ETV Bharat / entertainment

ଇଡି ଖୋଲିଲା ଗୁମର, ସୁକେଶଙ୍କ ମନି ଲଣ୍ଡରିଂ ସଂପର୍କରେ ଜାଣିଥିଲେ ଜ୍ୟାକଲିନ୍

author img

By ETV Bharat Odisha Team

Published : Feb 1, 2024, 10:24 AM IST

ଇଡି ଖୋଲିଲା ଗୁମର, ସୁକେଶଙ୍କ ଅପରାଧ ବିଷୟରେ ସବୁ ଜାଣିଥିଲେ ଜ୍ୟାକଲିନ
ଇଡି ଖୋଲିଲା ଗୁମର, ସୁକେଶଙ୍କ ଅପରାଧ ବିଷୟରେ ସବୁ ଜାଣିଥିଲେ ଜ୍ୟାକଲିନ

Jacqueline Fernandez: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ । ଦିଲ୍ଲୀ ହାଇକୋର୍ଟରେ ଇଡି ଦାବି କରିଛନ୍ତି ଯେ ଅଭିନେତ୍ରୀ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସମସ୍ତ ଅପରାଧ ଏବଂ ବେଆଇନ ଆୟ ବିଷୟରେ ଜାଣିଛନ୍ତି ଏବଂ ଏହାକୁ ଜାଣିଶୁଣି ବ୍ୟବହାର କରିଛନ୍ତି । ଅଧିକ ପଢ଼ନ୍ତୁ,

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । ସୁକେଶ ଚନ୍ଦ୍ରଶେକରଙ୍କ ମାମଲା ନେଇ ଇଡି ଦିଲ୍ଲୀ ହାଇକୋର୍ଟରେ ନିଜ ଯୁକ୍ତି ଉପସ୍ଥାପନ କରିଛି । ଇଡି ଦାବି କରିଛି ଯେ ୨୦୦ କୋଟି ମନିଂ ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧର ଆୟ ଏବଂ ବ୍ୟବହାରରେ ଜଡ଼ିତ ଥିଲେ ।

ସୂଚନା ଅନୁସାରେ, ଚନ୍ଦ୍ରଶେଖରଙ୍କ ସହ ଜଡିତ ଅର୍ଥ ହେରଫେର ମାମଲାରେ ଜ୍ୟାକଲିନଙ୍କ ବିରୋଧରେ ଇଡି ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ଏବଂ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌କୁ ରଦ୍ଦ କରିବାକୁ ଦାବି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥିସହ ଜ୍ୟାକଲିନ ସୁକେଶଙ୍କୁ ତାଙ୍କ ବିଷୟରେ କୌଣସି ଚିଠି, ବିବୃତ୍ତି କିମ୍ବା ବାର୍ତ୍ତା ପ୍ରଦାନ ନକରିବାକୁ ସେ ଦିଲ୍ଲୀ ପୋଲିସର ମାଣ୍ଡୋଲି ଜେଲ ଏବଂ ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW)କୁ ନିର୍ଦ୍ଦେଶ ମାଗିଥିଲେ । ଏହି ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବର୍ତ୍ତମାନ ଇଡିକୁ ନୋଟିସ୍ ଜାରି କରି ଜବାବ ମାଗିଥିଲେ । ଇଡି ବର୍ତ୍ତମାନ ଜବାବରେ ହାଇକୋର୍ଟରେ ଏହି ଯୁକ୍ତି ଉପସ୍ଥାପନ କରିଛି ।

