାଦର ହୋଇଥିବା ବେଳେ ଆଜି ତାଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ସେଠାକୁ ନେବାକୁ ସମ୍ପର୍କୀୟ ମାନେ ମହଜୁଦ ଅଛନ୍ତି । ତେବେ ଅଂଶୁଘାତ ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଥିବାର କହିଛନ୍ତି ତାଙ୍କ ସହକର୍ମୀ ବିନା ତିୱାରୀ ।

ସେପଟେ ଏହି ଅଂଶୁଘାତ ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଯେଉଁଥିରେ ପୋଲିସ୍ ସବୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ କାରଣ ଜଣା ପଡ଼ିବ ବୋଲି କୁହାଯାଇଛି । ସେପଟେ ପୂର୍ବରୁ ଜିଲ୍ଲା ପ୍ରଶାସନ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରିଛି । ଲୋକଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.