ETV Bharat / bharat

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା; ଦୁଇ ସୁଟରଙ୍କ ବଢିଲା ରିମାଣ୍ଡ, ଅନୁଜଙ୍କ ପୁଣି ହେବ ପୋଷ୍ଟମର୍ଟମ - Salman Khan Firing Case

author img

By ETV Bharat Odisha Team

Published : May 9, 2024, 12:15 PM IST

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା; ଦୁଇ ସୁଟରଙ୍କ ବଢିଲା ରିମାଣ୍ଡ, ଅନୁଜଙ୍କ ପୁଣି ହେବ ପୋଷ୍ଟମାର୍ଟମ
ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା; ଦୁଇ ସୁଟରଙ୍କ ବଢିଲା ରିମାଣ୍ଡ, ଅନୁଜଙ୍କ ପୁଣି ହେବ ପୋଷ୍ଟମାର୍ଟମ (ETV Bharat Odisha)

Salman Khan House Firing Case: ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ଦୁଇ ସୁଟର ଅଭିଯୁକ୍ତ ସାଗର ପଲ ଏବଂ ବିକି ଗୁପ୍ତାଙ୍କ ରିମାଣ୍ଡ ଅବଧି ବୃଦ୍ଧି ହୋଇଛି । ସେପଟେ ପୋଲିସ ହେପାଜତରେ ଜୀବନ ହାରିଥିବା ଅଭିଯୁକ୍ତ ଅନୁଜ ଥାପନଙ୍କ ପୋଷ୍ଟମର୍ଟମ ପୁନର୍ବାର କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ,

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ପୋଲିସ ହେପାଜତରେ ଜୀବନ ହାରିଥିବା ଅଭିଯୁକ୍ତ ଅନୁଜ ଥାପନଙ୍କ ପୋଷ୍ଟମର୍ଟମ ପୁନର୍ବାର କରାଯିବ । ଅଭିଯୁକ୍ତ ଅନୁଜଙ୍କ ମାଆଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ ଉପରେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ସେପଟେ ଗିରଫ ଆଉ ଦୁଇ ଅଭିଯୁକ୍ତ ସାଗର ପଲ ଏବଂ ବିକି ଗୁପ୍ତାଙ୍କ ମେ ୨୭ ଯାଏଁ ବଢିଲା ରିମାଣ୍ଡ ଅବଧି ।

ଦୁଇ ଅଭିଯୁକ୍ତଙ୍କ ବଢିଲା ରିମାଣ୍ଡ ଅବଧି

ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ (MCOCA) ଅଧୀନରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ମୁମ୍ବାଇ ସ୍ୱତନ୍ତ୍ର କୋର୍ଟ ଦୁଇ ଜଣ ସୁଟର ସାଗର ପଲ ଏବଂ ବିକି ଗୁପ୍ତାଙ୍କଙ୍କୁ ମେ ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତ ସୋନୁକୁମାର ବିଷ୍ଣୌଇକୁ ମଧ୍ୟ ସେହି ତାରିଖ ପର୍ଯ୍ୟନ୍ତ ରିମାଣ୍ଡ ବଢାଇ ଦେଇଛନ୍ତି । ପୂର୍ବରୁ ଅଭିଯୁକ୍ତ ପୋଲିସ ହେପାଜତରେ ରହିଥିଲେ । ଯାହାର ଅବଧି ମେ ୮ ଯାଏଁ ଥିଲା । ତେବେ ଗତକାଲି ତାଙ୍କ ରିମାଣ୍ଡ ସରିଥିବା ଶେଷ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପଟେ ନିକଟରେ ରାଜସ୍ଥାନରୁ ଧରାପଡିଥିବା ପଞ୍ଚମ ଅଭିଯୁକ୍ତ ମହମ୍ମଦ ରଫିକ ଚୌଧୁରୀକୁ ମେ ୧୩ ଯାଏଁ ପୋଲିସ ହେପାଜତରେ ରଖାଯାଇଛି ।

