ଓଡିଶା

odisha

ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ବିଲ୍ଡିଂରେ ଲାଗିଲା ନିଆଁ

By ETV Bharat Odisha Team

Published : Mar 7, 2024, 7:03 AM IST

Fire In Jacqueline Fernandez Building: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମୁମ୍ବାଇର ବାନ୍ଦ୍ରା ସ୍ଥିତ ପାଲି ହିଲ ନବରୋଜ ହିଲରେ ଭୟାବହ ଅଗ୍ନିକାଣ୍ଡ । ବୁଧବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ବିଲ୍ଡିଂରେ ଲାଗିଲା ନିଆଁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ବିଲ୍ଡିଂରେ ଲାଗିଲା ନିଆଁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ । ଅଭିନେତ୍ରୀଙ୍କ ମୁମ୍ବାଇର ବାନ୍ଦ୍ରା ସ୍ଥିତ ପାଲି ହିଲର ନବରୋଜ ହିଲ ସୋସାଇଟିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ବୁଧବାର(ମାର୍ଚ୍ଚ ୬)ତାରିଖ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ବୁଧବାର(ମାର୍ଚ୍ଚ ୬)ତାରିଖ ରାତି ପ୍ରାୟ ୮ଟାରେ ଏହି ଅଗ୍ନିକାଣ୍ଡ ଘଟିଛି । ଜ୍ୟାକଲିନ ଏହି ସୋସାଇଟିର ୧୫ତମ ମହଲାରେ ରହୁଥିବା ବେଳେ ୧୩ତମ ମହଲାରେ ନିଆଁ ଲାଗିଥିଲା । ୧୩ତମ ମହଲାରୁ ରୋଷେଇ ଘରେ ଏହି ନିଆଁ ଲାଗିଥିବା ବେଳେ ଏହା ୧୪ତମ ମହଲା ଯାଏଁ ବ୍ୟାପିଥିଲା । ତେବେ ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ୪ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି ।

ସୂଚନା ଥାଉ କି, ଜ୍ୟାକଲିନ ୨୦୨୩ରେ ବାନ୍ଦ୍ରା ସ୍ଥିତ ପାଲି ହିଲର ନବରୋଜ ହିଲ ସୋସାଇଟିରେ ଏକ ପ୍ଲାଟ୍ କିଣିଥିଲେ । ଏଥିସହ ଏହି ବିଲ୍ଡିଂ ତଥା ଜ୍ୟାକଲିନଙ୍କ ପଡୋଶୀ ଭାବେ ଅନେକ ସେଲିବ୍ରିଟି ରହୁଥିବା ମଧ୍ୟ ଜଣାପଡିଛି । ସୈଫ ଅଲ୍ଲି ଖାନ, କରୀନା କପୁର, ରଣଭୀର କପୁର, ଆଲିଆ ଭଟ୍ଟ, ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ଭଳି ଅନେକ ସେଲିବ୍ରିଟି ରହୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଇଡି ଖୋଲିଲା ଗୁମର, ସୁକେଶଙ୍କ ମନି ଲଣ୍ଡରିଂ ସଂପର୍କରେ ଜାଣିଥିଲେ ଜ୍ୟାକଲିନ୍

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଖୁବ ଶୀଘ୍ର ଅକ୍ଷୟ କୁମାରଙ୍କ ସହ 'ୱେଲକମ୍ ଟୁ ଦ ଜଙ୍ଗଲ' ଫିଲ୍ମରେ ଦେଖିବାକୁ ମିଳିବ । ଅକ୍ଷୟ କୁମାର ଏବଂ ଜ୍ୟାକଲିନଙ୍କ ବ୍ୟତୀତ ଏହି ଫିଲ୍ମରେ ରବୀନା ଟଣ୍ଡନ, ଦିଶା ପାଟାନି, ଅର୍ଶଦ ୱର୍ସି, ଶ୍ରେୟସ ତଲପଡେ, ସଞ୍ଜୟ ଦତ୍ତ, ତୁଷାର କପୁର, ରାଜପାଲ ଯାଦବ, ପରେଶ ରାୱଲ, ସୁନୀଲ ଶେଟ୍ଟୀ ଏବଂ ଲାରା ଦତ୍ତାଙ୍କୁ ଏକାଠି ଦେଖିବାକୁ ମିଳିବ । ଏହା ବ୍ୟତୀତ ଅଭିନେତ୍ରୀ ନୋରା ଫତେହି ଫିଲ୍ମରେ ମଧ୍ୟ ନଜର ଆସିବେ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:ମଲ୍ଟି ଷ୍ଟାରର୍ ଫିଲ୍ମ 'ୱେଲକମ୍ ଟୁ ଦ ଜଙ୍ଗଲ' ର ସୁଟିଂ ଆରମ୍ଭ

ABOUT THE AUTHOR

...view details