ଓଡିଶା

odisha

ପିଡିଏସ କିରୋସିନର କଳାବଜାରୀ, 505 ଲିଟର କିରୋସିନ ଜବତ

By

Published : Aug 4, 2020, 9:44 PM IST

Updated : Aug 4, 2020, 10:47 PM IST

ପିଡିଏସ କିରୋସିନର କଳାବଜାରୀ । ଲିଟର ପିଛା ୫୦ ଟଙ୍କାରେ ବିକ୍ରି । ଏଭଳି ସାଙ୍ଘାତିକ ସୁରାକ ପାଇ ଏସଟିଏଫର ରେଡ ବେଳେ ଗିରଫ ହେଲା ବେପାରୀ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସାମପୋଇ ଅଞ୍ଚଳର ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପିଡିଏସ କିରୋସିନର କଳାବଜାରୀ, 50 ଲିଟର କିରୋସିନ ଜବତ
ପିଡିଏସ କିରୋସିନର କଳାବଜାରୀ, 50 ଲିଟର କିରୋସିନ ଜବତ

ଭୁବନେଶ୍ବର: ପିଡିଏସ କିରୋସିନର କଳାବଜାରୀ । ଲିଟର ପିଛା ୫୦ ଟଙ୍କାରେ ବିକ୍ରି । ଏଭଳି ସାଙ୍ଘାତିକ ସୁରାକ ପାଇ ଏସଟିଏଫର ରେଡ ବେଳେ ଗିରଫ ହେଲା ବେପାରୀ । ତେବେ ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ସାମପୋଇ ଅଞ୍ଚଳରେ ଏଭଳି କଳାବଜାରୀର ସୁରାକ ପାଇଥିଲା ଏସଟିଏଫ ଟିମ । ଏପରିକି ବିଲରେ ପାଣି ଅଭାବରୁ ଚାଷ ଜମି ଜଳି ଯାଉଥିବାରୁ ପାଣିପମ୍ପରେ ଜମିକୁ ପାଣି ମଡାଇବାକୁ ଆବଶ୍ୟକ ହେଉଥିଲା କିରୋସିନ ।

ପିଡିଏସ କିରୋସିନର କଳାବଜାରୀ, 50 ଲିଟର କିରୋସିନ ଜବତ
ପିଡିଏସ କିରୋସିନର କଳାବଜାରୀ, 50 ଲିଟର କିରୋସିନ ଜବତ

ଲୋକଙ୍କ ଚାହିଦା ଦେଖି ଲିଟର ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବାର ସୂଚନା ପାଇଥିଲା ଏସଟିଏଫ ଟିମ । ତେବେ ଏନେଇ ଏକ ଅପରେସନରେ ତେଲ କିଣିବା ବାହାନାରେ ପହଞ୍ଚିଥିଲା ଟିମ । ଏକକାଳୀନ ୫୦ ଲିଟର ଆବଶ୍ୟକ କହି କିରୋସିନ ମାଗିବା ପରେ ମାଡି ବସିଥିଲା ଟିମ । ତାପରେ ଭଣ୍ଡାରିପୋଖରୀର ରାମଚନ୍ଦ୍ରପୁରର ସଦାଶିବ ସାହୁକୁ ଗିରଫ କରାଯାଇଥିଲା । ବେପାରୀଠାରୁ ୫୦୫ ଲିଟର ପିଡିଏସ କିରୋସିନ ଜବତ ସହ EC Act ୧୯୫୫ରେ ଗିରଫ କରିଥିଲା ଟିମ ।

ପିଡିଏସ କିରୋସିନର କଳାବଜାରୀ, 50 ଲିଟର କିରୋସିନ ଜବତ

ତେବେ କେଉଁଠୁ ଏବଂ କିପରି ପିଡିଏସ କରୋସିନ ଆଣି ବିକ୍ରି କରୁଥିଲା, ଏହା ପଛର କେଉଁ ଡିଲର ବା ରାଜନେତାଙ୍କ ହାତ ଅଛି ସେ ନେଇ ପଚରାଉଚରା କରୁଛି ଟିମ । ଅଭିଯୁକ୍ତକୁ ରିମାଣ୍ଡରେ ନେଇ କିରୋସିନ କଳାବଜାରୀର ଖୁଲାସା କରିପାରେ ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Aug 4, 2020, 10:47 PM IST

ABOUT THE AUTHOR

...view details