ETV Bharat / bharat

ଖାକିରେ କଳଙ୍କ, ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିର୍ଦ୍ଧୁମ ଛେଚା ଖାଇଲେ ପୋଲିସ କନେଷ୍ଟବଳ

author img

By

Published : Aug 18, 2023, 12:18 PM IST

Police constable rapes woman in Rajasthan
Police constable rapes woman in Rajasthan

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଖଟରେ ବାନ୍ଧି ପୋଲିସ କନେଷ୍ଟବଳଙ୍କୁ ମାଡ ମାରିଲେ ଗ୍ରାମବାସୀ ।

ଜୟପୁର: ଖାକିରେ ଲାଗିଲା କଳଙ୍କ, ରକ୍ଷକ ସାଜିଲା ଭକ୍ଷକ । ମହିଳାଙ୍କୁ ଦୁଷ୍କର୍ମ କଲେ ପୋଲିସ କନେଷ୍ଟବଳ । କନେଷ୍ଟବଳଙ୍କୁ ଖଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଲୋକେ । ଶେଷରେ ଚାକିରିରୁ ନିଲମ୍ବିତ ହେଲେ ପୋଲିସ କନେଷ୍ଟବଳ । ଏଭଳି ଘଟଣା ଘଟିଛି ରାଜସ୍ଥାନର ଦଉସା ଜିଲ୍ଲାରେ । କନେଷ୍ଟବଳ ଜଣଙ୍କ ହେଉଛନ୍ତି ମହେଶ କୁମାର ଗୁରଜର । ଗତ ଗୁରୁବାର ଦିନ ପୀଡିତ ମହିଳା ଏନେଇ ବାଜୱା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ବର୍ତ୍ତମାନ ସେ ଫେରାର ଥିବା ବେଳେ ପୋଲିସ ତାଙ୍କୁ ଖୋଜୁଛି । ଏଥି ସହ ବାସଓ୍ବା ଷ୍ଟେସନ ହାଉସ ଅଫିସରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ପୁଣି ଖାକିରେ କଳଙ୍କ: ସାବତ ଝିଅ, ଶାଳୀକୁ ଦୁଷ୍କର୍ମ ଅଭିଯୋଗ

ଗତ ମଙ୍ଗଳବାର ରାତିରେ ମହିଳା ଜଣଙ୍କ ଘରେ ଏକୁଟିଆ ଥିବାବେଳେ କନଷ୍ଟେବଳ ମହେଶ କୁମାର ଗୁରୁଜାର ତାଙ୍କ ନିକଟକୁ ଯାଇଥିଲେ । ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ସମୟରେ ମହିଲା ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସ କନେଷ୍ଟବଳଙ୍କୁ କାବୁ କରିଥିଲେ । ପରେ ଏକ ଖଟରେ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ । ଏନେଇ ଖବର ପାଇଁ ବାସଓ୍ବା ପୋଲିସ ଷ୍ଟେସନର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଗୁରୁଜାରଙ୍କୁ ଉଦ୍ଧାର କରିବା ସହ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲକୁ ନେଇଥିଲେ । ପରେ ପୋଲିସ ତାଙ୍କୁ ଛାଡି ଦେଇଥିଲା । ଗୁରୁବାର ଦିନ ପୀଡିତା ମହିଳା ଜଣକ ପୋଲିସ ନିକଟରେ ଦୁଷ୍କର୍ମ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ।

ମଙ୍ଗଳବାର ଏହି ଘଟଣା ବିଷୟରେ ବରିଷ୍ଠ ଅଧିକାରୀଙ୍କୁ ନ ଜଣାଇବାରୁ ବସୱା ପୋଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସରଙ୍କୁ ନିଲମ୍ବିତ କରାଯାଇଥିଲା । ଅନ୍ୟ ଏକ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିବା ଗୁରୁଜାରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ବର୍ତ୍ତମାନ ସେ ଫେରାର ଥିବା ପୋଲିସ ତାଙ୍କୁ ଖୋଜୁଛି ।

ଏହା ମଧ୍ୟ ପଢନ୍ତୁ-ଦୁଷ୍କର୍ମ ମାମଲାରେ ଜେଲରେ ଥିଲା, ଜେଲରୁ ଫେରି ପୁଣି ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଅଭିଯୁକ୍ତ

ଗତ ବର୍ଷ ବେଙ୍ଗାଲୁରୁରୁ ଏପରି ଏକ ଖବର ସାମ୍ନାକୁ ଆସିଥିଲା । ୧୩ ବର୍ଷର ନାବାଳିକା ଓ ପତ୍ନୀର ଭଉଣୀକୁ ଦୁଷ୍କର୍ମ କରିଥିଲେ କର୍ଣ୍ଣାଟକ ବେଙ୍ଗାଲୁରୁ ଜେ.ସି ନଗର ପୋଲିସ ଷ୍ଟେସନର ସବ୍‌ ଇନିସପେକ୍ଟର । ପୋଲିସ ଅଧିକାରୀଙ୍କ ଦ୍ବିତୀୟ ପତ୍ନୀ ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଅଭିଯୁକ୍ତ ପୋଲିସ ଅଧିକାରୀ ମହିଳାଙ୍କୁ ଅପ୍ରାକୃତିକ ଅବସ୍ଥାରେ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ମହିଳା ଜଣକ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.