ETV Bharat / state

ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ ପାଇଁ ବ୍ରହ୍ମପୁର ସ୍କେଟରଙ୍କ ଚେନ୍ନାଇ ଯାତ୍ରା

author img

By ETV Bharat Odisha Team

Published : Dec 13, 2023, 9:14 AM IST

ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ
ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ

National Roller Skating Championship: ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପରେ ଭାଗ ନେବା ପାଇଁ ବ୍ରହ୍ମପୁରର ପାଞ୍ଚ ଜଣିଆ ସ୍କେଟରଙ୍କ ଚେନ୍ନାଇ ଯାତ୍ରା । ଅଧିକ ପଢନ୍ତୁ

ବ୍ରହ୍ମପୁର: ୬୧ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗିତା ଚଳିତ ମାସ ୧୫ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ଚେନ୍ନାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବ୍ରହ୍ମପୁରରୁ ପାଞ୍ଚ ଜଣିଆ ସ୍କେଟର ଚେନ୍ନାଇ ଯାତ୍ରା କରିଛନ୍ତି । ସେମାନେ ହେଲେ ଆଶୁତୋଷ ପାଢୀ, ଆଶୁତୋଷ ମହାପାତ୍ର, ପ୍ରତ୍ୟୁଷ କୁମାର ଶବର, ସ୍ପନ୍ଦନ କୁମାର ନାୟକ, ଆର୍ୟେଶ ମହାପାତ୍ର ଓ ପ୍ରଜକ୍ତା ଶବର । ମଙ୍ଗଳବାର ଦିନ ଏହି ଖେଳାଳିମାନେ ବ୍ରହ୍ମପୁରରୁ ଟ୍ରେନ ଯୋଗେ ଚେନ୍ନାଇ ଯାଇଛନ୍ତି । ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ (RSFI) ପକ୍ଷରୁ ଆୟୋଜିତ ଉକ୍ତ ଜାତୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍କେଟରମାନେ ଅଂଶ ଗ୍ରହଣ କରିବେ ।

ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପରେ ଅଂଶଗ୍ରହଣ ପାଇଁ ଗତ ଅକ୍ଟୋବର ମାସ ୨୪ ଓ ୨୫ ତାରିଖରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଏକ ସ୍ବତନ୍ତ୍ର ପ୍ରତିଯୋଗିତା ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁରର ୫ ଜଣ ବାଳକ ଓ ଜଣେ ବାଳିକା ଆଶୁତୋଷ ପାଢୀ, ଆଶୁତୋଷ ମହାପାତ୍ର, ପ୍ରତ୍ୟୁଷ କୁମାର ଶବର, ସ୍ପନ୍ଦନ କୁମାର ନାୟକ, ଆର୍ୟେଶ ମହାପାତ୍ର ଓ ପ୍ରଜକ୍ତା ଶବର ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ ହୋଇଥିଲେ । ଏହାପରେ ସେମାନେ ବ୍ରହ୍ମପୁର ସହର ସ୍ଥିତ ସିଲ୍କି ରୋଲର ସ୍କେଟିଂ ଏକାଡେମୀରେ ନିଜର ଅଭ୍ୟାସ ଜାରି ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ: BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌; ସିଲ୍‌ଭର ସିଟିରେ ଲଢ଼ିବେ ୩୦ ଦେଶର ୩୦୦ ଖେଳାଳି

ଏହା ମଧ୍ୟ ପଢନ୍ତୁ: ଭାରତ ବିପକ୍ଷ ଟେଷ୍ଟ ଲାଗି ଦଳ ଘୋଷଣା କଲା ଇଂଲଣ୍ଡ; ବଟଲର୍‌ ଆଉଟ୍‌, ଷ୍ଟୋକ୍ସ କ୍ୟାପ୍ଟେନ୍‌

ଏକାଡେମୀର କୋଚ୍ ଗୌତମ ଗୌଡ଼ ଓ ଏକାଡେମୀର ପରିଚାଳକ ଶ୍ରୀମନ୍ତ ପାଢୀଙ୍କ ତତ୍ତ୍ବାବଧାନରେ ଏହି ୫ ଜଣ ଖେଳାଳି ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ପାଇଥିବା ବେଳେ ଉତ୍ତମ ପ୍ରଦର୍ଶନ ଓ ସଫଳତା ପାଇବେ ବୋଲି ଉଭୟ ଖେଳାଳି ଓ ଏକାଡେମୀ ଆଶା ରଖିଛନ୍ତି । ମଙ୍ଗଳବାର ଦିନ ଟ୍ରେନ ଯୋଗେ ଏହି ଖେଳାଳିମାନେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନରେ ବହୁ ସ୍କେଟିଂ ଖେଳାଳି ଓ ଅଭିଭାବକମାନେ ସ୍କେଟରମାନଙ୍କୁ ଉତ୍ତମ ପ୍ରଦର୍ଶନ କରିବା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.