ଓଡିଶା

odisha

ସବୁଠୁ ହାଲୁକା ବୁଲେଟପ୍ରୁଫ ଜ୍ୟାକେଟ ଆଣିଲା DRDO, ସ୍ନାଇପର ଗୁଳି ଭେଦିପାରିବନି - Bulletproof jacket

By ETV Bharat Odisha Team

Published : Apr 24, 2024, 10:51 AM IST

lightest bulletproof jacket
lightest bulletproof jacket

DRDO develops lightest bulletproof jacket: ଦେଶର ସବୁଠାରୁ ହାଲୁକା ବୁଲେଟ ପ୍ରୁଫ ଜ୍ୟାକେଟ ତିଆରି କଲା ଡିଆରଡିଓ । ଏହାକୁ TBRL ଚଣ୍ଡିଗଡ଼ରେ ସଫଳତାର ସହିତ ପରୀକ୍ଷଣ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ତେବେ ଜାଣନ୍ତୁ ଏହି ଜ୍ୟାକେଟରେ କଣ ରହିଛି ଖାସ୍

ଲକ୍ଷ୍ନୌ: ବଢିବ ପ୍ରତିରକ୍ଷାର ବଳ । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ଏକ ୟୁନିଟ ଦେଶର ସବୁଠାରୁ ହାଲୁକା ବୁଲେଟପ୍ରୁଫ ଜ୍ୟାକେଟ ବିକଶିତ କରିଛି । ଏହି ଜ୍ୟାକେଟ ସର୍ବୋଚ୍ଚ ବିପଦ ସ୍ତର 6 ଠାରୁ ସୁରକ୍ଷା ପ୍ରଦାନ କରିବ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏହା ସମ୍ପୁର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

ଦେଶର ସବୁଠାରୁ ହାଲୁକା ଜ୍ୟାକେଟ: ତେବେ ବୟାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, "ଏହି ଜ୍ୟାକେଟ ଡିଫେନ୍ସ ଏବଂ ଷ୍ଟାର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଆଷ୍ଟାବ୍ଲିସମେଣ୍ଟ କାନପୁର ପକ୍ଷରୁ ଏହାକୁ ବିକଶିତ କରାଯାଇଛି । 7.62 X 54 R API ଗୁଳିରୁ ସୁରକ୍ଷା ପାଇଁ ଦେଶର ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟକୁ ସଫଳତାର ସହିତ ବିକଶିତ କରାଯାଇଛି । ନିକଟରେ ଚଣ୍ଡିଗଡରେ ବୁଲେଟପ୍ରୁଫ ଜ୍ୟାକେଟର ପରୀକ୍ଷଣ ଟିବିଆରଏଲ ପକ୍ଷରୁ କରାଯାଇଥିଲା । ଏହି ଜ୍ୟାକେଟର ଦ ଫ୍ରଣ୍ଟ ହାର୍ଡ ଆରମୋର ପ୍ୟାନେଲ(HAP) 7.62 X 54 R API ଗୁଳିରୁ ସୁରକ୍ଷା ଯୋଗାଇବ ।"

ଏହା ମଧ୍ୟ ପଢନ୍ତୁ: 250 କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ବାଲାଷ୍ଟିକ ମିଶାଇଲର ସଫଳ ପରୀକ୍ଷଣ - Crystal Maze 2

ବିବୃତ୍ତି ଅନୁସାରେ, ରଗୋନୋମିକ୍ ଡିଜାଇନ୍ ହୋଇଥିବା ଫ୍ରଣ୍ଟ HAP ପଲିମର ବ୍ୟାକିଂ ସହିତ ଏକ ମୋନୋଲିଥିକ୍ ସେରାମିକ୍ ପ୍ଲେଟରେ ନିର୍ମିତ ହୋଇଛି । ଏହା ଅପରେସନ୍ ସମୟରେ ପିନ୍ଧିବା ବେଳେ ଆରାମ ଲାଗିବ । ବୁଲେଟପ୍ରୁଫ୍ ଜ୍ୟାକେଟର ସଫଳ ବିକାଶ ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DMSRDE କୁ ଶୁଭେଚ୍ଛା ଜଣାଇଛନ୍ତି । ଜ୍ୟାକେଟର ଇନ-କଞ୍ଜକ୍ସନ ଏବଂ ଷ୍ଟାଣ୍ଡାଲୋନ୍ ଡିଜାଇନ୍ ସୈନ୍ୟମାନଙ୍କୁ ବିଭିନ୍ନ ପ୍ରକାର ଗୁଳିରୁ ସୁରକ୍ଷା ପ୍ରଦାନ କରିବ । ଆଇସିଡବ୍ଲୁ ହାର୍ଡ ଆର୍ମର୍ ପ୍ୟାନେଲ୍ (HAP) ଏବଂ ଜ୍ୟାକେଟର ଷ୍ଟାଣ୍ଡାଲୋନ୍ HAPର ଘନତ୍ବ 40 kg/m2 ଏବଂ 43 kg/m2 ରୁ କମ୍ ରଖାଯାଇଛି ।

ପ୍ରକାଶଥାଉକି, ମଙ୍ଗଳବାର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)କୁ ଦୁଇଟି ସଫଳତା ମିଳିଛି ।250 କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ବାଲାଷ୍ଟିକ ମିଶାଇଲର ସଫଳ ପରୀକ୍ଷଣ ହୋଇଛି। ଏହି ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିଶାଇଲର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଥିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭାରତୀୟ ବାୟୁସେନା ଦ୍ବାରା ପରୀକ୍ଷିତ ଏହି କ୍ଷେପଣାସ୍ତ୍ର ହେଉଛି ଇସ୍ରାଏଲର ଅରିଜିନ କ୍ରିଷ୍ଟାଲ ମେଜ 2 (CRYSTAL MAZE 2 ) ବାଲାଷ୍ଟିକ ମିଶାଇଲ ଅଟେ । ଏହା ROCKS ନାମରେ ମଧ୍ୟ ପରିଚିତ ।

ABOUT THE AUTHOR

...view details