ଓଡିଶା

odisha

କ୍ରିକେଟରୁ ଅବସର ପରେ ଝୁଲଣଙ୍କ ପାଇଁ ସ୍ପେଶାଲ ପୋଷ୍ଟ କଲେ ଅନୁଷ୍କା

By

Published : Sep 25, 2022, 9:43 AM IST

ଝୁଲଣ ଗୋସ୍ବାମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ପରେ ଝୁଲଣଙ୍କ ପାଇଁ ଇଷ୍ଟାଗ୍ରାମ ପେଜରେ ସ୍ପେଶାଲ ନୋଟ ଲେଖିଲେ ଅନୁଷ୍କା । ଅଧିକ ପଢନ୍ତୁ

କ୍ରିକେଟରୁ ଅବସର ପରେ ଝୁଲଣଙ୍କ ପାଇଁ ସ୍ପେସିଆଲ ପୋଷ୍ଟ କଲେ ଅନୁଷ୍କା
କ୍ରିକେଟରୁ ଅବସର ପରେ ଝୁଲଣଙ୍କ ପାଇଁ ସ୍ପେସିଆଲ ପୋଷ୍ଟ କଲେ ଅନୁଷ୍କା

ହାଇଦ୍ରାବାଦ: ଭାରତୀୟ ମହିଳା କ୍ରିକେଟରେ ଝୁଲଣ ଗୋସ୍ବାମୀଙ୍କ ଯୁଗ ଶେଷ ହୋଇଛି । ନିକଟରେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବାମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିବା ପରେ ଶନିବାର ସେ ବିଦାୟୀକାଳୀନ ମ୍ୟାଚ ତଥା ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଖେଳିଥିଲେ । ଏଥିରେ ଭାରତ ୧୬ ରନରେ ବିଜୟୀ ହୋଇଥିଲା । ଏହି ବିଦାୟକୁ ନେଇ ଭାବବିହ୍ବଳ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ଅନୁଷ୍କା ନିଜ ଇଷ୍ଟାଗ୍ରାମ ପେଜରେ ଝୁଲଣଙ୍କ ଏକ ଫଟୋ ସେୟାର କରିଛନ୍ତି, ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି ଯେ, ଆପଣ ଜଣେ ପ୍ରେରଣା, ଆଦର୍ଶ ଓ ଜଣେ କିମ୍ବଦନ୍ତୀ, ତୁମର ନାମ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ଭାରତୀୟ ମହିଳା କ୍ରିକେଟରେ ଗେମ ଚେଞ୍ଜର ହୋଇଥିବାରୁ ଝୁଲଣଙ୍କୁ ଧନ୍ୟବାଦ ବୋଲି ଲେଖିଛନ୍ତି ଅନୁଷ୍କା ।

ସ୍ପେଶାଲ ପୋଷ୍ଟ କଲେ ଅନୁଷ୍କା

ଏହା ମଧ୍ୟ ପଢନ୍ତୁ-ସରିଲା ଝୁଲଣଙ୍କ ଯୁଗ, ଇଂଲଣ୍ଡ ମାଟିରେ ଦିନିକିଆ ସିରିଜ କ୍ଲିନ ସ୍ୱିପ୍ କଲା ଭାରତ

ନିକଟରେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବୀମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ପୂର୍ବରୁ ଘୋଷଣା କରିଥିଲେ । ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିବାରେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବାମୀଙ୍କର ରେକର୍ଡ ରହିଛି । ତାଙ୍କ ଆତ୍ମ ଜୀବନୀକୁ ପରଦା ଉପରକୁ ଆସିବାକୁ ଯାଉଛି ଫିଲ୍ମ 'ଚକଦା ଏକ୍ସପ୍ରେସ' (Chakda Xpress) । ଯେଉଁଥିଲେ ଝୁଲଣଙ୍କ ଭୂମିକାରେ ନଜର ଆସିବେ ଅନୁଷ୍କା ଶର୍ମା । ପ୍ରୋସିତ ରାୟଙ୍କ ନିର୍ଦ୍ଦେଶିନାରେ ଫିଲ୍ମର ସୁଟିଂ ଜାରି ରହିଛି ।

ଶନିବାର ଇଂଲଣ୍ଡ ବିପକ୍ଷରେ ଝୁଲଣଙ୍କ ବିଦାୟୀକାଳୀନ ମ୍ୟାଚରେ ଅଧିନାୟିକା ହରମନପ୍ରୀତ କୌର ଭାବପ୍ରବଣ ହୋଇ ଝୁଲଣଙ୍କୁ ଧରି କାନ୍ଦିବା ନଜର ଆସିଥିଲେ । ଭେଟେରାନ କ୍ରିକେଟରଙ୍କୁ ଇଂଲଣ୍ଡ ମହିଳା କ୍ରିକେଟ ତରଫରୁ ଗାର୍ଡ ଅଫ ଅନର ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଥିଲା । ଝୁଲଣ ଗୋସ୍ବାମୀ 201ଟି ଦିନିକିଆ ମ୍ୟାଚ ଖେଳି 252ଟି ୱିକେଟ ନେଇଛନ୍ତି । ସେ ମହିଳା ଦିନିକିଆ ବିଶ୍ବକପରେ ମଧ୍ୟ ସର୍ବାଧିକ ୱିକେଟ ନେଇଛନ୍ତି । ବିଶ୍ବକପରେ 34ଟି ମ୍ୟାଚରେ 43ଟି ୱିକେଟ ନେଇଛନ୍ତି । ଏହାସହ ସେ ବିଶ୍ବକପରେ ଦୁଇଥର 4ଟି ୱିକେଟ ନେଇଛନ୍ତି । ସେହିପରି ସେ 12ଟି ଟେଷ୍ଟ ମ୍ୟାଚ ଖେଳି 44 ୱିକେଟ ନେଇଥିବାବେଳେ, 68ଟି ଟି20 ଖେଳି 56ଟି ୱିକେଟ ନେଇଛନ୍ତି । ବିଦାୟୀ ମ୍ୟାଚରେ ଝୁଲଣ ବ୍ୟାଟିଂରେ ବିଫଳ ହୋଇଥିଲେ ହେଁ 2ଟି ୱିକେଟ ଅକ୍ତିଆର କରିଥିଲେ ।

ABOUT THE AUTHOR

...view details