ପୁଣି ଅନୁଜ ଥାପନଙ୍କ ପୋଷ୍ଟମର୍ଟମ କରାଯିବ

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଷ୍ଟମର୍ଟମ ପୁଣି କରିବାକୁ ମେଡିକାଲ ଅଧୀକ୍ଷକଙ୍କୁ କୋର୍ଟ ଦୁଇ ଦିନ ସମୟ ଦେଇଛନ୍ତି । ଜଷ୍ଟିସ ବିନୋଦ ଏସ ଭରଦ୍ୱାଜଙ୍କ ଆବେଦନକାରୀ ମୃତଦେହକୁ ଗୁରୁ ଗୋବିନ୍ଦ ସିଂ ମେଡିକାଲ କଲେଜ, ଫରିଦକୋଟକୁ ଆସନ୍ତା ଦୁଇ ଦିନ ଅର୍ଥାତ ୧୦ ତାରିଖ ପୂର୍ବରୁ ଅନୁଜଙ୍କ ପୋଷ୍ଟମର୍ଟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁଜଙ୍କ ମାଆ ରୀତା ଦେବୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାର ତଦନ୍ତ ମଧ୍ୟ ଦାବି କରିଛନ୍ତି ରୀତା ଦେବୀ । ଦାଖଲ ହୋଇଥିବା ଆବେଦନରେ ଅନୁଜଙ୍କ ମାଆ ଦାବି କରିଛନ୍ତି ଯେ ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ପୁଅର ମୃତ୍ୟୁ ହୋଇଛି, ତେଣୁ ଏହାର ସଠିକ୍ ତଦନ୍ତ କରାଯାଉ ।

ଏହା ମଧ୍ୟ ପଢନ୍ତୁ: ଅନୁଜ ଥାପନ ମୃତ୍ୟୁ ଘଟଣା; ପରିବାର ଆଣିଲା ହତ୍ୟା ଅଭିଯୋଗ, ଖୋଳତାଡ଼ କରିବ CID

ଏମିତି ହୋଇଥିଲା ଅନୁଜଙ୍କ ମୃତ୍ୟୁ

ବାନ୍ଦ୍ରା ଠାରେ ଥିବା ସଲମାନଙ୍କ ବାସଭବନ ବାହାରେ ଗତ ୧୪ ତାରିଖ ସକାଳ ସମୟରେ ଗୁଳିମାଡ଼ ହୋଇଥିଲା । ଅଭିଯୁକ୍ତ ମାନେ ୪-୫ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଏହି ଘଟଣାରେ ଅନୁପଙ୍କ ସମେତ ମୋଟ ୫ ଜଣ ଅଭିଯୁକ୍ତକୁ ପୋଲିସ ବାନ୍ଧିଥିଲା । ୨ ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲଙ୍କୁ ଗୁଜୁରାଟର ଭୁଜ ଜିଲ୍ଲାରୁ ଗିରଫ କରାଯାଇଥିଲା । ପରେ ପଞ୍ଜାବରୁ ଆଉ ୨ ଅଭିଯୁକ୍ତ ସୁଭାଷ ଚନ୍ଦର ଓ ଅନୁଜ ଥାପନଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ଯାହା ପରେ ଏମାନଙ୍କୁ ପୋଲିସ ହେପାଜତକୁ ପଠାଯାଇଥିଲା । ଏହି ସମୟରେ ଏପ୍ରିଲ ୨ ତାରିଖରେ ପୋଲିସ ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅନୁଜ । ପରେ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ରାଜସ୍ଥାନରୁ ଧରାପଡିଥିବା ପଞ୍ଚମ ଅଭିଯୁକ୍ତ ମହମ୍ମଦ ରଫିକ ଚୌଧୁରୀକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ଘର ବାହାରେ ଗୁଳିମାଡ଼; ରାଜସ୍ଥାନରୁ ପଞ୍ଚମ ଅଭିଯୁକ୍ତ ଗିରଫ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.