ଓଡିଶା

odisha

କୁନି ଝିଅର କମାଲ: ଆଖିରେ ପଟିବାନ୍ଧି ଖେଳିଲା ସ୍କେଟିଂ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲା ସ୍ଥାନ

By ETV Bharat Odisha Team

Published : Mar 1, 2024, 12:03 PM IST

Updated : Mar 1, 2024, 12:37 PM IST

ବରଦା ପରମାର
ବରଦା ପରମାର

The India Book Of Records by 6 Year Old Girl: ଆଖିରେ ପଟି ବାନ୍ଧି ସ୍କେଟିଂରେ ଇଣ୍ଡିଆ ବୁକ ଅଫ୍‌ ୱାର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ରାଜକୋଟର 6 ବର୍ଷର କୁନି ଝିଅ ବରଦା ପରମାର । ଅଧିକ ପଢ଼ନ୍ତୁ,

ଗାନ୍ଧୀନଗର: ଆଖି ବନ୍ଦ କରିଦେଲା ସାରା ଦୁନିଆ ଆମକୁ ଅନ୍ଧାର ଦେଖାଯାଏ । ଆଖି ବିନା କୌଣସି କାର୍ଯ୍ୟ କରିବା ଅସମ୍ଭବ ହୋଇ ପଡ଼େ । ଏଭଳି ପରିସ୍ଥିତରେ ମାତ୍ର 6 ବର୍ଷର ଜଣେ ଝିଅ ଆଖିରେ ପଟି ବାନ୍ଧି ସ୍କେଟିଂ ଖେଳି ଇଣ୍ଡିଆ ବୁକ ଅଫ୍‌ ୱାର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଗୁଜୁରାଟ ରାଜକୋଟର ଏହି 6 ବର୍ଷର କୁନି ଝିଅ ବରଦା ପରମାର ଆଖିରେ ପଟି ବାନ୍ଧି 45 ମିନିଟ 5 ସେକେଣ୍ଡ ପର୍ଯ୍ୟନ୍ତ ସ୍କେଟିଂ ଖେଳି ଏତେ କମ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଯାହାକୁ ନେଇ ବରଦାଙ୍କ ପରିବାରରେ ଖୁସିର ମାହୋଲ ଖେଳିଯାଇଛି ।

ଗୁଜୁରାଟ ରାଜକୋଟର 6 ବର୍ଷିୟା ବାଳିକା ବରଦା ପରମାର ଆଖିରେ ପଟି ବାନ୍ଧି 45 ମିନିଟ 5 ସେକେଣ୍ଡ ସମୟ ସ୍କେଟିଂ ଖେଳି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଏନେଇ ବରଦା ପରମାରଙ୍କ ମାଆ ଗାୟତ୍ରୀ ପରମାର କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ବରଦାର ଇଚ୍ଛା ଥିବା ନେଇ ମୋତେ ଜଣାଇଥିଲା । ଯାହାକୁ ନେଇ ମୁଁ ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କୁ ଭେଟନ୍ତି ନାହିଁ ବୋଲି କହିଥିଲି । ଯଦି କିଛି ନିଆରା କାର୍ଯ୍ୟ କରି ଦେଖାଇବ ତେବେ ପ୍ରଧାନମନ୍ତ୍ରୀ ତୁମକୁ ଦେଖା କରିବେ ବୋଲି ମୁଁ ବରଦାଙ୍କୁ କହିଥିଲି । ପରେ ବରଦାଙ୍କୁ ସ୍କେଟିଂ କ୍ଲାସରେ ପ୍ରଶିକ୍ଷଣ ପାଇଁ ଭର୍ତ୍ତି କରାଇଥିଲୁ । ବର୍ତ୍ତମାନ ବରଦାଙ୍କ ବୟସ 6 ବର୍ଷ । ବରଦା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଯେତେବେଳେ ଆମେମାନେ ଗୋଟିଏ ଜାଗାରେ 10 ମିନିଟ ଆଖି ବନ୍ଦ କରି ବସିପାରୁନାହୁଁ, ସେଠାରେ ବରଦା ଆଖିରେ ପଟି ବାନ୍ଧି 45 ମିନିଟ 5 ସେକେଣ୍ଡ ପର୍ଯ୍ୟନ୍ତ ସ୍କେଟିଂ ଖେଳିଛନ୍ତି । ବର୍ତ୍ତମାନ ବରଦା ଗିନିଜ ବୁକ ଅଫ୍‌ ୱାର୍ଡ ରେକର୍ଡ ପାଇଁ ପ୍ରସ୍ତୁତ ହେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ ପାଇଁ ବ୍ରହ୍ମପୁର ସ୍କେଟରଙ୍କ ଚେନ୍ନାଇ ଯାତ୍ରା

ବରଦାଙ୍କ ମାଆ ଗାୟତ୍ରୀ ପରମାର ଏହା ମଧ୍ୟ କହିଛନ୍ତି, "କ୍ବଚିତ ପିଲା ଏତେ କମ୍‌ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଥାନ୍ତି । ବରଦା ନିଜର କଠିନ ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଛନ୍ତି । ମୁଁ ଜଣେ ମାଆ ଭାବରେ ବରଦାଙ୍କ ମାଗଦର୍ଶନ କରିଛି । ଏହାସହ ବରଦାଙ୍କ ଆବଶ୍ୟକତା ଅନୁସାରେ, ସମସ୍ତ ସୁବିଧା ବରଦାଙ୍କୁ ଦେଉଛୁ । ବରଦା ଗିନିଜ ବୁକ ଅଫ୍‌ ୱାର୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ପ୍ରତିଦିନ 2 ଘଣ୍ଟା ସ୍କେଟିଂ ଅଭ୍ୟାସ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ବରଦାଙ୍କ ସ୍ବପ୍ନ ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 1, 2024, 12:37 PM IST

ABOUT THE AUTHOR

...view details