ETV Bharat / sports

ସରିଲା ଝୁଲଣଙ୍କ ଯୁଗ, ଇଂଲଣ୍ଡ ମାଟିରେ ଦିନିକିଆ ସିରିଜ କ୍ଲିନ ସ୍ୱିପ୍ କଲା ଭାରତ

author img

By

Published : Sep 24, 2022, 11:07 PM IST

Updated : Sep 25, 2022, 8:00 AM IST

ଭାରତ ଇଂଲଣ୍ଡ ତୃତୀୟ ଦିନିିକିଆରେ ଭାରତର ବିଜୟ । ଝୁଲଣଙ୍କ ବିଦାୟୀକାଳୀନ ମ୍ୟାଚ ତଥା ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଭାରତ ୧୬ ରନରେ ବିଜୟୀ ହୋଇଛି । ଏହା ସହିତ ଇଂଲଣ୍ଡ ମାଟିରେ ୩-୦ ରେ ସିରଜ କ୍ଲିନ ସ୍ବିପ କରିବାରେ ଭାରତ ସଫଳ ହୋଇଛି । ଅଧିକ ପଢନ୍ତୁ

ସରିଲା ଝୁଲଣ ଯୁଗ, ଇଂଲଣ୍ଡ ମାଟିରେ ୩-୦ ରେ ସିରିଜ କ୍ଲିନ ସ୍ବିପ କଲା ଭାରତ
ସରିଲା ଝୁଲଣ ଯୁଗ, ଇଂଲଣ୍ଡ ମାଟିରେ ୩-୦ ରେ ସିରିଜ କ୍ଲିନ ସ୍ବିପ କଲା ଭାରତ

ହାଇଦ୍ରାବାଦ: ଭାରତ ମହିଳା କ୍ରିକେଟ ଯୁଗରେ ଝୁଲଣଙ୍କ ଯୁଗ ଶେଷ ହୋଇଛି । ଝୁଲଣ ଗୋସ୍ବାମୀଙ୍କ ବିଦାୟୀକାଳୀନ ମ୍ୟାଚ ତଥା ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଭାରତ ୧୬ ରନରେ ବିଜୟୀ ହୋଇଛି । ଏହା ସହିତ ଇଂଲଣ୍ଡ ମାଟିରେ ୩-୦ରେ ସିରଜ କ୍ଲିନ ସ୍ବିପ କରିବାରେ ଭାରତ ସଫଳ ହୋଇଛି । ବିଜୟ ସହ ଝୁଲଣଙ୍କୁ କ୍ଲିସ ସୁଇପ ଫେୟାରୱେଲ ଦେଇଛି ଭାରତୀୟ ମହିଳା କ୍ରିକେଟ ଦଳ ।

ଇଂଲଣ୍ଡ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତର ସ୍ମୃତି ମାନ୍ଧନା ଓ ଶେଫାଳି ବର୍ମା ପାଳି ଆରମ୍ଭ କରିଥିଲେ । ଶେଫାଳି ଖାତା ଖୋଲି ନପାରି ଆଉଟ ହୋଇଥିଲେ । ସ୍ମୃତି ମାନ୍ଧନାଙ୍କୁ ଯୋଗ ଦେଇଥିଲେ ହର୍ଲିନ ଦେଓଲ । ମାତ୍ର 3 ରନ କରି ହର୍ଲିନ ପାଭିଲିୟନ ଫେରିଥିଲେ । ଏହାପରେ ଅଧିନାୟିକା ହର୍ମନପ୍ରୀତ କୌର ମଧ୍ୟ କ୍ରିଜରେ ତିଷ୍ଠି ନଥିଲେ । 4 ରନ କରି ଆଉଟ ହୋଇଥିଲେ ହର୍ମନପ୍ରୀତ । ମାତ୍ର 17ରନରେ ଭାରତ 3ଟି ୱିକେଟ ହରାଇଥିଲା । ସ୍ମୃତି 79 ବଲରେ 50 ରନ (5 ଚୌକା) ଓ ପୂଜା ବସ୍ତ୍ରାକାର 22, ଦୀପ୍ତି ଶର୍ମା ଅପରାଜିତ 68 ରନ (7 ଚୌକା) ରନ କରିଥିଲେ । ଦୀପ୍ତି ଶର୍ମା ଓ ସ୍ମୃତି ଲଢୁଆ ବ୍ୟାଟିଂ କରିଥିଲେ । ଲୋ ସ୍କୋର ମ୍ୟାଚରେ ଭାରତ 45.4 ଓଭରରେ ସମସ୍ତ ୱିକେଟ ହରାଇ 169 ରନ କରିଥିଲା । ଇଂଲଣ୍ଡକୁ 170ରନ ଟାର୍ଗେଟ ଦେଇଥିଲା ଭାରତ । ଇଂଲଣ୍ଡର କେଟ କ୍ରସ 4ଟି ୱିକେଟ ନେଇଥିଲେ । ସୋଫି ଏକେଲଷ୍ଟୋନ ଓ ଫ୍ରେୟା କାମ୍ପ 2ଟି ଲେଖାଏଁ ୱିକେଟ ନେଇଥିଲେ।

