ଓଡିଶା

odisha

ହିନ୍ଦୀ କହିପାରୁନଥିଲେ ଏହି ବିଦେଶୀ ଅଭିନେତ୍ରୀ, ଏବେ ହିନ୍ଦୁସ୍ତାନୀ ହିରୋଇନଙ୍କୁ ଦେଉଛନ୍ତି ମାତ୍

By ETV Bharat Odisha Team

Published : Sep 14, 2023, 7:47 PM IST

ବର୍ତ୍ତମାନ ବିଦେଶରୁ ଆସିଥିବା ଅନେକ ସୁନ୍ଦର ଅଭିନେତ୍ରୀମାନେ ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ଏବଂ ହିଟ୍ ଫିଲ୍ମ ଦେବା ସହ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ସୁନ୍ଦରୀମାନେ ଦିନ ଥିଲା ଭଲରେ ହିନ୍ଦୀ କହିବା ଆସୁନଥିଲା । କିନ୍ତୁ ଏବେ ହିନ୍ଦୀ ଶିଖି ହିନ୍ଦୁସ୍ତାନୀ ହିରୋଇନଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଅଧିକ ପଢ଼ନ୍ତୁ,

ଦିନ ଥିଲା ହିନ୍ଦୀ କହିପାରୁନଥିଲେ ଏହି ବିଦେଶୀ ଅଭିନେତ୍ରୀମାନେ, ଏବେ ହିନ୍ଦୁସ୍ତାନୀ ହିରୋଇନଙ୍କୁ ଦେଉଛନ୍ତି ମାତ୍
ଦିନ ଥିଲା ହିନ୍ଦୀ କହିପାରୁନଥିଲେ ଏହି ବିଦେଶୀ ଅଭିନେତ୍ରୀମାନେ, ଏବେ ହିନ୍ଦୁସ୍ତାନୀ ହିରୋଇନଙ୍କୁ ଦେଉଛନ୍ତି ମାତ୍

ମୁମ୍ବାଇ: ଆମେ ଇଂରାଜୀ, ଚାଇନିଜ୍, ଫରାସୀ କିମ୍ବା କୌଣସି ବିଦେଶୀ ଭାଷା ଶିଖିବା ଏବଂ ଏହାକୁ କହିବାକୁ ଡରିଥାଉ । କିନ୍ତୁ ହିନ୍ଦୀ ଭାଷାରେ କିଛି ଅଲଗା ସ୍ବାଦ ରହିଛି । ଯାହା ଅନ୍ୟ କୌଣସି ଭାଷାରେ ନାହିଁ । ଆଜି ସାରା ଦେଶରେ ହିନ୍ଦୀ ଦିବସ ପାଳନ କରାଯାଉଛି । ତେବେ ଏହି ବିଶେଷ ଦିନରେ ଚଳଚ୍ଚିତ୍ର ଜଗତରେ ଥିବା ବିଦେଶୀ ସୁନ୍ଦରୀମାନଙ୍କର ଅବସ୍ଥା କ’ଣ ? ଜାଣନ୍ତୁ...

ବଲିଉଡରେ ବର୍ତ୍ତମାନ ଅନେକ ବିଦେଶୀ ଅଭିନେତ୍ରୀ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଅଭିନେତ୍ରୀମାନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫ୍, ନର୍ଗିସ୍ ଫାକରୀ, ଜ୍ୟାକଲିନ୍ ଫର୍ଣ୍ଣାଡିସ୍, ସନ୍ନି ଲିଓନି, ନୋରା ଫତେହି ଭଳି ଅଭିନେତ୍ରୀ ଆଜି ବଲିଉଡରେ ରାଜ୍ କରିବା ସହ ଫ୍ୟାନ୍ସଙ୍କୁ ଦିୱାନା କରୁଛନ୍ତି । ଦିନ ଥିଲା ଏହି ସୁନ୍ଦରୀ ଅଭିନେତ୍ରୀମାନଙ୍କୁ ଭଲରେ ହିନ୍ଦୀ କହିବା ଆସୁନଥିଲା । କିନ୍ତୁ ସମସ୍ତେ ଆଜି ଭଲ ହିନ୍ଦୀ କୁହନ୍ତି ଏବଂ ଦର୍ଶକଙ୍କ ମନ ଜିତନ୍ତି ।

