ଓଡିଶା

odisha

ଶିଶୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀକୁ ଆଜୀବନ କାରାଦଣ୍ଡ, ୩ ବର୍ଷ ପରେ ମିଳିଲା ନ୍ୟାୟ

By ETV Bharat Odisha Team

Published : Feb 6, 2024, 10:48 PM IST

Minor Rape Accused Sentenced To Lifetime Imprisonment: ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଥାନା ଅଞ୍ଚଳରେ ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି ରାୟ । ଦୋଷୀକୁ ଆଜୀବନ କାରାଦଣ୍ଡ ସାଙ୍ଗକୁ ୫୦ ହଜାର ଟଙ୍କା ଜୋରିମାନା । ଅଧିକ ପଢନ୍ତୁ

Etv Bharat
Etv Bharat

ଢେଙ୍କାନାଳ: ଶିଶୁକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତକୁ ମିଳିଛି ଦଣ୍ଡାଦେଶ । ନ୍ୟାୟ ମିଳିଛି ନିଷ୍ପାପ ଶିଶୁକୁ । ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଥାନା ଅଞ୍ଚଳରେ ଚକଲେଟ ଦେଇ ଶିଶୁକୁ ପ୍ରଥମେ ଅପହରଣ ଏବଂ ତାପରେ ଦୁଷ୍କର୍ମ ଓ ହତ୍ୟା ଘଟଣାର ରାୟ ଶୁଣାଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ସୂଚନା ଅନୁସାରେ ଗତ ୧୨ ନଭେମ୍ବର ୨୦୨୦ରେ କଙ୍କଡାହାଡ଼ ଥାନା ଅଞ୍ଚଳର ହାଟକୁ ଯାଇଥିବା ଏକ ୫ବର୍ଷର ଶିଶୁକୁ ଚକଲେଟ ଦେଇ ଡାକି ନେଇଥିଲ ଅଭିଯୁକ୍ତ ଶଙ୍କର୍ଷଣ ଦେହୁରୀ । ପରେ ଏକ ନିଛାଟିଆ ଜାଗାରେ ନିରୀହ ଶିଶୁଟିକୁ ଦୁଷ୍କର୍ମ କରିବା ସହିତ ତାକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ।

ଏହା ମଧ୍ୟ ପଢନ୍ତୁ ... ପରୀ ହତ୍ୟା ମାମଲାରେ ରାୟ, ଦୋଷୀକୁ ୨୦ ବର୍ଷ ଜେଲ୍‌

ଏହା ମଧ୍ୟ ପଢନ୍ତୁ ...ରାଉରକେଲାରେ ଲଜ୍ୟା, ପ୍ରେମ ବାହାନା କରି ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ମୃତ ଶିଶୁର ପରିବାରବର୍ଗ ଶିଶୁକୁ ଅନେକ ସ୍ଥାନରେ ଖୋଜାଖୋଜି କରିବା ସତ୍ତ୍ବେ ପାଇ ନଥିଲେ । ତେବେ ଅଭିଯୁକ୍ତ ଶଙ୍କର୍ଷଣକୁ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ ପରିବାରଲୋକ । ପୋଲିସ ଅନୁସନ୍ଧାନୀ କୁକୁର ଏବଂ ଫରେନ୍ସିକ ଟିମର ସାହାର୍ଯ୍ୟ ନେଇ ଶେଷରେ ଅଭିଯୁକ୍ତ ଶଙ୍କର୍ଷଣକୁ ଗିରଫ କରିଥିଲା ଓ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାଟି ସେହି ସମୟରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ଏହା ମଧ୍ୟ ପଢନ୍ତୁ ...ଆଇଆଇସିଙ୍କ ବିରୋଧରେ SIଙ୍କ ଦୁଷ୍କର୍ମ ଅଭିଯୋଗ: NHRCଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ


ସ୍ବତନ୍ତ୍ର ପୋକସୋ ଅଦାଲତରେ ଢେଙ୍କାନାଳ ଅଡିସିନାଲ ସେସନ୍ସ ଜଜ୍ ଏହି ମାମଲାର ବିଚାର କରି ଅଭିଯୁକ୍ତ ଶଙ୍କର୍ଷଣ ଦେହୁରୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଶଙ୍କର୍ଷଣକୁ ଆଜୀବନ କାରାଦଣ୍ଡ ସାଙ୍ଗକୁ ୫୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନଦେୟ ବାବଦକୁ ଅତିରିକ୍ତ ୬ ମାସ ଜେଲଦଣ୍ଡ ଆଦେଶ କରିଛନ୍ତି । ଦୋଷୀ ଶଙ୍କର୍ଷଣ ଘର କଙ୍କଡାହାଡ଼ ଥାନା କାଳିଆ ପାଣି ଦେହୁରୀ ସାହିରେ । ଆଜି ଏହାର ଚୂଡାନ୍ତ ରାୟ ପ୍ରକାଶ ପାଇଥିବାରୁ ମୃତ ଶିଶୁର ପରିବାର ଲୋକଙ୍କୁ ନ୍ୟାୟ ମିଳିଥିବାରୁ ସେମାନେ ଖୁସି ଅଛନ୍ତି । ଅଭିଯୁକ୍ତକୁ ଉଚିତ ଦଣ୍ଡ ମିଳିଥିବା କଥା ପରିବାର ଲୋକ କହିଛନ୍ତି l ସେହିପରି ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ଆସିଛି ରାୟ । ପ୍ରାୟ 4ବର୍ଷ ପରେ ମିଳିଛି ନ୍ୟାୟ । ଦୋଷୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ନୟାଗଡ଼ ସ୍ପେଶାଲ ଚିଲଡ୍ରେନ କୋର୍ଟ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details