ଏହା ବି ପଢନ୍ତୁ...ଝୁଲଣଙ୍କ ଶେଷ ମ୍ୟାଚରେ କାନ୍ଦିଲେ କ୍ୟାପଟେନ, ଗାର୍ଡ ଅଫ ଅନର ଦେଲା ଇଂଲଣ୍ଡ

ଏହା ବି ପଢନ୍ତୁ...ବାରବାଟୀରେ ଲିଜେଣ୍ଡ୍ସ ମ୍ୟାଚ ନେଇ ବଢୁଛି କ୍ରେଜ

170 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଇଂଲଣ୍ଡ । ଦଳ ବିଜୟ ସହଜ ମନେ ହେଉଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସବୁ ଗଣନା ଭୁଲ କରି ଦେଇଥିଲା । ଅନ୍ତିମ ମ୍ୟାଚ ଖେଳୁଥିବା ଝୁଲଣ ଗୋସ୍ବାମୀ, ରେଣୁକା ସିଂ ଓ ରାଜେଶ୍ବରୀ ଗାଏକ୍ବାର୍ଡଙ୍କ ଘାତକ ବୋଲିଂ ବଳରେ ଭାରତ ମ୍ୟାଚକୁ ଜିତି ନେଇଥିଲା । ବ୍ୟାଟିଂରେ ବିଫଳ ହୋଇଥିଲେ ବି ଭାରତର ବୋଲିଂ ରଣନୀତି ସଫଳ ହୋଇଥିଲା । ଜବାବରେ ଇଂଲଣ୍ଡ 153 ରନ କରିବାରେ ସକ୍ଷମ ହୋଇଥିଲା । ଦଳର ଚାର୍ଲି ଡିନ ସର୍ବାଧିକ 47 ରନ କରିଥିଲେ । ଏମି ଜୋନ୍ସ 28 ଓ ଏମା ଲାମ୍ବ 21 ରନ କରିଥିଲେ । ଭାରତ 16 ରନରେ ତୃତୀୟ ଦିନିକିଆ ଜିତି ଐତିହାସିକ ସିରିଜ ବିଜୟୀ ହୋଇଛି । ଭାରତ ପକ୍ଷରୁ ରେଣୁକା ସିଂ 4ଟି ୱିକେଟ ଅକ୍ତିଆର କରିଥିଲେ । ବିଦାୟୀ ମ୍ୟାଚରେ ଝୁଲଣ ବ୍ୟାଟିଂରେ ବିଫଳ ହୋଇଥିଲେ ହେଁ 2ଟି ୱିକେଟ ଅକ୍ତିଆର କରିଥିଲେ । ରେଣୁକା ସିଂ ପ୍ଲେୟାର ଅଫ ଦି ମ୍ୟାଚ ଓ ହର୍ମନପ୍ରୀତ କୌର ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

Last Updated :Sep 25, 2022, 8:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.