ETV Bharat / politics

ମତଦାନ ବେଳେ ମୋବାଇଲ ନେଇପାରିବେ କି ନାହିଁ ? ଜାଣନ୍ତୁ କଣ କହୁଛି ନିୟମ - Cell phone at Polling Booth

author img

By ETV Bharat Odisha Team

Published : Apr 25, 2024, 10:07 PM IST

CELL PHONE AT POLLING BOOTH
CELL PHONE AT POLLING BOOTH

Can Voters Take cell phone inside Polling Booth: ମତଦାନ କେନ୍ଦ୍ରକୁ ମୋବାଇଲ ନେଇ ଯିବା ଉଚିତ କି ନୁହେଁ ? ଏପରି କଲେ ଦଣ୍ଡ ଭୋଗିବାକୁ ପଡ଼ିବନି ତ ? ଜାଣନ୍ତୁ ଏ ନେଇ କଣ କହୁଛି ଭାରତୀୟ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ।

ହାଇଦ୍ରାବାଦ: ରାତି ପାହିଲେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । 13ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 88ଟି ଆସନ ଲାଗି ପଡ଼ିବ ଭୋଟ । ତେବେ ଭୋଟ ଦେବାକୁ ଯିବା ସମୟରେ ମୋବାଇଲ ନେବା ଉଚିତ କି ନୁହେଁ ? ନା କେବଳ ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିବିଶେଷ ମୋବାଇଲ ନେଇଯାଇପାରିବେ ? ଯଦି ଆପଣଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି, ତେବେ ଆଜି ଆମେ ଆପଣଙ୍କ ଏହି ଦ୍ବନ୍ଦ୍ବକୁ ଦୂର କରିବୁ । ଏନେଇ ଭାରତୀୟ ନିର୍ବାଚନ ଆୟୋଗ (ECI)ଙ୍କ ଗାଇଡଲାଇନ କଣ କହୁଛି ସେ ସମ୍ପର୍କରେ ଜାଣନ୍ତୁ ।

କଣ କହୁଛି ଗାଇଡଲାଇନ ? ଭାରତୀୟ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁସାରେ ମତଦାନ କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି । ପୋଲିଂ ଷ୍ଟେସନ ଭିତରକୁ ମୋବାଇଲ ନେଇ ଯିବାକୁ ମତଦାତାଙ୍କୁ ଦୃଢ ଭାବେ ବାରଣ କରାଯାଇଛି । ମୋବାଇଲ ନେଇ ଗଲେ ମତଦାନ ପ୍ରକ୍ରିୟାର ସ୍ବଚ୍ଛତା ଓ ଶାନ୍ତି ଶୃଙ୍ଖଳାରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଆୟୋଗଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ରହିଛି ।

ମୋବାଇଲ ବ୍ୟତୀତ ଆଉ କଣ ବାରଣ ହୋଇଛି ? ସେଲ୍‌ ଫୋନ ବ୍ୟତୀତ ସ୍ମାର୍ଟଫୋନ, ସ୍ମାର୍ଟୱାଚ୍‌ ଓ ୱେରଲେସ୍‌ ସେଟ ଗୁଡ଼ିକୁ ମଧ୍ୟ ପୋଲିଂ ବୁଥକୁ ନେବାକୁ ବାରଣ କରାଯାଇଛି । ଏନେଇ ଇସିଆଇ କହିଛନ୍ତି, " ମୋବାଇଲ ଫୋନ, ସ୍ମାର୍ଟଫୋନ, ସ୍ମାର୍ଟୱାଚ୍‌, ୱେରଲେସ ସେଟ ଗୁଡ଼ିକୁ ପୋଲିଂ ବୁଥ ଭିତରକୁ ନେବାକୁ ଅନୁମତି ନାହିଁ ।" ଅନ୍ୟପଟେ ପ୍ରିଜାଇଡିଂ ଅଫିସର ନିଜ ମୋବାଇଲକୁ ମତଦାନ କେନ୍ଦ୍ର ଭିତରକୁ ନେଇ ଯାଇପାରିବେ । କିନ୍ତୁ ଏଥିଲାଗି ଏକ ସ୍ବତନ୍ତ୍ର ନିୟମ ରହିଛି । ପୋଲିଂ ବୁଥ ଭିତରେ ଥିବା ସମୟରେ ଉକ୍ତ ପ୍ରିଜାଇଡିଂ ଅଫିସରଙ୍କ ମୋବାଇଲ ଯେପରି ସାଇଲେଣ୍ଟ ମୋଡରେ ରହିବା ଆବଶ୍ୟକ ।

ଭୁଲବଶତଃ ମୋବାଇଲ ନେଲେ କଣ କରିବେ ? ଯଦି କୌଣସି ମତଦାତା ଭୁଲବଶତଃ ନିଜ ମୋବାଇଲକୁ ନେଇ ପୋଲିଂ ବୁଥ୍‌ରେ ପହଞ୍ଚନ୍ତି, ତେବେ ଭୋଟ ଦେବା ପୂର୍ବରୁ ସେମାନେ ନିଜ ଦାୟିତ୍ବରେ ନିଜ ମୋବାଇଲ ରଖିବେ । କାରଣ ଭୋଟ ଦେବା ସମୟରେ ମୋବାଇଲ ସହିତ ତାଙ୍କୁ ପୋଲିଂ ବୁଥ ଭିତରକୁ ପ୍ରବେଶ ଲାଗି ଅନୁମତି ରହିବ ନାହିଁ । ଏଣୁ ଉକ୍ତ ଭୋଟର ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ମୋବାଇଲ ଦେଇ ପୋଲିଂ ବୁଥକୁ ପ୍ରବେଶ କରିପାରିବେ ।

ଏହା ବି ପଢନ୍ତୁ- ରାତି ପାହିଲେ 1202 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, କେରଳର ସବୁ ଆସନରେ ଭୋଟ

ସୂଚନା ଥାଉ କି 2024 ସାଧାରଣ ନିର୍ବାଚନ ମୋଟ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ 19 ତାରିଖରେ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି (ଏପ୍ରିଲ 26) ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ 102 ଆସନ ପାଇଁ ଭୋଟ ପଡ଼ିଥିବା ବେଳେ ଆସନ୍ତାକାଲି ମୋଟ 88ଟି ଆସନ ପାଇଁ ମତଦାନ କରିବେ ଭୋଟର । ଏହିପରି ଭାବେ 7ଟି ପର୍ଯ୍ୟାୟ ଶେଷ ହେବା ପରେ ଜୁନ 4ରେ ଭୋଟ ଗଣତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.