ଓଡିଶା

odisha

୩୨ ବର୍ଷରେ କେ.ଏଲ ରାହୁଲ, ଜ୍ୱାଇଁଙ୍କୁ ଏମିତି ଶୁଭେଚ୍ଛା ଜଣାଇଲେ ସୁନୀଲ ଶେଟ୍ଟୀ - Suniel Shetty Bday Wishes Kl Rahul

By ETV Bharat Odisha Team

Published : Apr 18, 2024, 11:33 AM IST

Kl Rahul Birthday: ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟର କେ.ଏଲ ରାହୁଲ । ଏହି ଅବସରରେ ଜ୍ୱାଇଁ ରାହୁଲଙ୍କୁ ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଶ୍ୱଶୁର ସୁନୀଲ ଶେଟ୍ଟୀ । ଅଧିକ ପଢନ୍ତୁ

୩୨ ବର୍ଷରେ କେ.ଏଲ ରାହୁଲ, ଜ୍ୱାଇଁଙ୍କୁ ଏପରି ୱିସ୍ ଜଣାଇଲେ ସୁନୀଲ ଶେଟ୍ଟୀ
୩୨ ବର୍ଷରେ କେ.ଏଲ ରାହୁଲ, ଜ୍ୱାଇଁଙ୍କୁ ଏପରି ୱିସ୍ ଜଣାଇଲେ ସୁନୀଲ ଶେଟ୍ଟୀ

ହାଇଦ୍ରାବାଦ: ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଆଜି ତାଙ୍କ ୩୨ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଜ୍ୱାଇଁ ରାହୁଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଶ୍ୱଶୁର ତଥା ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ । ସୋସିଆଲ ମିଡିଆରେ ଖୁବ ସୁନ୍ଦର ଫଟୋ ସେୟାର କରି ଖାସ୍ ନୋଟ୍ ସହ ରାହୁଲଙ୍କୁ ଶୁଭକାମନା ଜଣାଇଛନ୍ତି ସୁନୀଲ ।

ଗୁରୁବାର ସକାଳେ ସୁନୀଲ ଶେଟ୍ଟୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସୁନୀଲ ଶେଟ୍ଟୀ, ପୁଅ ଅହାନ ଏବଂ ଜ୍ୱାଇଁ ରାହୁଲଙ୍କୁ ଏକାଠି ଏକ ସୋଫାରେ ଆରାମ କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଅନେକ କହନ୍ତି ଯେ, ଆମ ଜୀବନରେ କ'ଣ ଅଛି, ତାହା ମୁଖ୍ୟ ନୁହେଁ କିଏ ଆମ ସହ ଅଛି ତାହା ମୁଖ୍ୟ ଅଟେ । ତୁମକୁ ନିଜ ସହ ପାଇ ମୁଁ ଧନ୍ୟ ମନେ କରୁଛି । କାରଣ ଏହା ଏକ ଏମିତି ବନ୍ଧନ ଯାହା ମୁଁ ବୁଝେଇ ପାରିବିନି । ହାପି ବର୍ଥ ଡେ ରାହୁଲ । ମୁଁ ତୁମକୁ ଭଲ ପାଏ ।''

ରାହୁଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଅହାନ ଶେଟ୍ଟୀ

ସେହିପରି ଅହାନ ଶେଟ୍ଟୀ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କେ.ଏଲ୍ ରାହୁଲଙ୍କ ସହ ଷ୍ଟାଇଲିସ୍ ଲୁକର ଫଟୋ ସେୟାର କରିଛନ୍ତି ଏବଂ କ୍ୟାପସନରେ ବ୍ଲାକ ହାର୍ଟ ଇମୋଜି ସହ 'ଶୁଭ ଜନ୍ମଦିନ ଭାଇ' ଲେଖିଛନ୍ତି । ଫଟୋରେ ଉଭୟ ଲାଇଟ ରଙ୍ଗର ଟି-ସାର୍ଟ ଏବଂ ବ୍ଲୁ ଡେନିମ ଜିନ୍ସରେ ଦେଖିବାକୁ ମିଳିଛି । ସୂଚନାଥାଉ କି, ୨୦୨୩ ବର୍ଷ ଜାନୁୟାରୀ ୨୩ ତାରିଖରେ ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପାରମ୍ପରିକ ରୀତିନୀତିରେ ଖଣ୍ଡଲା ସ୍ଥିତ ଫାର୍ମ ହାଉସରେ ପରିବାର, ସମ୍ପର୍କୀୟ ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:ସୁନୀଲ ଶେଟ୍ଟୀ ସେୟାର କଲେ ଏମିତି ଫଟୋ, କମେଣ୍ଟ ଦେଲେ ଝିଅ ଆଥିଆ

ସୁନୀଲ ଶେଟ୍ଟୀଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ ସୁନୀଲ ଶେଟ୍ଟୀଙ୍କ ପାଖରେ ଅନେକ ରୋମାଞ୍ଚକର ପ୍ରୋଜେକ୍ଟ ଅଛି । ନିର୍ଦ୍ଦେଶକ ସ୍ବରୂପ ରାଜ ମୈଦାରାର ଆଗାମୀ ପାରିବାରିକ ନାଟକ 'ଉଜ ଜା ନନେ ଦିଲ'ରେ ସେ ଗୌରବ କାମ୍ବଲେ ଏବଂ ସୁରେନ୍ଦ୍ର ପାଲଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ଏହାବ୍ୟତୀତ ତାଙ୍କୁ ଆଗାମୀ ଆକ୍ସନ୍ ଫିଲ୍ମ କୋଡ୍ ଏଆଇରେ ମଧ୍ୟ ଦେଖିବାକୁ ମିଳିବ। 'ହେରା ଫେରି' ,'ଆୱାରା ପାଗଲ ଦୀୱାନା ୨', 'ୱେଲକମ ଟୁ ଜଙ୍ଗଲ', 'ସୁଟଆଉଟ୍ ଏଟ ବାୟକୁଲା' ଭଳି ଫିଲ୍ମରେ ସେ ନଜର ଆସିବେ ।

ABOUT THE AUTHOR

...view details