ETV Bharat / state

ଆଇଆଇସିଙ୍କ ବିରୋଧରେ SIଙ୍କ ଦୁଷ୍କର୍ମ ଅଭିଯୋଗ: NHRCଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ

author img

By ETV Bharat Odisha Team

Published : Feb 4, 2024, 9:55 PM IST

Rape Allegation Against IIC: ଖାକିରେ କଳଙ୍କ । ଫିରିଙ୍ଗିଆ ଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ମହିଳା ଏସଆଇ ଆଣିଥିବା ଦୁଷ୍କର୍ମ ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Rape Allegation Against IIC
Rape Allegation Against IIC

Rape Allegation Against IIC

ଭୁବନେଶ୍ବର: ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗର ଫିଟିବ ଗୁମର । କନ୍ଧମାଳ ଫିରିଙ୍ଗିଆ ଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ସହକର୍ମୀ ମହିଳା ଏସଆଇ । ନ୍ୟାୟ ନମିଳିବାରୁ ମହିଳା ଏସଆଇ ଜଣକ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ଏବେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି । ଏନେଇ ତଦନ୍ତ ଜୋରଦାର କରାଯିବ ବୋଲି ପୋଲିସ ଡିଜିପି ସୂଚନା ଦେଇଛନ୍ତି ।


ସୂଚନା ଅନୁସାରେ, ଫିରିଙ୍ଗିଆ ଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟରତ ଜଣେ ମହିଳା ଏସଆଇ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଯାହା ପୋଲିସ ବିଭାଗ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମହିଳା ଏସଆଇଙ୍କ ଅଭିଯୋଗ ପରେ ପୋଲିସ ଏନେଇ ମାମଲା ରୁଜୁ କରିନଥିଲା। ହେଲେ ନ୍ୟାୟ ପାଇଁ ମହିଳା ଏସଆଇ ଜଣଙ୍କ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେବା ପରେ ଏବେ ଫିଟିଛି ଗୁମର । NHRC ଓ ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ କରାଯାଇଛି ।

ଏନେଇ ଡିଜିପି କହିଛନ୍ତି, "IPC ୩୭୬ ଆଧାରରେ ମାମଲା ରୁଜୁ ହୋଇଛି । ଆଇଆଇସିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିବାବେଳେ ମହିଳା ଡିଏସପି ଆରମ୍ଭ କରିଛନ୍ତି ତନାଘନା । DSP କଳ୍ପନା ସାହୁ ଟିମର ନେତୃତ୍ୱ ନେଇ ଏହାର ତଦନ୍ତ ଆରମ୍ଭ କରୁଛନ୍ତି । ଅନ୍ୟାନ୍ୟ ଯେଉଁ ସବୁ ଅଭିଯୋଗ ରହିଛି ସେନେଇ ବିଚାରବିମର୍ଶ ହୋଇଛି । ସେପଟେ ମାମଲାର ତଦନ୍ତ ପରେ ଆଇଆଇସିଙ୍କ ବିରୋଧରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ଏହା ମଧ୍ୟ ପଢନ୍ତୁ...ଖାକିରେ କଳଙ୍କ, ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିର୍ଦ୍ଧୁମ ଛେଚା ଖାଇଲେ ପୋଲିସ କନେଷ୍ଟବଳ

ସୂଚନା ମୁତାବକ, 2019 ମସିହାରେ ମହିଳା ଏସଆଇ ଜଣଙ୍କ ଗଞ୍ଜାମରେ କାର୍ଯ୍ୟରତ ଥିଲେ । ଉପରିସ୍ଥ ଅଫିସର ଭାବେ ଆଇଆଇସି ରମେଶ ପ୍ରଧାନ ମଧ୍ୟ ସେଠାରେ କାର୍ଯ୍ୟରତ ଥିଲେ । ତେବେ ଆଇଆଇସି ରମେଶ ତାଙ୍କ ସରକାରୀ କ୍ୱାର୍ଟରରେ ମହିଳା ଏସଆଇଙ୍କୁ ଦୁଷ୍କର୍ମ କରିଥିବା ନେଇ ମହିଳା ଏସଆଇ ଅଭିଯୋଗ ଆଣିଥିଲେ । ହେଲେ ଥାନାରେ ଅଭିଯୋଗ ଗ୍ରହଣ କରାଯାଇନଥିଲା । ଯାହା ପରେ ସେ ସବୁ ସ୍ତରରେ ମଧ୍ୟ ଉଦ୍ୟମ କରି ଫେଲ୍ ମାରିଥିଲେ । ଶେଷରେ ମହିଳା ଏସଆଇ ଜଣଙ୍କ ନ୍ୟାୟ ପାଇଁ NHRCର ଦ୍ବାରସ୍ଥ ହୋଇଥିଲେ । ବର୍ତ୍ତମାନ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଥିବାବେଳେ ନ୍ୟାୟ ଆଶାରେ ରହିଛନ୍ତି ପୀଡି଼ତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.