ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଆଖି ବୁଜିଛନ୍ତି କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟ ଜଗଦୀଶ । ନିର୍ମାତା ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କର ମୃତ୍ୟୁ ଘଟିଛି । ରବିବାର ଦିନ ପୋଲିସ ଏବଂ ତାଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ, ନିର୍ମାତା ରବିବାର ସକାଳେ ବେଙ୍ଗାଲୁରୁର ମହାଲକ୍ଷ୍ମୀ ଲେଆଉଟରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପରେ ତାଙ୍କୁ ତୁରନ୍ତ ରାଜାଜୀନଗରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଜଗଦୀଶଙ୍କ ମୃତ୍ୟୁ ବିଷୟରେ ତାଙ୍କ ସାଙ୍ଗଙ୍କ ପ୍ରତିକ୍ରିୟା
ଜଗଦୀଶଙ୍କ ସାଙ୍ଗ ଶ୍ରେୟସ ଗଣମାଧ୍ୟମକୁ କହିଛନ୍ତି ଯେ, ଜଗଦୀଶ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କର ମୃତ୍ୟୁ ଘଟିଛି । ସେ ନିଜ ବାସଭବନରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ନିଶ୍ଚିତ କରିଛନ୍ତି । ସେ ଏପରି ଚରମ ନିଷ୍ପତ୍ତି କାହିଁକି ନେଲେ ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟବସାୟରେ କୌଣସି ଅସୁବିଧା ନଥିଲା । ମହାଲକ୍ଷ୍ମୀ ଲେଆଉଟ୍ ପୋଲିସ ଷ୍ଟେସନକୁ ମଧ୍ୟ ସୂଚନା ଦିଆଯାଇଛି । ପୋଷ୍ଟମର୍ଟମ ଏମଏସ ରମାୟା ହସ୍ପିଟାଲରେ କରାଯିବ ଶ୍ରେୟସ କହିଛନ୍ତି ।
ଜଗଦୀଶଙ୍କ ମୃତ୍ୟୁ ନେଇ ଡିସିପିଙ୍କ ପ୍ରତିକ୍ରିୟା