ଓଡିଶା

odisha

ନବରଙ୍ଗପୁରରେ ଖସିଲା କୋରୋନା ଗ୍ରାଫ୍, 24 ଘଣ୍ଟାରେ ଜଣେ ଆକ୍ରାନ୍ତ

By

Published : Nov 15, 2020, 3:34 PM IST

କିଛି ଦିନ ହେବ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ରବିବାର ଜିଲ୍ଲାରେ ମାତ୍ର ଜଣେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ଜିଲ୍ଲାବାସୀଙ୍କୁ ଆଶ୍ବସ୍ତି ମିଳିଛି l ଅଧିକ ପଢନ୍ତୁ...

ନବରଙ୍ଗପୁରରେ ଖସିଲା କୋରୋନା ଗ୍ରାଫ୍
ନବରଙ୍ଗପୁରରେ ଖସିଲା କୋରୋନା ଗ୍ରାଫ୍

ନବରଙ୍ଗପୁର: କିଛି ଦିନ ହେବ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ରବିବାର ଜିଲ୍ଲାରେ ମାତ୍ର ଜଣେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ଜିଲ୍ଲାବାସୀଙ୍କୁ ଆଶ୍ବସ୍ତି ମିଳିଛି l ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମିର୍ଗlନଗୁଡାରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ନବରଙ୍ଗପୁରରେ ଖସିଲା କୋରୋନା ଗ୍ରାଫ୍

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 1 ଲକ୍ଷ 5 ହଜାର 989 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ୍ ପରୀକ୍ଷା କରାଯାଇ ଥିବାବେଳେ 5,615 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି l ମୋଟ୍ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ 5,406 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜିଲ୍ଲାରେ 166 ଜଣ ସଂକ୍ରମିତଙ୍କ ମଧ୍ୟରୁ 142 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details