ଇଡି ଦାବି କରିଛି ଯେ, ଫର୍ଣ୍ଣାଣ୍ଡିଜ ଚନ୍ଦ୍ରଶେଖରଙ୍କ ସହ ଆର୍ଥିକ କାରବାର ବିଷୟରେ କୌଣସି ସତ୍ୟ ପ୍ରକାଶ କରିନାହାନ୍ତି ଏବଂ ପ୍ରମାଣ ମିଳିବା ପର୍ଯ୍ୟନ୍ତ ସବୁବେଳେ ତଥ୍ୟ ଲୁଚାଇ ରଖିଛନ୍ତି । ସେ ଆଜି ପର୍ଯ୍ୟନ୍ତ ସତ୍ୟକୁ ଲୁଚାଇ ରଖିଛନ୍ତି । ଏହା ମଧ୍ୟ ସତ୍ୟ ଯେ ସୁକେଶ ଗିରଫ ହେବା ପରେ ଜ୍ୟାକଲିନ୍ ତାଙ୍କ ମୋବାଇଲ୍ ଫୋନରୁ ସମସ୍ତ ତଥ୍ୟ ଡିଲିଟ କରି ଦେଇଥିଲେ ଏବଂ ଏହା ଦ୍ବାରା ପ୍ରମାଣରେ ହେରଫେର ହୋଇଥିଲା । ପ୍ରମାଣ ନଷ୍ଟ କରିବାକୁ ସେ ତାଙ୍କ ସହଯୋଗୀଙ୍କୁ ମଧ୍ୟ କହିଥିଲେ ।

ଇଡି ଆହୁରି କହିଛି ଯେ ପ୍ରମାଣ ବିନା ସନ୍ଦେହରେ ପ୍ରମାଣିତ ହୋଇଛି ଯେ ସେ ଅପରାଧର ଆୟ ଉପଭୋଗ କରୁଛନ୍ତି, ବ୍ୟବହାର କରୁଛନ୍ତି । ତେଣୁ ଏହା ପ୍ରମାଣିତ ହୋଇଛି ଯେ ଫର୍ଣ୍ଣାଣ୍ଡିଜ ଜାଣିଶୁଣି ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କ ଅପରାଧର ଆୟ ବିଷୟରେ ସବୁ ଜାଣିଛନ୍ତି ଏବଂ ତାକୁ ଉପଭୋଗ କରିଛନ୍ତି । ଜଷ୍ଟିସ୍ ମନୋଜ କୁମାର ଏହି ମାମଲାର ଶୁଣାଣି କରିଥିଲେ । ଏହି ସମୟରେ ଫର୍ଣ୍ଣାଣ୍ଡିଜଙ୍କ ଓକିଲ ଇଡିଙ୍କ ଜବାବରେ ପ୍ରତିଉତ୍ତର ପାଇଁ ସମୟ ମାଗିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୫ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜେଲ ଭିତରୁ ଜ୍ୟାକଲିନଙ୍କୁ ଧମକ ଦେଉଛି ମହାଠକ ସୁକେଶ, ‘ଖୋଲିଦେବି ସବୁ ରାଜ୍‌’

ସୂଚନା ଥାଉ କି, ଡିସେମ୍ବର ୨୦୨୧ ରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ମନିଂ ଲଣ୍ଡରିଂ ମାମଲାରେ ଜ୍ୟାକଲିନ ସାମ୍ନାକୁ ଆସିଥିଲେ । ଏହା ପରେ ଜ୍ୟାକଲିନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଯାଞ୍ଚ କରି ଅଭିନେତ୍ରୀ ଏଥିରେ ଜଡିତ ଥିବା ନେଇ ଅନେକ ଥର ପଚରାଉଚରା କରାଯାଇଥିଲା ଯେଉଁଥିରେ ଜଣାପଡିଥିଲା ​​ଯେ ଜ୍ୟାକଲିନ ସୁକେଶଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ତାଙ୍କୁ ଜେଲରେ ଦେଖା କରୁଥିଲେ । ସୁକେଶ ତାଙ୍କୁ ଦାମୀ ଉପହାର ମଧ୍ୟ ଦେଉଥିଲେ । ଉଭୟଙ୍କ ଏକାଠି ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲା ବିଚାରାଧୀନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.