କ୍ୟାଟ୍ରିନା କୈଫ: କ୍ୟାଟ୍ରିନା ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ସୁନ୍ଦର ଅଭିନେତ୍ରୀ ଏବଂ ସେ ଟପ୍ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ସେ ନିଜ ଅଭିନୟ ଏବଂ ଲୁକ୍ସରେ ଫ୍ୟାନ୍ସଙ୍କ ମନ ଜିତିଥାଆନ୍ତି । ସେ 2003 ମସିହାରେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କର ଦୁର୍ବଳ ହିନ୍ଦୀ ଯୋଗୁଁ ତାଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହୋଇଥିଲା । ବର୍ତ୍ତମାନ ସେ ହିନ୍ଦୀ ଭାଷାରେ ଭଲରେ କଥାବାର୍ତ୍ତା କରୁଛନ୍ତି ।

ନୋରା ଫତୈହି: ଦିଲବର ଦିଲବର୍ ଗାର୍ଲ ଅଭିନେତ୍ରୀ ମଧ୍ୟ ବିଦେଶିନୀ ଅଟନ୍ତି। 2013ରେ କାନାଡିୟ ଅଭିନେତ୍ରୀ ଏବଂ ମଡେଲ ବଲିଉଡରେ ଏଣ୍ଟ୍ରି କରିଥିଲେ । ତାଙ୍କ ଡ୍ୟାନ୍ସ ସହ ସେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଜିର ଦିନରେ ସେ ଭଲ ହିନ୍ଦୀ କହି ମଧ୍ୟ ଲୋକଙ୍କ ମନ ଜିତନ୍ତି ।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍: ଯଦିଓ ସେ ବିଦେଶରୁ ଆସିଛନ୍ତି, କିନ୍ତୁ ଭାରତରେ ନିଜର ଜଲୱା ଦେଖାଇ ଫ୍ୟାନ୍ସଙ୍କ ମନରେ ରାଜ୍ କରୁଛନ୍ତି । ଶ୍ରୀଲଙ୍କା ଅଭିନେତ୍ରୀ ଆଜି ହିନ୍ଦୀକୁ ସୁନ୍ଦର ଭାବରେ କହି ଦର୍ଶକଙ୍କ ହୃଦୟ ଜିତିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଷ୍ଟାଇଲିସ୍ ଲୁକ୍ ସହ ଇଣ୍ଟରନେଟର ପାରା ବଢାଇଲେ ଶିଳ୍ପା, ଉର୍ବଶୀ ଏବଂ ବାଣୀ

ସନ୍ନି ଲିଓନି:ସୋନିଙ୍କୁ କିଏ ବା ନଜାଣନ୍ତି । ଗୋଲ୍ଡେନ୍ ଗାର୍ଲ ନାଁରେ ବେଶ ଜଣାଶୁଣା ସନ୍ନି ଲିଓନି । ଅଭିନୟ ଜଗତରେ ନିଜର ସାହସିକ ପରିଚୟ ସୃଷ୍ଟି କରିଛନ୍ତି। ଏକ ସମୟରେ ସନ୍ନିଙ୍କୁ ଦିନ୍ଦୀ କହିପାରୁନଥିଲେ । ଆଜି ଏକ ସମୟ, ଯେତେବେଳେ ସେ ହିନ୍ଦୀ ଦୃଢତା ସହ ଭଲ ଭାବେ କହି ପାରୁଛନ୍ତି ।

ନର୍ଗିସ୍ ଫାକରୀ: ରଣବୀର କପୁରଙ୍କ ଅଭିନୀତ 'ରକଷ୍ଟାର' ଅଭିନେତ୍ରୀ ତଥା ପାକିସ୍ତାନୀ ଆମେରିକୀୟ ନର୍ଗିସ୍ ଫାକରୀ ବଲିଉଡ୍‌ରେ କିଛି ବିଶେଷ ସ୍ଥାନ ସୃଷ୍ଟି କରିପାରିଲେ ନାହିଁ । ଏହାସତ୍ତ୍ବେ ବି ସେ ତାଙ୍କ ବୋଲ୍ଡ ବିୟୁଟି ପାଇଁ ପ୍ରଥମ ପିଲ୍ମରେ ଲୋକପ୍ରିୟତା ହାସଲ କରିଥିଲେ । ନର୍ଗିସ୍ ହିନ୍ଦୀ ଶିଖିଥିଲେ ଏବଂ ଚଳଚ୍ଚିତ୍ରରେ ଭାଷାର ଯାଦୁ ଦେଖାଇଥିଲେ ।

ABOUT THE AUTHOR

...view details