ଓଡିଶା

odisha

Balasore Train Accident: ଦାବିଦାର ନଥିବା ମୃତଦେହ ସମ୍ମାନର ସହ ସତ୍କାର ହେବ: ଏମସ ଭୁବନେଶ୍ବର

By

Published : Jun 10, 2023, 10:44 PM IST

ଏନେଇ ଆଜି ଏମସର ଅତିରିକ୍ତ ଅଧୀକ୍ଷକ ପ୍ରଭାସ କୁମାର ତ୍ରିପାଠୀ କହିଛନ୍ତି କିଭଳି ଭାବରେ ମୃତଦେହ ଗୁଡିକ ଅଧିକ ଦିନ ସଂରକ୍ଷିତ ରହିବ ସେନେଇ ଚେଷ୍ଟା କରାଯାଉଛି। ଯଦି କୌଣସି ମୃତଦେହର କେହି ଦାବିଦାର ଆସିବେ ନାହିଁ, ସେହି ମୃତ ଦେହ ଗୁଡିକୁ ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ସମ୍ମାନର ସହ ସତ୍କାର କରିଦିଆଯିବ । ଅଧିକ ପଢନ୍ତୁ

ଦାବିଦାର ନଥିବା ମୃତଦେହ ସମ୍ମାନର ସହ ସତ୍କାର ହେବ: ଏମସ ଭୁବନେଶ୍ବର
ଦାବିଦାର ନଥିବା ମୃତଦେହ ସମ୍ମାନର ସହ ସତ୍କାର ହେବ: ଏମସ ଭୁବନେଶ୍ବର

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡି । ଦାବିଦାର ନଥିବା ମୃତଦେହ ଗୁଡିକର ଅନ୍ତିମ ସଂସ୍କାର କରିବେ ରାଜ୍ୟ ସରକାର । ମୃତଦେହ ନଷ୍ଟ ନହେବା ପାଇଁ ଏମ ପକ୍ଷରୁ ବ୍ୟବସ୍ଥା କରାଯାଉଅଛି। ଚିହ୍ନଟ ହୋଇନଥିବା ମୃତଦେହ ଗୁଡିକର ଚିହ୍ନଟ ପାଇଁ ଡିଏନଏ କରାଯଉଛି ।

ଏନେଇ ଆଜି ଏମସର ଅତିରିକ୍ତ ଅଧୀକ୍ଷକ ପ୍ରଭାସ କୁମାର ତ୍ରିପାଠୀ କହିଛନ୍ତି କିଭଳି ଭାବରେ ମୃତଦେହ ଗୁଡିକ ଅଧିକ ଦିନ ସଂରକ୍ଷିତ ରହିବ ସେନେଇ ଚେଷ୍ଟା କରାଯାଉଛି। ଯଦି କୌଣସି ମୃତଦେହର କେହି ଦାବିଦାର ଆସିବେ ନାହିଁ, ସେହି ମୃତ ଦେହ ଗୁଡିକୁ ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ସମ୍ମାନର ସହ ସତ୍କାର କରିଦିଆଯିବ ।

ବର୍ତ୍ତମାନ ଭୁବନେଶ୍ବର ଏମସରେ 81 ଟି ମୃତଦେହ ରହିଛି। ସମସ୍ତ ମୃତ ଶରୀରର ଡିଏନଏ ଟେଷ୍ଟ କରାଯାଉଛି। ଡିଏନଏ ଟେଷ୍ଟ ପାଇଁ 70 ଜଣ ଲୋକଙ୍କଠାରୁ ଡିଏନଏ ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ମୃତଦେହ ପାଇଁ ଏକାଧିକ ଦାବିଦାର ରହିଥିବାରୁ ଡିଏନଏ ଟେଷ୍ଟ ପାଇଁ ଡେରି ହେଉଛି ବୋଲି କହିଛନ୍ତି ଭୁବନେଶ୍ବର ଏମସର ଅତିରିକ୍ତ ଅଧୀକ୍ଷକ ପ୍ରଭାସ କୁମାର ତ୍ରିପାଠୀ।

ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଲାଣି 8 ଦିନ। ଭୁବନେଶ୍ଵର ଏମସରେ ମୃତ ଲୋକଙ୍କ ସମ୍ପର୍କୀୟ ପରିବାର ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅନେକ ମୃତକଙ୍କ ପରିବାର ମୃତ ଶରୀର ମିଳୁନଥିବା ବେଳେ ଯଦି ମିଳୁଛି ମୃତ ଶରୀର ତେବେ ଏହାର ଦାବିଦାର ଅନେକ ରହୁଛନ୍ତି। ତେବେ ଏମାନଙ୍କର ଡିଏନଏ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଇଛି। ତେବେ ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ଏମସକୁ ପଠାଯାଇଛି। ରିପୋର୍ଟ ଆସିଲା ପରେ ଜଣା ପଡ଼ିବ କାହାର କେଉଁ ମର ଶରୀର। ବର୍ତ୍ତମାନ କେବଳ ରିପୋର୍ଟ କୁ ଅପେକ୍ଷା କରାଯାଇଛି। ତେବେ ରିପୋର୍ଟ ଆସିବା ପରେ ଏମସର ଦିଆଯାଇଥିବା ଟୋଲ ଫ୍ରି ନମ୍ବର ଏବଂ ବିଏମସି ପକ୍ଷରୁ କଲ କରି ମୃତକଙ୍କ ସମ୍ପର୍କୀୟଙ୍କୁ ଜଣାଇ ଦିଆଯିବ।

ଅନ୍ୟପଟେ ନିଜ ପରିଜନଙ୍କୁ ଖୋଜିବାକୁ ଆସୁଥିବା ଲୋକଙ୍କ ପାଇଁ ହେଲପ ଡେସ୍କ କରାଯାଇଛି । ପୋଲିସ, ବିଏମସି କର୍ମଚାରୀ ବି ସହାୟତା ପାଇଁ ରହିଛନ୍ତି । ମୃତଦେହ ନେବାକୁ ଆସୁଥିବା ବ୍ୟକ୍ତିଙ୍କର ଆଧାର କାର୍ଡ ଅନାନ୍ୟ ପରିଚୟ ପତ୍ର ସହ ଡ଼ିଏନ ଟେଷ୍ଟ ବି କରାଯାଉଛି। ଏହା ସହ ସେମାନଙ୍କୁ କ୍ଷତିପୂରଣ ବି ପ୍ରଦାନ କରାଯାଉଛି।

ପ୍ରକାଶ ଯେ, ରାତି ପାହିଲେ କଳମଣ୍ଡଳର କଳାକାହାଣୀକୁ ୧୦ ଦିନ ହେବ । ହେଲେ ସେଦିନର ଘଟଣାକୁ ଏପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି ସ୍ଥାନୀୟ ବାସିନ୍ଦା । ଏବେ ବି ସଭିଙ୍କ ମନରେ ତାଜା ହୋଇ ରହିଛି । ଏହି ପରିପ୍ରେକ୍ଷୀରେ ମୃତକଙ୍କ ଉଦ୍ଦେଶ୍ୟରେ ଏକ ସାମୂହିକ ମୁଣ୍ଡନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରବିବାର ଦଶାହ କ୍ରିୟାକର୍ମ କରାଯିବା ସହ ସାମୁହିକ ଭାବେ ପ୍ରାୟ 200 ଲୋକ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଲଣ୍ଡା ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details