ETV Bharat / bharat

ସମୂହ ଛୁଟିରେ ଯାଇଥିଲେ ଏୟାର ଇଣ୍ଡିଆ କର୍ମଚାରୀ, ଚାକିରିରୁ ବିଦା କଲା କମ୍ପାନୀ - Air India Express

author img

By ETV Bharat Odisha Team

Published : May 9, 2024, 10:27 AM IST

Updated : May 9, 2024, 12:26 PM IST

Air India Express
Air India Express (ETV Bharat)

Air India Express: କେବିନ କ୍ରୁ ମେମ୍ବରଙ୍କୁ ଚାକିରିରୁ ବିଦା କଲା ଏୟାର ଇଣ୍ଡିଆ । ଏହି କାରଣ କହିଲା କମ୍ପାନୀ

ହାଇଦ୍ରାବାଦ: ମହଙ୍ଗା ପଡିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀଙ୍କ ସମୂହ ଛୁଟି । କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏୟାରଲାଇନ୍ସ । ଛୁଟିରେ ଥିବା କ୍ରୁ ମେମ୍ବରଙ୍କୁ ଚାକିରିରୁ ବିଦା କଲା କମ୍ପାନୀ । 25 ଜଣ କ୍ରୁ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି । ଏୟାରଲାଇନ୍ସ ସୂତ୍ରରୁ ଜଣାପଡିଛି ଯେ, ଯେଉଁମାନଙ୍କୁ ଚାକିରିରୁ ବିଦା କରାଯାଇଛି ସେମାନେ ଡ୍ୟୁଟିକୁ ଆସିନଥିଲେ ଏବଂ ସେମାନଙ୍କର ବ୍ୟବହାର ମଧ୍ୟ ଠିକ ନଥିଲା ।

ସୂଚନାଥାଉ କି, ଗୋଟିଏ ଦିନରେ ବହୁ କର୍ମଚାରୀ ସମୂହ ଛୁଟିରେ ଚାଲି ଯାଇଥିଲେ । ଫଳରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ବାତିଲ କରିବାକୁ ପଡିଥିଲା । ଏହି କାରଣରୁ ବିମାନ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । କର୍ମଚାରୀଙ୍କ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ କମ୍ପାନୀ ଖୁବଶୀଘ୍ର ଏକ ବଡ ବୟାନ ଜାରି କରିପାରେ ।

ମ୍ୟାନେଜମ୍ୟାଣ୍ଟ ସଠିକ ନଥିବା ଅଭିଯୋଗ କରିଥିଲେ କ୍ରୁ ମେମ୍ବର: ସୂଚନା ଅନୁସାରେ, ପରିଚାଳନାଗତ ତ୍ରୁଟି ଅର୍ଥାତ ମ୍ୟାନେଜମେଣ୍ଟ ଠିକ ଭାବେ କାର୍ଯ୍ୟ କରୁନଥିବା ଅଭିଯୋଗ କରି ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ୟାବିନ କ୍ରୁ ମଙ୍ଗଳବାର ରାତିରେ ସାମୂହିକ ଛୁଟିରେ ଯାଇଥିଲେ । ହଠାତ୍ 200 କର୍ମଚାରୀ ଛୁଟି ନେବା କାରଣରୁ ବିମାନ ଚଳାଚଳ ଉପରେ ପ୍ରଭାବ ପଡିଥିଲା । ଫଳରେ କମ୍ପାନୀ ବାଧ୍ୟ ହୋଇ 70ରୁ ଅଧିକ ବିମାନକୁ ବାତିଲ କରିଥିଲା । ଏହି କାରଣରୁ ଯାତ୍ରୀଙ୍କୁ ମଧ୍ୟ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ମିଡିଆ ରିପୋର୍ଟ ଅନୁସାରେ, ମଙ୍ଗଳବାର ଦିନ ଏୟାର ଇଣ୍ଡିଆ ଏକ୍ସପ୍ରେସ କାର୍ଯ୍ୟ ବନ୍ଦ ହେବା କାରଣରୁ ପ୍ରାୟ 15 ହଜାର ଯାତ୍ରୀ ପ୍ରଭାବିତ ହୋଇଥିଲେ । ଏୟାର ଇଣ୍ଡିଆ ଏକ୍ସପ୍ରେସ ଆରବ ଦେଶମାନଙ୍କୁ ଯାଉଥିବା ବିମାନ ଅଧିକ ବାତିଲ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀ, ବାତିଲ ହେଲା ବିମାନ - Air India Express Flight Cancelled

ରିପୋର୍ଟ ମାଗିଲେ ସରକାର: ବହୁ ସଂଖ୍ୟକ ବିମାନ ବାତିଲ ଏବଂ ଯାତ୍ରୀମାନଙ୍କ ପାଇଁ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବୁଧବାର ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ରିପୋର୍ଟ ମାଗିଛି । ଅନ୍ୟପଟେ କର୍ମଚାରୀଙ୍କ ହୋଇଥିବା ସମସ୍ୟାର ସମାଧାନ ପାଇଁ କୁହାଯାଇଥିଲା । କୋଚି, କାଲିକଟ, ଦିଲ୍ଲୀ ଏବଂ ବେଙ୍ଗାଲୁରୁ ସମେତ ଅନେକ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଚଳାଚଳ ବ୍ୟାହତ ହୋଇଥିଲା । କେବଳ ଦିଲ୍ଲୀ ବିମାନ ବନ୍ଦରରେ ବୁଧବାର ଅପରାହ୍ନ 4ଟା ପର୍ଯ୍ୟନ୍ତ 14ଟି ବିମାନ ବାତିଲ କରାଯାଇଥିଲା ।

Last Updated :May 9, 2024, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.