ଓଡିଶା

odisha

ପିଏମସି ସ୍କାମ: ଜବାବ ଦାଖଲ ନୋଟିସରେ ଫସିଲାଣି ଆରବିଆଇ

By

Published : Nov 4, 2019, 5:28 PM IST

ପିଏମସି ବ୍ୟାଙ୍କ ସ୍କାମ । ଜବାବ ଦାଖଲ ନୋଟିସରେ ଫସିଲାଣି ଆରବିଆଇ । ପ୍ରଥମେ ଦିଲ୍ଲୀ ଏବେ ବମ୍ବେ ହାଇକୋର୍ଟରୁ ଆସିଛି ନୋଟିସ । ଜବାବରେ ସନ୍ତୁଷ୍ଟି ନ ହେଲେ ହସ୍ତକ୍ଷେପ କରିବେ କୋର୍ଟ।

ଫଟୋ ସୌଜନ୍ୟ-ଏଏନଆଇ

ନୂଆଦିଲ୍ଲୀ: ପିଏମସି ବ୍ୟାଙ୍କ ଘୋଟାଲା ମାମଲାକୁ ନେଇ ଚିନ୍ତାରେ ଆରବିଆଇ ଓ କେନ୍ଦ୍ର ସରକାର । ଦିଲ୍ଲୀ ପରେ ବମ୍ବେ ହାଇକୋର୍ଟରୁ ଆସିଛି ଜବାବ ଦାଖଲ ନୋଟିସ । ଜମାକର୍ତ୍ତାଙ୍କ ସମସ୍ୟାକୁ ବୁଝି ଆସନ୍ତା 13 ସୁଦ୍ଧା ଜବାବ ଦେବାକୁ ଆରବିଆଇକୁ କହିଛନ୍ତି କୋର୍ଟ।

ଯଦି ଆରବିଆଇ ଜବାବରେ ସନ୍ତୁଷ୍ଟି ଥିବ ତେବେ ଏହି ମାମଲାରେ ହସ୍ତକ୍ଷେପ କରିବ ନାହିଁ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଓ ଆରବିଆଇକୁ ନୋଟିସ ପଠାଇ ଜବାବ ଦେବାକୁ କହିଥିଲେ । ଏନେଇ ଆସନ୍ତା ଶୁଣାଣୀ ଜାନୁଆରୀ 22ରେ କରାଯିବ।

ପ୍ରକାଶ ଯେ, ପିଏମସି ବ୍ୟାଙ୍କର 4355 କୋଟି ଟଙ୍କା ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ନିୟମରେ କଟକଣା ଲଗାଇଥିଲା । 6 ମାସ ଭିତରେ ଗ୍ରାହକ କେବଳ 25 ହଜାର ଟଙ୍କା ଉଠାଇପାରିବେ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଥିଲା। ହେଲେ ପରବର୍ତ୍ତୀ ସମୟରେ ଗ୍ରାହକଙ୍କ ସମସ୍ୟାକୁ ନଜରର ରଖି ଏହି ପରିମାଣକୁ ବୃଦ୍ଧି କରି 40 ହଜାର କରାଯାଇଛି।

ଟଙ୍କା ମିଳିବ କି ନାହିଁ? ସେହି ଆଶା, ଆଶଙ୍କାରେ ହୃଦଘାତ ଓ ଆତ୍ମହତ୍ୟାରେ 4 ଜୀବନ ମଧ୍ୟ ଗଲାଣି। ଏହା ସହ ଜମାକର୍ତ୍ତା ରାସ୍ତାରେ ଧାରଣା ମଧ୍ୟ ଦେଉଛନ୍ତି। ଯେଉଁଥିପାଇଁ 15ଲକ୍ଷରୁ ଉର୍ଦ୍ଧ୍ବ ଜମାକର୍ତ୍ତା ଏବେ ଚିନ୍ତାରେ।

Intro:Body:

BHAKTI


Conclusion:

ABOUT THE AUTHOR

...view details