ଓଡିଶା

odisha

ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲରେ ‘ମୋ ସ୍କୁଲ୍ ଅଭିଯାନ’ର ସଫଳତା

By

Published : Jan 24, 2022, 9:11 PM IST

ୟୁନିଭର୍ସିଟି ହାଇସ୍କୁଲରେ ‘ମୋ ସ୍କୁଲ୍ ଅଭିଯାନ’ର ସଫଳତା। ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ୪୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା। ନିର୍ମାଣ ହେବ ଷ୍ଟେଟ୍-ଅଫ୍-ଦି-ଆର୍ଟ ସେ ର ଓ ଇନ୍‌ଡୋର୍ ହଲ । ଅଧିକ ପଢନ୍ତୁ

ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲରେ ‘ମୋ ସ୍କୁଲ୍ ଅଭିଯାନ’ର ସଫଳତା
ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲରେ ‘ମୋ ସ୍କୁଲ୍ ଅଭିଯାନ’ର ସଫଳତା

ଭୁବନେଶ୍ବର : ରାଜ୍ୟର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲ। ବାଣୀବିହାରର ପୁରାତନ ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଲାଗି ୪୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ୟୁନିଭର୍ସିଟି ହାଇସ୍କୁଲ ପୁରାତନ ଛାତ୍ର ସଂଗଠନ 'ମୋ ସ୍କୁଲ ଅଭିଯାନ” ମାଧ୍ୟମରେ ବିଦ୍ୟାଳୟ ପରିସରରେ ଏକ ବହୁମୁଖୀ ଗୃହ ତଥା ଷ୍ଟେଟ୍-ଅଫ୍-ଦି-ଆର୍ଟ ଏବଂ ଇନ୍‌ଡୋର୍ ହଲ୍ ନିର୍ମାଣ ପାଇଁ ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲରେ ‘ମୋ ସ୍କୁଲ୍ ଅଭିଯାନ’ର ସଫଳତା

ବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନର ଏକ ପ୍ରତିନିଧି ଦଳ ସୋମବାର ‘ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କୁ ଭେଟି ତାଙ୍କୁ ୪୦ ଲକ୍ଷ ଟଙ୍କାର ଚେକ ଦେବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ୪୦ ଲକ୍ଷ ଟଙ୍କାରେ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତା ରାଶିକୁ ମିଶାଇ ମୋଟ ୧ କୋଟି ୨୦ ଲକ୍ଷ ଟଙ୍କାରେ ଏକ ଅତ୍ୟାଧୁନିକ ମଲ୍ଟିପରପଜ୍ ହଲ୍ ନିର୍ମାଣ କରାଯିବ। ଏଥିପାଇଁ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଏକ ସ୍ଵତନ୍ତ୍ର ଡିଜାଇନ ମଧ୍ୟ ପ୍ରଦାନ କରାଯାଇଛି ।

୨୦୨୨ ମସିହାରେ ୟୁନିଭର୍ସିଟି ହାଇସ୍କୁଲ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ବିଦ୍ୟାଳୟର ଇତିହାସକୁ ଆହୁରି ଗୌରବାନ୍ବିତ କରିବାକୁ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। “ଚାଲ ସ୍କୁଲ ଯିବା” କ୍ୟାମ୍ପେନ୍ ମାଧ୍ୟମରେ ସଂଗଠନ ପକ୍ଷରୁ ୧୯୬୨ ରୁ ୨୦୧୫ ମସିହା ମଧ୍ୟରେ ଶିକ୍ଷାଲାଭ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରାଯାଇଛି । ମାତ୍ର ୧୫ ଦିନ ମଧ୍ୟରେ ପ୍ରତ୍ୟେକ ବ୍ୟାଚର ଛାତ୍ରଛାତ୍ରୀ ସହାୟତାର ହାତ ବଳାଇଥିବାବେଳେ ୪୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଛି ।

ଏହାବି ପଢନ୍ତୁ :Odisha Universities Act: ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ କାଏମ ରଖିଲେ ହାଇକୋର୍ଟ

ପ୍ରସ୍ତାବିତ ଏହି ମଲ୍ଟିପରପଜ୍ ହଲ୍‌ରେ ଏକାସାଙ୍ଗରେ ୧ ହଜାର ଛାତ୍ରଛାତ୍ରୀ ଏକତ୍ରିତ ହୋଇପାରିବେ । ଏହାକୁ ପ୍ରାର୍ଥନା ସଭା, ମଧ୍ୟାହ୍ନ ଭୋଜନ ହଲ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ବ୍ୟବହାର କରାଯାଇ ପାରିବ। ଚଳିତବର୍ଷ ଅନୁଷ୍ଠିତ ହେବାକୁ ଥିବା ହୀରକ ଜୟନ୍ତୀ ଉତ୍ସବରେ ଏହି ହଲ ଉଦଘାଟିତ ହେବ। ‘ମୋ ସ୍କୁଲ ଅଭିଯାନ” ଅଧୀନରେ ୟୁନିଭର୍ସିଟି ହାଇସ୍କୁଲ୍‌ରେ କମ୍ପୁଟର ଲ୍ୟାବ, ବିଜ୍ଞାନଗାର, ପାଠାଗାର, ବାଇସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯାଇଥିବାବେଳେ ଶ୍ରେଣୀଗୃହ ଓ ଶୌଚାଳୟର ମରାମତି, ପାନୀୟଜଳ ବ୍ୟବସ୍ଥା ସହ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶମୂଳକ କାର୍ଯ୍ୟ କରାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details