ETV Bharat / state

ରାଉରକେଲାରେ ଲଜ୍ୟା, ପ୍ରେମ ବାହାନା କରି ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

author img

By ETV Bharat Odisha Team

Published : Feb 5, 2024, 10:02 PM IST

Rape Case: ଜଣେ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଶିକାର । ଅଭିଯୁକ୍ତ ଜଣକ ପ୍ରେମ ବାହାନା କରି ବାରମ୍ବାର ଦୁଷ୍କର୍ମ କରିବା ସହ ଗର୍ଭବତୀ କରିଥିବା ଡଣାପଡ଼ିଛି । ଆଜି ଅଭିଯୁକ୍ତ ପାସ୍କାଲ ଟପ୍ନୋକୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ରାଉରକେଲାରେ ଲଜ୍ୟା: ନାବାଳିକା ଭିନ୍ନକ୍ଷମକୁ ଦୁଷ୍କର୍ମ ସହ ଗର୍ଭବତୀ
ରାଉରକେଲାରେ ଲଜ୍ୟା: ନାବାଳିକା ଭିନ୍ନକ୍ଷମକୁ ଦୁଷ୍କର୍ମ ସହ ଗର୍ଭବତୀ

ରାଉରକେଲାରେ ଲଜ୍ୟା: ନାବାଳିକା ଭିନ୍ନକ୍ଷମକୁ ଦୁଷ୍କର୍ମ ସହ ଗର୍ଭବତୀ

ରାଉରକେଲା: ପ୍ରେମ ବାହାନା କରି ଭିନ୍ନକ୍ଷମ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ । ଏହି ଘଟଣାଟି ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ପାସ୍କାଲ ଟପ୍ନୋ (୨୭) । ଘର ବିଶ୍ରା ଥାନା ଅନ୍ତର୍ଗତ ଗୁଞ୍ଜର ଗାଁରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ପାସ୍କାଲ ଟପ୍ନୋ ଟାଙ୍ଗରପାଲ୍ଲୀ ଥାନା ଅନ୍ତର୍ଗତ ଅସୁରଛପଲ ଗାଁରେ ବିବାହ କରିଥିଲା । ବିବାହ ପରେ ପାସ୍କାଲ ଶ୍ବଶୁର ଘରକୁ ଯିବା ଆସିବାବେଳେ ଶ୍ବଶୁର ଘରେ କାମ କରୁଥିବା ଜଣେ ଭିନ୍ନକ୍ଷମ ୧୪ ବର୍ଷୀୟ ନାବାଳିକା ଉପରେ ଖରାପ ଦୃଷ୍ଟି ପଡିଥିଲା । ପୀଡ଼ିତ ନାବାଳିକାଙ୍କ ବାପାମାଆ, ଭଇଭଉଣୀ କେହି ନଥିବା ଜଣାପଡ଼ିଛି । ତେବେ ଏହାର ସୁଯୋଗ ନେଇ ଅଭିଯୁକ୍ତ ପାସ୍କାଲ ତା' ସହ ପ୍ରେମ ସମ୍ପର୍କ ବାହାନାରେ ବାରମ୍ବାର ଦୁଷ୍କର୍ମ କରିଥିଲା । ପରେ ସେ ଗର୍ଭବତୀ ହୋଇଥିଲା ।

ତେବେ ଏହି ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ନାବାଳିକାକୁ ଧମକ ମଧ୍ୟ ଦେଉଥିଲା । ଏନେଇ ନାବାଳିକା ଜଣଙ୍କ ଅଭିଯୁକ୍ତ ପାସ୍କାଲର ଶାଶୁ ଶ୍ବଶୁରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା । ତେବେ ପୋଲିସ କିମ୍ବା ଆଉ କାହାକୁ ନ ଜଣାଇବା ପାଇଁ ତାକୁ ପାସ୍କାଲ ଧମକଚମକ ଦେଉଥିଲା । ଫଳରେ ସେ ଭୟରେ କାହାକୁ କିଛି କହିନଥିଲା । ଏବେ ଭିନ୍ନକ୍ଷମ ଝିଅଟି ଗର୍ଭବତୀ ହୋଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ ......କଟକରେ ସ୍କୁଲରୁ ଫେରିବା ସମୟରେ ନାବାଳିକାକୁ ଦୁଷ୍କର୍ମ ! ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଅନ୍ୟପଟେ ଗତକାଲି ସେ ଭିନ୍ନକ୍ଷମ ସାର୍ଟିଫିକେଟ ଆବେଦନ କରିବା ପାଇଁ ମେଡ଼ିକାଲକୁ ଯାଇଥିଲେ ପୀଡ଼ିତା । ସେଠାରେ ଡାକ୍ତର ତାଙ୍କର ଅବସ୍ଥା ଦେଖି ପଚାରିଥିଲେ । କିନ୍ତୁ ନାବାଳିକା ଜଣକ ଭୟରେ କିଛି ଉତ୍ତର ଦେଇନଥିଲେ । ତେବେ ଚିକିତ୍ସା ପରେ ଜଣାପଡ଼ିଲା ଯେ ସେ ଗର୍ଭବତୀ ଅଛନ୍ତି । ଏହା ପରେ ସେ ତାଙ୍କ ସହ ହୋଇଥିବା ସମସ୍ତ ନିର୍ଯାତନା ବିଷୟରେ କହିଥିଲା । ଏହାପରେ ନାବାଳିକାଙ୍କ ପକ୍ଷରୁ ଟାଙ୍ଗରପାଲ୍ଲୀ ଥାନା ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଆଜି ଅଭିଯୁକ୍ତ ପାସ୍କାଲ ଟପ୍ନୋକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ଶିଶୁ ମଙ୍ଗଳ ଅଧିକାରୀ ସହ ଯୋଗାଯୋଗ କରାଯାଇଥିଲା । ସେ କହିଛନ୍ତି ଯେ ପୋଲିସ ଏବଂ ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଚାଲିଛି । କିଭଳି ଅଭିଯୁକ୍ତକୁ କଠିନ ଦଣ୍ଡ ଦିଆଯିବ ସେ ନେଇ ଚେଷ୍ଟା ଚାଲିଛି ।

ଇଟିଭି ଭାରତ , ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.