ETV Bharat / entertainment

Malayalam Actress Renjusha Menon Death: ସାଉଥ ସିନେମା ଜଗତକୁ ଝଟ୍‌କା, ଜୀବନ ହାରିଲେ ମାଲାୟାଲମ ଅଭିନେତ୍ରୀ

author img

By ETV Bharat Odisha Team

Published : Oct 30, 2023, 5:38 PM IST

ମାଲାୟାଲମ ଲୋକପ୍ରିୟ ଅଭିନେତ୍ରୀ ରେଞ୍ଜୁଶା ମେନନଙ୍କ ପରଲୋକ । ନିଜ ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ । ମୃତ୍ୟୁବେଳକଙ୍କୁ ତାଙ୍କ ମାତ୍ର ୩୫ବର୍ଷ ହୋଇଥିଲା । ଅଧିକ ପଢନ୍ତୁ,

ମାଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନଙ୍କ ଦେହାନ୍ତ, ଶୋଇବା ଘରୁ ମିଳିଲା ମୃତଦେହ
ମାଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନଙ୍କ ଦେହାନ୍ତ, ଶୋଇବା ଘରୁ ମିଳିଲା ମୃତଦେହ

ଥିରୁଅନନ୍ତପୁରମ୍: ସିନେ ଜଗତକୁ ପୁଣି ଝଟକା । ହଲିଉଡ ଅଭିନେତା ମାଥ୍ୟ ପେରିଙ୍କ ମୃତ୍ୟୁ ଖବରର ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣି ସାଉଥ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଜଣାଶୁଣା ମାଲାୟାଲମ୍ ଅଭିନେତ୍ରୀ ରେଞ୍ଜୁଶା ମେନନଙ୍କ ଦେହାନ୍ତ ହୋଇଛି । କେରଳର ଥିରୁଅନନ୍ତପୁରମର କରିୟମ୍ ସ୍ଥିତ ତାଙ୍କ ଫ୍ଲାଟରୁ ଅଭିନେତ୍ରୀଙ୍କ ମୃତଦେହ ମିଳିଥିବାର ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ତାଙ୍କ ଏପରି ଅଚାନକ ବିୟୋଗରେ ପରିବାର ସମେତ ସେଲିବ୍ରିଟି ଏବଂ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସୂଚନା ଅନୁସାରେ, ରେଞ୍ଜୁଶା ନିଜ ପରିବାର ସହ ଆପାର୍ଟମେଣ୍ଟରେ ରହିଆସୁଥିଲେ । ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଆଜି ଅର୍ଥାତ ଅକ୍ଟୋବର 30ରେ, ତାଙ୍କ ରୁମ ବହୁତ ସମୟ ଧରି ବନ୍ଦ ରହିବା ଫଳରେ ପରିବାର ଲୋକେ ସନ୍ଦେହ କରିଥିଲେ । କବାଟ ନଖୋଲିବାରୁ ପରିବାରଲୋକେ ଜବରଦସ୍ତି ରୁମର କବାଟ ଭାଙ୍ଗିଥିଲେ । ଏହି ସମୟରେ ପରିବାରଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ଶ୍ରୀକରିୟମ୍ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିନେତ୍ରୀଙ୍କ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣର ଯାଞ୍ଚ ଚଳାଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ହଲିଉଡ ଅଭିନେତା ମାଥ୍ୟୁ ପେରିଙ୍କ ଦେହାନ୍ତ, ବାଥଟବରୁ ମିଳିଲା ମୃତଦେହ

ମାଲାୟାଲମ୍ ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ ସିରିଏଲ୍ ରେ କାମ କରିବା ବ୍ୟତୀତ ସେ ଟେଲିଭିଜନ୍ ସିରିଏଲ୍ ରେ ଲାଇନ୍ ପ୍ରଡ୍ୟୁସର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସିରିଏଲ୍ ଏବଂ ସିନେମାରେ ପାଦ ଦେବା ପୂର୍ବରୁ ରେଞ୍ଜୁଶା ଟେଲିଭିଜନ୍ ଆଙ୍କର୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ଟିଭି ଶୋ ସ୍ତ୍ରୀରେ ଅଭିନୟ କରିଥିଲେ । ଯାହା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା । ଏହା ପରେ ସେ ନିଝାଲତାମ, ମାଗାଲୁଡି ଆମ୍ମା ଏବଂ ବାଲମୋନି ଭଳି ଟିଭି ସିରିଏଲରେ କାମ କରିଛନ୍ତି । ସେ ତାଙ୍କ କ୍ୟାରିଅର ମଧ୍ୟରେ ୨୦ଟି ଟିଭି ଶୋ'ରେ କାମ କରିଛନ୍ତି । ଏଥିସହ ସେ ସିଟି ଅଫ ଗଡ, ବମ୍ବେ ମାର୍ଚ୍ଚ ୧୨, ଲିସାମାୟୁଦି ଭେଦୁ ଏବଂ କାର୍ଯ୍ୟାସ୍ଥନ ଭଳି ଅନେକ ଫିଲ୍ମରେ ଅଭିନୟ କରି ଲୋକଙ୍କ ମନ ଜିତିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.