ETV Bharat / bharat

ଆପତ୍ତିଜନକ ପୋଷ୍ଟ ପାଇଁ ଜେପି ନଡ୍ଡା ଓ ଅମିତ ମାଲବୀୟଙ୍କୁ ସମନ - Code Of Conduct Violation

author img

By ETV Bharat Odisha Team

Published : May 9, 2024, 7:08 AM IST

Social Media Post Controversy
Social Media Post Controversy (ETV Bharat Odisha)

Social Media Post Controversy: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟଙ୍କୁ ସମନ ଜାରି ହୋଇଛି । ଜାଣନ୍ତୁ କାରଣ

ବେଙ୍ଗାଲୁରୁ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମନ ଜାରି କଲା କର୍ଣ୍ଣାଟକ ପୋଲିସ । ଏହାସହ ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟଙ୍କୁ ମଧ୍ୟ ସମନ ଜାରି ହୋଇଛି । ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏହି ସମନ କରାଯାଇଥିବା ଜଣାପଡ଼ିଛି । ଅନୁସୂଚୀତ ଜାତି, ଜନଜାତି ସମ୍ପ୍ରଦାୟର ସଦସ୍ୟଙ୍କୁ ଭୟଭୀତ କରି ଏକ ନିର୍ଦ୍ଧିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ନଦେବା ପାଇଁ ଏମାନେ ପ୍ରବର୍ତ୍ତାଇବା ଅଭିଯୋଗରେ ଏଭଳି ସମନ ହୋଇଛି ।

ସେମାନଙ୍କୁ ସପ୍ତାହେ ମଧ୍ୟରେ ହାଇ ଗ୍ରାଉଣ୍ଡ ପୋଲିସ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଣ୍ଣାଟକ ରାଜ୍ୟ ବିଜେପି ମୁଖପାତ୍ର ବି ୱାଇ ବିଜୟେନ୍ଦ୍ରଙ୍କ ଏକ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏନେଇ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ୫ ତାରିଖରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଥିଲା କଂଗ୍ରେସ । ଅଭିଯୋଗପତ୍ରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆଇଟି ସେଲ ମୁଖ୍ୟ ମାଲବୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା ।

ଏହା ବି ପଢନ୍ତୁ...ପ୍ରବାସୀ ଭାରତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ସାମ ପିଟ୍ରୋଡାଙ୍କ ଇସ୍ତଫା - Sam Pitroda Resigns

ଏହା ବି ପଢନ୍ତୁ...ବଢିଲା ବିଧାୟକ ଏଚଡି ରେବନ୍ନାଙ୍କ ଅଡୁଆ, ମେ ୧୪ ଯାଏଁ ନ୍ୟାୟିକ ହେପାଜତରେ ରହିବେ - Sexual Assault Case

ନିର୍ବାଚନ ଆୟୋଗଙ୍କ ନିକଟରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (KPCC) କରିଥିବା ଅଭିଯୋଗରେ ଦର୍ଶାଇଥିଲା ଯେ, କର୍ଣ୍ଣାଟକ ବିଜେପିର ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ହ୍ୟାଣ୍ଡେଲରେ ଆପତ୍ତିଜନକ ପୋଷ୍ଟ ହୋଇଛି । ଯେଉଁଥିପାଇଁ ନଡ୍ଡା ଓ ମାଲବୀୟଙ୍କୁ ଦାୟୀ କରିଥିଲା ପ୍ରଦେଶ କଂଗ୍ରେସ । ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆନିମେଟେଡ୍ ଭିଡିଓକୁ ନେଇ ଆପତ୍ତି ଉଠାଇଥିଲା କଂଗ୍ରେସ । ଏପରିକି ଏହି କ୍ଲିପରେ ଅନୁସୂଚୀତ ଜାତି, ଜନଜାତି ସମ୍ପ୍ରଦାୟଙ୍କୁ ଏକ ବସା ମଧ୍ୟରେ ଅଣ୍ଡା ଭାବରେ ଚିତ୍ରଣ କରାଯାଇଥିଲା । ନିକଟରେ ଥିବା ଏକ ବଡ଼ ଅଣ୍ଡା ଆକୃତିରେ ମୁସଲମାନ ଲେଖାଯାଇ ରାହୁଲ ଗାନ୍ଧୀଙ୍କୁ ଇଙ୍ଗିତ କରାଯାଇଥିବା ନେଇ ଅଭିଯୋଗ ଆଣିଥିଲା ଦଳ । ଫଳସ୍ବରୂପ ଅଭିଯୋଗ ଆଧାରରେ ଜେପି ନଡ୍ଡାଙ୍କ ସମେତ ଅମିତ ମାଲବୀୟଙ୍କୁ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ସମନ ଜାରି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.