ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 6 କଣ୍ଟେନର ବଞ୍ଚିଗଲେ ଶ୍ରମିକ - JAGATPUR Fire MISHAP

By ETV Bharat Odisha Team

Published : Apr 30, 2024, 10:12 AM IST

thumbnail

Jagatpur fire mishap: କଟକ: ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ । ଜଳି ପାଉଁଶ ହୋଇଗଲା 6 କଣ୍ଟେନର । ଅଳ୍ପେକେ ବଞ୍ଚିଗଲେ ଏଲଆଣ୍ଡଟିର ଶହଶହ ଶ୍ରମିକ । ଏସସିବି ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟ ରେ ନିୟୋଜିତ ଥିବା ଏହି ଶ୍ରମିକମାନେ ଜଗତପୁର ନିମପୁର ପଡିଆ ନିକଟରେ ଏହି କଣ୍ଟେନରରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ହଠାତ କଣ୍ଟେନରରେ ନିଆଁ ଲାଗିବା ପରେ ସମସ୍ତ ଶ୍ରମିକ ଜୀବନ ବଞ୍ଚାଇ ବାହାରକୁ ଆସିଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା। 3 ଘଣ୍ଟାର ପରେ ନିଆଁ ଆୟତ୍ତ ହୋଇଥିଲା । ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି ଅଗ୍ନିଶମ ଟିମ । ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି । 

ଏହାମଧ୍ୟ ପଢନ୍ତୁ.. ବ୍ୟାଙ୍କରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଗ୍ରାହକ ଓ କର୍ମଚାରୀ - Fire Mishap At Bank

ପୂର୍ବରୁ ମଧ୍ୟ ଏଭଳି ଅଗ୍ନିକାଣ୍ଡ ସେହି ସମାନ ସ୍ଥାନରେ ଘଟିଥିଲା । 40ରୁ ଉର୍ଦ୍ଧ୍ବ କଣ୍ଟେନର ପୋଡି ପାଉଁଶ ହୋଇଯାଇଥିଲା । ସମସ୍ତ ଶ୍ରମିକମାନଙ୍କୁ ସ୍ଥାନୀୟ ଏକ ସ୍କୁଲ ଘରେ ଥଇଥାନ କରାଯାଇଥିଲା  । 5 ଟି ଦମକଲ ବାହିନୀର 40ରୁ ଉର୍ଦ୍ଧ୍ବ କର୍ମଚାରୀ ଘଟଣା ସ୍ଥଳରେ ରହି ନିଆଁ ଲିଭା କାର୍ଯ୍ୟ କରିଥିଲେ । କିଛି ଘଣ୍ଟାର ବ୍ୟବଧାନ ପରେ ନିଆଁ ଆୟତ୍ତ ହୋଇଥିଲା । ତେବେ ଏହି କଣ୍ଟେନରରେ ନିଆଁ ବାରମ୍ବାର ଲାଗିବା ସମସ୍ତଙ୍କୁ ଚକିତ କରିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.