ETV Bharat / entertainment

ମଲ୍ଟି ଷ୍ଟାରର୍ ଫିଲ୍ମ 'ୱେଲକମ୍ ଟୁ ଦ ଜଙ୍ଗଲ' ର ସୁଟିଂ ଆରମ୍ଭ

author img

By ETV Bharat Odisha Team

Published : Dec 14, 2023, 9:20 AM IST

Welcome to The Jungle Shooting Begins: ଅକ୍ଷୟ କୁମାର ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ 'ୱେଲକମ୍ 3' ର ସେଟରୁ ଏକ ଭିଡିଓ ସେୟାର କରିଛନ୍ତି। ଖିଲାଡି କୁମାରଙ୍କ ସହ ଫିଲ୍ମର ଅନ୍ୟ କାଷ୍ଟ ମଧ୍ୟ ଏହି ଭିଡିଓରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

welcome to the jungle
welcome to the jungle

ମୁମ୍ବାଇ: ମଲ୍ଟି ଷ୍ଟାରର୍ ଫିଲ୍ମ 'ୱେଲକମ୍ 3'ର ଆରମ୍ଭ ହୋଇଯାଇଛି ସୁଟିଂ । ଏନେଇ ସୁଟିଂରେ ବ୍ୟସ୍ତ ଅଛନ୍ତି ଓଏମଜି-୨ର ଅଭିନେତା ଅକ୍ଷୟ କୁମାର । ଯାହାର ଏକ ଭିଡିଓ ଗତକାଲି ଖିଲାଡି କୁମାର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ଫିଲ୍ମର ନିର୍ମାତା ନିର୍ମାତା ଅକ୍ଷୟ କୁମାରଙ୍କ ଜନ୍ମଦିନରେ ଟିଜର ସହ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଥିଲେ ।

ତେବେ ଅକ୍ଷୟ କୁମାରଙ୍କ ଆଗାମୀ କମିକ୍ ଫିଲ୍ମ 'ୱେଲକମ୍ ଟୁ ଦି ଜଙ୍ଗଲ'ର ସୁଟିଂ ଆରମ୍ଭ ହୋଇଛି । ସେ ଫିଲ୍ମର ସେଟରୁ ଏକ ଭିଡିଓ ପୋଷ୍ଟ କରି ଫିଲ୍ମର ମଜାଳିଆ ମୁହୂର୍ତ୍ତର ଏକ ଝଲକ ଦେଖାଇଛନ୍ତି । ଭିଡିଓରେ ଲାଗୁଛି ଯେ ସମସ୍ତ ଚରିତ୍ର ଲାରା ଦତ୍ତାଙ୍କ ସହିତ ଏକ ଟ୍ରେନିଂ ଦୃଶ୍ୟ ସୁଟିଂ କରୁଛନ୍ତି । ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି "ୱେଲକମ୍ ଟୁ ଦ ଜଙ୍ଗଲ ପାଇଁ ଶୁଟିଂ ଆରମ୍ଭ କରିବା ମାତ୍ରେ ମଜା ଏବଂ ପାଗଳାମୀ ଆରମ୍ଭ ହେଲା । ମଜାଳିଆ ଏବଂ ପାଗଳାମୀ ଭଳି ସମସ୍ତ ଜିନିଷରେ ପରିପୂର୍ଣ୍ଣ ଏହି ରୋଲର୍ କୋଷ୍ଟର୍ ପାଇଁ ଆପଣଙ୍କର ଶୁଭେଚ୍ଛା ଆବଶ୍ୟକତା ରହିଛି ।"

ୱେଲକମ୍ ଟି ଦ ଜଙ୍ଗଲ ୱେଲକମ୍ ଫ୍ରାଞ୍ଚାଇଜର ତୃତୀୟ ସିକ୍ୱେଲ୍‌ ଅଟେ । ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଓ ଫିରୋଜ ଏ. ନାଡିୟାଡୱାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ରବୀନା ଟଣ୍ଡନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଦିଶା ପଟାନୀ, ସଞ୍ଜୟ ଦତ୍ତ, ସୁନୀଲ ଶେଟ୍ଟୀ, ଅର୍ଶଦ ବାରସୀ, ପରେଶ ରାୱଲ, ଜନି ଲିଭର, ରାଜପାଲ ଯାଦବ, ତୁଷାର କପୁର, ଶ୍ରେୟାସ ତାଲପଡେ, କୃଷ୍ଣ ଅଭିଷେକ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ କିକୁ ଶାରଦା, ଦଲେର ମେହଦୀ, ମିକା ସିଂ, ସୟାଜୀ ସିନ୍ଦେ, ମୁକେଶ ତିୱାରୀ, ଜାକିର ହୁସେନ୍, ଯଶପାଲ ଶର୍ମା ଏବଂ ବୃହୀ କୋଡୱାରା ମଧ୍ୟ ନଜର ଆସିବେ । ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ-Welcome 3: ଫିଲ୍ମରେ କାହିଁକି ଅଭିନୟ ସୁଯୋଗ ପାଇଲେନି, ମୁହଁ ଖୋଲିଲେ ନାନା ପାଟେକର

ଏହି ଫିଲ୍ମ ବ୍ୟତୀତ ଖିଲାଡି କୁମାର ତାମିଲ ଡ୍ରାମା 'ସୋରାରାଇ ପୋଟରୁ'ର ହିନ୍ଦୀ ରିମେକରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମଟି 16 ଫେବୃଆରୀ 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଅକ୍ଷୟଙ୍କ ପାଇପ୍‌ଲାଇନରେ 'ବଡେ ମିୟାଂ ଛୋଟେ ମିୟାଂ' ଏବଂ ଆଉ ଏକ କମେଡି ଫିଲ୍ମ 'ହାଉସଫୁଲ 5' ମଧ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.