ରଥଖଳା ହାଲଚାଲ: ଆଗେଇ ଚାଲିଛି ରଥ ନିର୍ମାଣ, ଶେଷ ପର୍ଯ୍ୟାୟରେ ତୁମ୍ବ ନିର୍ମାଣ କାର୍ଯ୍ୟ - Ratha Khala Halchal

By ETV Bharat Odisha Team

Published : May 15, 2024, 9:57 PM IST

thumbnail
Ratha Khala HalChal (ETV Bharat Odisha)

Ratha Khala HalChal: ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ୪୨ ତୁମ୍ବରୁ ୨୪ଟି ତୁମ୍ବ ବୋଳା ଗୋଲେଇ କାମ ଶେଷ ହୋଇଛି । ୨୪ଟି ତୁମ୍ବରୁ ତାଳଧ୍ଵଜ ରଥର ୮ଟି, ଦର୍ପଦଳନ ରଥର ୮ଟି ଓ ନନ୍ଦିଘୋଷ ରଥର ୮ଟି ତୁମ୍ବବୋଳା କାମଶେଷ ହୋଇଛି । କରତି ସେବକମାନେ ୨୨ଟି ଫାଶି କାଠ ଗଡ଼ କରି ତିନି ରଥଚାଳିକୁ ଭୋଇ ସେବକଙ୍କ ଜରିଆରେ ଯୋଗାଇ ଦେଇଛନ୍ତି । ଗତକାଲି ରଥଖଳାରେ କରତି ସେବକମାନେ ୨୦ଟି ତୁମ୍ବ କାଟି ତିନି ରଥଚାଳିକୁ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଦେଇଥିଲେ । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥ ପାଇଁ ଅରକଣ୍ଟା ଓ ପନ୍ଦାରି ବଳା ନିର୍ମାଣ ଜାରି ରଖିଛନ୍ତି । ତିନି ରଥ ପାଇଁ ୩୭ଜଣ ମହାରଣା ସେବକ, ୨୨ଜଣ ଭୋଇ ସେବକ, ୪ଜଣ କରତି ସେବକ, ୯ଜଣ କମାର ସେବକ, ଜଣେ ବିନ୍ଧ କାରିଗରଙ୍କୁ ମିଶାଇ ୭୪ଜଣ ରଥ ନିର୍ମାଣରେ ନିୟୋଜିତ ଥିଲେ । ତେବେ ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ବଢିବା ସହ ଅଧିକ ସେବକ ମଧ୍ୟ ରଥ ନିର୍ମାଣରେ ନିୟୋଜିତ ହେବେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.