ETV Bharat / bharat

ଜୀବନ ନେଲା ପାଇଖାନା ଟାଙ୍କି, ଶ୍ବାସରୁଦ୍ଧ ହୋଇ 4 ମୃତ - CHANDAULI SAFETY TANK TRAGEDY

author img

By ETV Bharat Odisha Team

Published : May 9, 2024, 12:43 PM IST

Chandauli Safety Tank Accident
Chandauli Safety Tank Accident (ETV Bharat Odisha)

Chandauli Safety Tank Accident: ଉତ୍ତରପ୍ରଦେଶରେ ଅଘଟଣ । ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ 4 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଅଘଟଣ । ଶ୍ବାସରୁଦ୍ଧ ହୋଇ ଚାଲିଗଲା 4 ଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ଚାନ୍ଦୌଲି ଜିଲ୍ଲା ନୂଆମହଲ ଅଞ୍ଚଳରେ । ମୃତକଙ୍କ ମଧ୍ୟରେ 3 ଜଣ ଶ୍ରମିକ ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାରୁ 4 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ରାଜସ୍ଥାନରେ ଅଘଟଣ: ସେଫ୍ଟିକ ଟାଙ୍କି ସଫାବେଳେ ଶ୍ବାସରୁଦ୍ଧ ହୋଇ ୪ଶ୍ରମିକ ମୃତ

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପାଇଖାନା ଟାଙ୍କି ସଫା କରିବାକୁ ତିନି ଜଣ ଶ୍ରମିକ ଟାଙ୍କି ମଧ୍ୟକୁ ପ୍ରବେଶ କରିଥିଲେ । ବିଷାକ୍ତ ଗ୍ୟାସ ଯୋଗୁଁ ନିଶ୍ୱାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ତିନି ଜଣ ଶ୍ରମିକ ଚେତାଶୂନ୍ୟ ହୋଇପଡିଥିଲେ । ସେମାନଙ୍କୁ ବଞ୍ଚାଇବାକୁ ସେଠାକାର ଜମିଦାରଙ୍କ ପୁଅ ଟାଙ୍କି ମଧ୍ୟକୁ ପ୍ରବେଶ କରିଥିଲେ । କିନ୍ତୁ ସେ ମଧ୍ୟ ଚେତାଶୂନ୍ୟ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ଚାରି ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ସ୍କୁଲରେ ଶୌଚାଳୟ ଟାଙ୍କି ସଫା କଲେ ଛାତ୍ର, ପ୍ରିନ୍ସିପାଲଙ୍କ ସମେତ ୪ ନିଲମ୍ବିତ

ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ବିରଜ ପାଣ୍ଡେ କହିଛନ୍ତି ଯେ, ଭରତ ଜୟସ୍ୱାଲ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପାଇଖାନା ଟାଙ୍କି ସଫେଇ କାର୍ଯ୍ୟ ଚାଲିଥିଲା । ଶ୍ବାସରୁଦ୍ଧ ହେବାରୁ ଏଥିରେ ତିନିଜଣ ଶ୍ରମିକ ଏବଂ ଘର ମାଲିକଙ୍କ ପୁଅର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରୁ 4 ଲକ୍ଷ ଲେଖାଏଁ ସହାୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି । ଖୁବଶୀଘ୍ର ଘଟଣାସ୍ଥଳରେ ସରକାରୀ ଅଧିକାରୀ ପହଞ୍ଚି ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଶ୍ରମିକ ବିନୋଦ ରାୱତ, କୁନ୍ଦନ ଏବଂ ଲୋହା ସଫେଇ ପାଇଁ 12 ଫୁଟ ଗଭୀର ପାଇଖାନା ଟାଙ୍କିରେ ପ୍ରବେଶ କରିଥିଲେ । କିଛି ସମୟ ପରେ ବିଷାକ୍ତ ଗ୍ୟାସ ଯୋଗୁଁ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ସମସ୍ତେ ଚେତାଶୂନ୍ୟ ହୋଇପଡିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.