ETV Bharat / sports

ଝୁଲଣଙ୍କ ଶେଷ ମ୍ୟାଚରେ କାନ୍ଦିଲେ କ୍ୟାପଟେନ, ଗାର୍ଡ ଅଫ ଅନର ଦେଲା ଇଂଲଣ୍ଡ

author img

By

Published : Sep 24, 2022, 10:24 PM IST

ଝୁଲଣଙ୍କ ଶେଷ ମ୍ୟାଚରେ କାନ୍ଦିଲେ କ୍ୟାପଟେନ, ଗାର୍ଡ ଅଫ ଅନର ଦେଲା ଇଂଲଣ୍ଡ
ଝୁଲଣଙ୍କ ଶେଷ ମ୍ୟାଚରେ କାନ୍ଦିଲେ କ୍ୟାପଟେନ, ଗାର୍ଡ ଅଫ ଅନର ଦେଲା ଇଂଲଣ୍ଡ

ନିଜ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ଲର୍ଡ୍ସରେ ଖେଳୁଛନ୍ତି ଭେଟେରାନ କ୍ରିକେଟର ଝୁଲଣ ଗୋସ୍ବାମୀ ( Jhulan Goswami ) । ଏନେଇ ଅଧିନାୟିକା ହରମନପ୍ରୀତ କୌର ଭାବପ୍ରବଣ ହୋଇ ଝୁଲଣଙ୍କୁ ଧରି କାନ୍ଦିବା ନଜର ଆସିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ନିଜ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ଲର୍ଡ୍ସରେ ଖେଳୁଛନ୍ତି ଭେଟେରାନ କ୍ରିକେଟର ଝୁଲଣ ଗୋସ୍ବାମୀ ( Jhulan Goswami ) । ଇଂଲଣ୍ଡ ବିପକ୍ଷରେ ଏହା ତାଙ୍କ ବିଦାୟୀକାଳୀନ ମ୍ୟାଚ । ଭାରତୀୟ ମହିଳା କ୍ରିକେଟ ଟିମ ସହିତ ସେ ଆଜି ଶେଷ ଥର ପାଇଁ କ୍ରିଜରେ ସମୟ ଅତିବାହିତ କରୁଛନ୍ତି । ଏନେଇ ଅଧିନାୟିକା ହରମନପ୍ରୀତ ( Harmanpreet Kaur ) କୌର ଭାବପ୍ରବଣ ହୋଇ ଝୁଲଣଙ୍କୁ ଧରି କାନ୍ଦିବା ନଜର ଆସିଛନ୍ତି । ସେପଟେ ଏହି ଭେଟେରାନ କ୍ରିକେଟରଙ୍କୁ ଇଂଲଣ୍ଡ ମହିଳା କ୍ରିକେଟ ତରଫରୁ ଗାର୍ଡ ଅଫ ଅନର ସମ୍ମାନରେ ସମ୍ମାନିତ କରାଯାଇଛି । ତେବେ ଆଜିର ଏହି ତୃତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ପିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ।

  • For over 20 years Jhulan Goswami has run in, hit a length and blazed a trail.

    She has bowled nearly 10,000 balls in ODI cricket, and she may just have inspired as many young girls to try cricket.

    Thanks @JhulanG10, you’re an inspiration. pic.twitter.com/EMeCtAA5Wa

    — England Cricket (@englandcricket) September 24, 2022 " class="align-text-top noRightClick twitterSection" data=" ">

ଇଂଲଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ ଲର୍ଡସରେ ଖେଳୁଛି ଭାରତ । ଏହି କିମ୍ବଦନ୍ତୀ କ୍ରିକେଟର ଝୁଲଣ ଗୋସ୍ବାମୀଙ୍କର ଏହା ହେଉଛି ଶେଷ ଅନ୍ତର୍ଜାତୀୟ ମ୍ୟାଚ । ଏହି ମ୍ୟାଚ ପରେ କ୍ରିକେଟ ଦୁନିଆକୁ ଅଲବିଦା କହିବେ ଭାରତୀୟ ଷ୍ଟାର ବୋଲର ଝୁଲଣ ଗୋସ୍ବାମୀ । ଝୁଲଣଙ୍କୁ ବିଦାୟୀ ଦେବା ପୂର୍ବରୁ ଭାରତୀୟ ମହିଳା କ୍ରିକେଟର କ୍ରିଜରେ ଏକତ୍ରିତ ହୋଇ ଭାବ ପ୍ରବଣ ହେବା ନଜର ଆସିଥିଲେ । ତେବେ ଝୁଲଣ ଗୋସ୍ବାମୀଙ୍କୁ ଧରି କାନ୍ଦିବାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଇଂଲଣ୍ଡଲ କ୍ରିକେଟ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କ୍ଲେୟର କୋନୋର ଏବଂ ମୁଖ୍ୟ କୋଚ ଲୀସା କାଇଟଲେ ଝୁଲଣ ଗୋସ୍ବାମୀଙ୍କୁ ଏକ ଜର୍ସି ଉପହାର ଦେଇଥିଲେ । ଉପହାର ଦେଇଥିବା ଏହି ଜର୍ସିରେ ଇଂଲଣ୍ଡ କ୍ରିକେଟରଙ୍କର ଅଟୋଗ୍ରାଫ ରହିଥିଲା । ସେହିପରି ଝୁଲଣ ଗୋସ୍ବାମୀଙ୍କ ଏହି ବିଦାୟୀକାଳୀନ ମ୍ୟାଚରେ ଇଂଲଣ୍ଡ କ୍ରିକେଟର ଝୁଲଣ ଗୋସ୍ବାମୀ ବ୍ୟାଟିଂ ପାଇଁ ପିଚରେ ପ୍ରବେଶ କରୁଥିବା ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦେଇଥିଲେ । ଷ୍ଟାଡିୟୟରେ ଥିବା ସମସ୍ତ ଦର୍ଶକ ଏହି ସମୟରେ ଝୁଲଣ ଗୋସ୍ବାମୀଙ୍କ ପାଇଁ ତାଳି ମାରି ତାଙ୍କୁ ସମ୍ମାନିତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.