ETV Bharat / bharat

ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀ, ବାତିଲ ହେଲା ବିମାନ - Air India Express Flight Cancelled

author img

By ETV Bharat Odisha Team

Published : May 8, 2024, 12:47 PM IST

Air India Express Flight Cancelled: ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀ । ବାତିଲ ହେଲା 70ରୁ ଅଧିକ ବିମାନ । ଅଧିକ ପଢନ୍ତୁ

Air India Express Flight Cancelled
Air India Express Flight Cancelled (ETV Bharat)

ହାଇଦ୍ରାବାଦ: ଏୟାର ଇଣ୍ଡିଆ ଏକ୍ସପ୍ରେସର 70 ରୁ ଅଧିକ ଅନ୍ତର୍ଜାତୀୟ ଏବଂ ଘରୋଇ ବିମାନ ବାତିଲ କରାଯାଇଛି । ବିମାନର ବରିଷ୍ଠ କ୍ରୁ ମେମ୍ବରମାନେ ଅସୁସ୍ଥତା ଦର୍ଶାଇ ସାମୂହିକ ଛୁଟିରେ ଯାଇଥିବା ସୂଚନା ରହିଛି । ଏଭଳି ପରିସ୍ଥିତିରେ ଏହି ବିମାନଗୁଡିକ ବାତିଲ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏ ଉପରେ ନଜର ରଖିଥିବା କଥା କୁହାଯାଉଛି ।

ମିଡିଆ ରିପୋର୍ଟ ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ କୁହାଯାଇଛି ଯେ, କ୍ୟବିନ କ୍ରୁ ମେମ୍ବରମାନେ ଗତ ରାତିରେ ଶେଷ ମୁହୁର୍ତ୍ତରେ ଅସୁସ୍ଥତା କାରଣରୁ ସାମୂହିକ ଛୁଟି ନେଇଛନ୍ତି । ତେବେ ଆମ ପାଖରେ କ୍ରୁ ମେମ୍ବରର ଅଭାବ ଦେଖାଦେଇଥିଲା । ଫଳରେ ବିମାନ ବିଳମ୍ବ ଏବଂ ବାତିଲ୍ କରିବା ନେଇ ଆମେ ବାଧ୍ୟ ହୋଇଥିଲୁ । ଏହାର କାରଣ ବୁଝିବା ପାଇଁ ଆମେ ସେମାନଙ୍କ ସହିତ ଯୋଗାଯୋଗରେ ରହିଥିବା ବେଳେ ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବୁ ।

ଏହା ମଧ୍ୟ ପଢନ୍ତୁ: ଆଜି ଉଡ଼ିବନି ଭିସ୍ତାରାର 70 ବିମାନ ! ଉତ୍ତର ମାଗିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ - Vistara Issue

ଅନ୍ୟପଟେ ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି,"ବିମାନ ବାତିଲ ଏବଂ ବିଳମ୍ବ ହେବା କାରଣରୁ ଅନେକ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ ଜାରି ରଖିଛୁ । କିନ୍ତୁ ଯାତ୍ରୀଙ୍କ ଅସୁବିଧା ହେତୁ ଆମେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି । ଉଡାଣ ବାତିଲ ହୋଇଥିବା ଫ୍ଲାଇଟର ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯିବ କିମ୍ବା ଅନ୍ୟ ତାରିଖକୁ ଘୁଞ୍ଚାଇ ଦିଆଯିବ । ତେବେ ଆଜି ଯେଉଁମାନେ ଉଡାଣ ଭରିବାକୁ ଯାଉଛନ୍ତି ବିମାନ ବନ୍ଦରକୁ ଯିବା ପୂର୍ବରୁ ସେମାନଙ୍କ ଯାତ୍ରା ପ୍ରଭାବିତ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ମଝି ଆକାଶରେ ଅସୁସ୍ଥ ହୋଇପଡିଲେ ଯାତ୍ରୀ, ପାକିସ୍ତାନରେ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ପ୍ରକାଶଥାଉକି, ଗତ ଏପ୍ରିଲ ପ୍ରଥମ ସପ୍ତାହରେ ପାଇଲଟଙ୍କ ସଂଖ୍ୟା କମ୍ ହେବା କାରଣରୁ ଅନେକତ ଭିସ୍ତାରା ବିମାନର ଉଡାଣକୁ ବାତିଲ କରାଯାଇଥିଲା । ଏପ୍ରିଲ 2 ତାରିଖ ଦିନ 70ଟି ବିମାନ ବାତିଲ କରାଯାଇଥିଲା । ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ କୋଲକାତା ଯାତାୟତ ବିମାନ ବାତିଲ ହୋଇଥିଲା । ତେବେ ଭିସ୍ତାରା ପରେ ଏବେ ଏୟାର ଇଣ୍ଡିଆ ଖବର ସାମ୍ନାକୁ ଆସିଛି । ଭିସ୍ତାରା ଏୟାରଲାଇନ୍ସ ଟାଟାଗ୍ରୁପର କମ୍ପାନୀ ଅଟେ । ଏହାର ମିଶ୍ରଣ ଟାଟା ଗ୍ରୁପର ଅନ୍ୟ ଏକ ଏୟାରଲାଇନ୍ସ ଏୟାର ଇଣ୍ଡିଆ ସହିତ ପ୍ରସ୍ତାବିତ ହୋଇଥିଲା । ତେବେ ଭିସ୍ତାରା ଏୟାରଲାଇନ୍ସ ବାତିଲ ହେବାର ଏହା ମଧ୍ୟ ଏକ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ମ୍ୟାନେଜମ୍ୟାଣ୍ଟ ଠିକ ଭାବେ କାର୍ଯ୍ୟ କରୁନଥିବା ନେଇ ଏୟାର ଇଣ୍ଡିଆ କ୍ରୁ ସଦସ୍ୟମାନେ ଅଭିଯୋଗ କରିଥିଲେ । ଏହା ମଧ୍ୟ ଏକ ପ୍ରକାର କାରଣ ହୋଇଥାଇପାରେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.