ଓଡିଶା

odisha

STATE CORONA: ଦିନକରେ 549 ଆକ୍ରାନ୍ତ ଚିହ୍ନଟ, 70 ଶିଶୁ ପଜିଟିଭ

By

Published : Oct 27, 2021, 11:41 AM IST

ରାଜ୍ୟରେ କିଛି ଦିନ ଧରି କୋରୋନା ସଂକ୍ରମଣ 500 ତଳକୁ ରହୁଥିବା ବେଳେ ଆଜି ପୁଣି ସେଥିରେ ବୃଦ୍ଧି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ 549 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 70 ଜଣ ୧୮ ବର୍ଷରୁ କମ ସଂକ୍ରମିତ ଅଛନ୍ତି । ଅଧିକ ପଢନ୍ତୁ...

STATE CORONA: ଦିନକରେ 549 ଆକ୍ରାନ୍ତ ଚିହ୍ନଟ, 70 ଶିଶୁ ପଜିଟିଭ
STATE CORONA: ଦିନକରେ 549 ଆକ୍ରାନ୍ତ ଚିହ୍ନଟ, 70 ଶିଶୁ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ଧରି କୋରୋନା ସଂକ୍ରମଣ 500 ତଳକୁ ରହୁଥିବା ବେଳେ ଆଜି ପୁଣି ସେଥିରେ ବୃଦ୍ଧି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ 549 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 70 ଜଣ ୧୮ ବର୍ଷରୁ କମ ସଂକ୍ରମିତ ଅଛନ୍ତି । ସେହିପରି 318 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇ ଥିବାବେଳେ 231 ସ୍ଥାନୀୟ ସଂକ୍ରମଣ ଅଛନ୍ତି ।

ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 296 ଜଣ ଥିବାବେଳେ ଅନୁଗୋଳରୁ 2, ବାଲେଶ୍ବରରୁ 12, ଭଦ୍ରକରୁ 4, ବରଗଡରୁ 2, କଟକରୁ 50, ବଲାଙ୍ଗୀରରୁ 1, ଦେବଗଡ଼ରୁ 8, ଢେଙ୍କାନାଳରୁ 6, ଜଗତସିଂହପୁରରୁ 9, ଯାଜପୁରରୁ 13, ଝାରସୁଗୁଡା 2, କେନ୍ଦ୍ରାପଡ଼ାରୁ 7, କଳାହାଣ୍ଡିରୁ 4, କୋରାପୁଟରୁ 3, ମୟୂରଭଞ୍ଜରୁ 13, ନୟାଗଡରୁ 10, ନୂଆପଡାରୁ 6, ପୁରୀ 9, ରାୟଗଡାରୁ 1, ସମ୍ବଲପୁରରୁ 16, ସୋନପୁରରୁ 1, ସୁନ୍ଦରଗଡରୁ 7 ଏବଂ ଷ୍ଟେଟ ପୁଲ୍‌ରୁ 67 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୯ ହଜାର 818 ରେ ପହଞ୍ଚିଛି ।

ସେହିପରି ମୋଟ ନୂଆ 497 ଜଣ ସୁସ୍ଥଙ୍କୁ ମିଶାଇ ମୋଟ ୧୦ ଲକ୍ଷ ୨୬ ହଜାର 774 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୪ ଜଣ 673 ଜଣ ରାଜ୍ୟର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି । ଏଯାବତ୍ 2 କୋଟି 17 ଲକ୍ଷ 19 ହଜାର 159 ଟେଷ୍ଟ ହୋଇସାରିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details