ETV Bharat / bharat

ପୁଣି ଖାକିରେ କଳଙ୍କ: ସାବତ ଝିଅ, ଶାଳୀକୁ ଦୁଷ୍କର୍ମ ଅଭିଯୋଗ

author img

By

Published : Jun 7, 2022, 1:40 PM IST

ପୁଣି ଖାକିରେ କଳଙ୍କ: ସାବତ ଝିଅ, ଶାଳୀକୁ ପୋଲିସ ଅଧିକାରୀଙ୍କ ଦୁଷ୍କର୍ମ ଅଭିଯୋଗ
ପୁଣି ଖାକିରେ କଳଙ୍କ: ସାବତ ଝିଅ, ଶାଳୀକୁ ପୋଲିସ ଅଧିକାରୀଙ୍କ ଦୁଷ୍କର୍ମ ଅଭିଯୋଗ

କର୍ଣ୍ଣାଟକର ଜଣେ ପୋଲିସ ସବ୍‌ ଇନିସପେକ୍ଟରଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ । ସେ ନିଜ ୧୩ ବର୍ଷର ସାବତ ଝିଅ ଓ ପତ୍ନୀର ଭଉଣୀକୁ ଦୁଷ୍କର୍ମ କରିଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ପୁଣି ଖାକିରେ ଲାଗିଲା କଳଙ୍କ । ୧୩ ବର୍ଷର ନାବାଳିକା ଝିଅ ଓ ପତ୍ନୀର ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି କର୍ଣ୍ଣାଟକ ବେଙ୍ଗାଲୁରୁ ଜେ.ସି ନଗର ପୋଲିସ ଷ୍ଟେସନର ସବ୍‌ ଇନିସପେକ୍ଟରଙ୍କ ବିରୋଧରେ । ପୋଲିସ ଅଧିକାରୀଙ୍କ ଦ୍ବିତୀୟ ପତ୍ନୀ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଅଭିଯୁକ୍ତ ପୋଲିସ ଅଧିକାରୀ ମହିଳାଙ୍କୁ ଅପ୍ରାକୃତିକ ଅବସ୍ଥାରେ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି ।

ଅଭିଯୋଗ ଆଣିଥିବା ମହିଳା ଜଣକ ଅଭିଯୁକ୍ତ ସବ୍‌ ଇନିସପେକ୍ଟରଙ୍କୁ ନିଜ ପ୍ରଥମ ସ୍ବାମୀ ବିରୋଧରେ FIR ଦେବାକୁ ଆସିଥିବା ବେଳେ ଭେଟିଥିଲେ । ଏହି ସମୟରେ ଅଭିଯୁକ୍ତ ସବ୍‌ ଇନିସପେକ୍ଟର ସେଠାରେ ଉପସ୍ଥିତ ଥିଲେ । ଅଭିଯୁକ୍ତର ପ୍ରଥମ ପତ୍ନୀ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବେଳେ ସେ ନିଜ ପକ୍ଷ ରଖିବା ପାଇଁ ମହିଳା ପୋଲିସ ଷ୍ଟେସନକୁ ଆସିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ଏହାପରେ ଅଭିଯୁକ୍ତ ଇନସପେକ୍ଟର ଓ ତାଙ୍କ ଦ୍ବିତୀୟ ପତ୍ନୀ ନିଜ ନିଜର ପ୍ରଥମ ଜୀବନସାଥୀକୁ ଛାଡ଼ି ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରଥମ ଜୀବନସାଥୀକୁ ଛାଡ଼ପତ୍ର ଦେଇ ବିବାହ କରିଥିଲେ । ଦ୍ବିତୀୟ ପତ୍ନୀଙ୍କ ଅଭିଯୋଗ ଅନୁସାରେ ବିବାହ ପରେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା । ମାତ୍ର ସମୟ ଗଡ଼ିବା ସହିତ ତାଙ୍କ ମଧ୍ୟରେ ତିକ୍ତତା ଆସିଥିଲା । ଏହାସହିତ ସେ ସବ୍‌ ଇନିସପେକ୍ଟରଙ୍କ କଳା କାରନାମା ସମ୍ପର୍କରେ ଜାଣିବାକୁ ପାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.